କୋହଲି ଭାଙ୍ଗି ଦେଲେ ସଚିନଙ୍କ ମହା ରେକର୍ଡ଼, ପ୍ରଥମ ଖେଳାଳି ଭାବେ କଲେ ଏପରି ବିଶ୍ୱରେକର୍ଡ ,ଛକା ଚୌକାରେ ପୋତି ପକାଇଲେ ….

ନମସ୍କାର ଦର୍ଶକବନ୍ଧୁ ବିରାଟ କୋହଲି ଭାଙ୍ଗିଲେ ସଚିନ ତେନ୍ଦୁଲକରଙ୍କ ଆଉ ଏକ ବିଶ୍ୱ ରେକର୍ଡ ଦ୍ରୁତ ବ୍ୟାଟର ଭାବରେ କଲେ ଏହି ରେକର୍ଡ ପୁଣେର ୱାଙ୍ଖଡେ ଷ୍ଟାଡିୟମ ଖେଳା ଯାଇଥିବା ବିଶ୍ୱକପ 2023 ମ୍ୟାଚରେ ଗୁରୁବାର ବାଂଲାଦେଶ ବିପକ୍ଷରେ ଏକ ଚମତ୍କାର ଶତକ ହାସଲ କରି ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଇତିହାସ ସୃଷ୍ଟି କରିଛନ୍ତି |

କୋହଲି ଛଅଟି ଚୌକା ଏବଂ ଚାରୋଟି ଛକା ସାହାଯ୍ୟରେ 97 ବଲରେ 103 ରନରେ ଅପରାଜିତ ଇନିଂସ ଖେଳିଛନ୍ତି |କୋହଲିଙ୍କ ୱାନ ଡେ କ୍ୟାରିୟରରେ ଇଏ ହେଉଛି 48 ତମ ଶତକ ଏହି ଶତକ ସହିତ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ 26,000 ରନ ପୂରଣ କରିଛନ୍ତି |

567 ଟି ଇନିଂସରେ ସଫଳତା ହାସଲ କରି କୋହଲି 26,000 ଅନ୍ତର୍ଜାତୀୟ ରନ ସ୍କୋର କରିବାରେ କୋହଲି ଦ୍ରୁତତମ ରେକର୍ଡ ସୃଷ୍ଟି କରିଛନ୍ତି |ଏହି ପ୍ରସଙ୍ଗରେ ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି ଏହି ସଂଖ୍ୟାରେ ପହଁଚିବା ପାଇଁ ସଚିନ 601 ଟି ଇନିଂସ ଖେଳିଥିଲେ |

କହିରଖିବୁ ଯେ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ ସ୍କୋର କରିବାରେ କୋହଲି ଚତୁର୍ଥ ସ୍ଥାନରେ ପହଁଚି ପାରିଛନ୍ତି ୱାନ ଡେ ବିଶ୍ୱକପରେ ଚେସ କରୁଥିବା ବେଳେ କୋହଲି ଙ୍କ ଏହା ପ୍ରଥମ ଶତକ ଅଟେ |

Leave a Reply

Your email address will not be published. Required fields are marked *