ଭଲ ସମୟ ଆସିବା ପୂର୍ବରୁ ଭଗବାନ ଦେଇଥାଆନ୍ତି ଏହି ଛଅଟି ଶୁଭ ସଙ୍କେତ ,ଏହି ସବୁ ସ୍ବପ୍ନ ଯଦି ଦେଖୁ ଥାଆନ୍ତି ତେବେ କାହାକୁ କୁହନ୍ତୁ ନାହିଁ |

ନମସ୍କାର ଦର୍ଶକବନ୍ଧୁ ଶୋଇବା ସମୟରେ ଆମେ ଯାହା ଭାବିଥାଉ ତାହାକୁ ମନରେ କଳ୍ପନା କରି ତାହାର ଗୋଟିଏ ଛବିକୁ ମନରେ ରଖି ସେହି ବିଷୟରେ ଯେଉଁ ସବୁ ଜିନିଷ ଆମକୁ ଅନୁଭବ ହୁଏ ତାହାକୁ ଆମେ ସାଧାରଣତଃ ସ୍ବପ୍ନ କହିଥାଉ ସ୍ବପ୍ନ ଦ୍ୱାରା ଭଗବାନ ମନୁଷ୍ୟର ନିକଟବର୍ତ୍ତୀ ହୁଅନ୍ତି ବୋଲି ଏହା ବାସ୍ତୁ ଶାସ୍ତ୍ରରେ ଲେଖା ଯାଇଛି |ସିଧାସଳଖ ମନୁଷ୍ୟକୁ ସଙ୍କେତ ନଦେଇ ଏହି ସ୍ବପ୍ନ ମାଧ୍ୟମରେ ଭଗବାନ ମନୁଷ୍ୟକୁ ତାର ଭଲ ବା ଖରାପ ସମୟ ଆସି ଥିବାର ସୂଚନା ଦେଇ ଥାଆନ୍ତି |

ତେବେ ଆଜି ଆମେ ଆପଣଙ୍କୁ ଏହି ବିଷୟ ମାଧ୍ୟମରେ ଭଲ ସମୟ ଆସିବା ପୂର୍ବରୁ ଭଗବାନ ଆମକୁ କେଉଁ ସବୁ ସଂକେତ ଦେଇଥାଆନ୍ତି ତାହା ଆମେ ଜଣାଇବୁ ଆସନ୍ତୁ ଜାଣିବା |ପ୍ରଥମେ ଆପଣ ଯଦି ସ୍ୱପ୍ନରେ ଉଡୁଥିବା ବା ନାଚୁଥିବା ମୟୁରଙ୍କୁ ଦେଖନ୍ତି ତେବେ ଜାଣି ନିଅନ୍ତି ଯେ ଅଳ୍ପ କିଛି ଦିନରେ ଆପଣ ସୁଖ ଲାଭ କରିବାକୁ ଯାଉଛନ୍ତି |ଦ୍ୱିତୀୟରେ ଧଳା ସାପ ସ୍ୱପ୍ନରେ ଦେଖି କିଛି ଲୋକ ଡରି ଯାଇଥାଆନ୍ତି କିନ୍ତୁ ଧଳା ସାପ ସ୍ୱପ୍ନରେ ଦେଖିବା ଶୁଭ ହୋଇଥାଏ |

ଏହାକୁ ସ୍ୱପ୍ନରେ ଦେଖିବା ଅର୍ଥ ଧନ ପ୍ରାପ୍ତିର ସଙ୍କେତ ହୋଇଥାଏ |ତୃତୀୟରେ ଆପଣ ଯଦି ସ୍ୱପ୍ନରେ ଶଙ୍ଖ ଦେଖନ୍ତି ତେବେ ଏହା ଆପଣଙ୍କ ପରିବାରରେ ସୁଖ ଶାନ୍ତି ଆଣିବ ଏବଂ ଆପଣଙ୍କ ପରିବାରର ସମସ୍ତ ପ୍ରକାର କଲ୍ୟାଣ ହେବ |ଚତୁର୍ଥରେ ସ୍ୱପ୍ନରେ ପେଚା ଦେଖିବା ଧନ ପ୍ରାପ୍ତିର ଗୋଟିଏ ସଙ୍କେତ କାରଣ ଏହା ମା ଲକ୍ଷ୍ମୀଙ୍କ ବାହାନ ହୋଇଥିବାରୁ ଏହା ଆପଣଙ୍କ ଜୀବନର ଟଙ୍କା ପଇସା ଆସିବାର ସଙ୍କେତ ଦେଇଥାଏ |

ପଞ୍ଚମରେ ସ୍ବପ୍ନ ଦେଖିବା ସମୟରେ ଯଦି ଆପଣ ନିଜକୁ କୌଣସି ଏକ କ୍ଷେତ ମଧ୍ୟରେ ଦେଖନ୍ତି ତେବେ ଆପଣଙ୍କ ଜୀବନରେ ଅତି ଶୀଘ୍ର ସବୁ ପ୍ରକାର ସମୃଦ୍ଧି ଏବଂ ଲୋକପ୍ରିୟତା ବଢିବାକୁ ଯାଉଛି ବୋଲି ସୂଚନା ମିଳିଥାଏ |ଷଷ୍ଠରେ କୋଇଲାକୁ ସ୍ୱପ୍ନରେ ଦେଖିବା ଅର୍ଥ ଶୁଭ ହୋଇଥାଏ |

ଏହାକୁ ଦେଖିବାର ମାନେ ଆପଣ ନିଜ ଜୀବନରେ ସବୁ ଅସୁବିଧାର ଉପସ୍ଥିତି ସତ୍ୱେ ଆପଣ ମଧ୍ୟ ଧନଵାନ ହୋଇପାରିବେ |ବନ୍ଧୁଗଣ ଏହି ସବୁ ସ୍ବପ୍ନ ଭଗବାନ ମନୁଷ୍ୟ ମାନଙ୍କୁ ତାର ଭଲ ସମୟ ଆସିବା ଆଗରୁ ଦେଇ ଥାଆନ୍ତି |

Leave a Reply

Your email address will not be published. Required fields are marked *