ନମସ୍କାର ବନ୍ଧୁଗଣ 22 ତାରିଖରୁ ଆସିବ ଲଘୁଚାପ 23ରୁ 26 ଯଏଁ ବର୍ଷା ସମ୍ଭାବନା ଏଥର ଭିଜିବ ଦଶହରା ଏବେ ଏବେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରିହେଲେ ଆଉ କିଛି ନୂଆ ରିପୋର୍ଟ | ଦଶହରାରେ ଆସୁଥିବା ଲଘୁଚାପ କେଉଁ ଜିଲ୍ଳାଉପରେ ପଡ଼ିବ ପ୍ରଭାବ କଣ ରହିଛି ଲଘୁଚାପ ଆସନ୍ତୁ ଜାଣିବା | ଆସୁଛି ଲଘୁଚାପ ଭିଜେଜିପାରେ ଦଶହରା ଦୁର୍ଗାପୂଜା ବେଳକୁ ଏକ ଓଡିଶା ଉପକୂଳକୁ ଆସିପାରେ |
ଏହାର ପ୍ରଭାବରେ ଆସନ୍ତା 23 ତାରିଖରୁ 26 ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ହାଲୁକରୁ ମଧ୍ୟମଧରଣର ବର୍ଷା ସମ୍ଭାବନା ରହିଛି | ସେହି ପରି ଘୃନିବଲୟ ପ୍ରଭାବରେ ପାଗ କୋହଲା ମଧ୍ୟ ରହିପାରେ ତେବେ ଉନଡଟକମ GFS ମଡେଲ ଆକଳନ ଅନୁଯାଇ ରବିବାର ରାତି 10 ସୁଦ୍ଧା ଏକ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ | ଏହା ଓଡିଶା ମୁହାଁ ହେବ 24ତାରିଖ ବେଳକୁ ଓଡିଶା ଉପକୂଳ ପାଖରେ ରହିପାରେ |
ଏମିତିକି ଗୋପାଳପୁର ରୁ ଚିଲିକା ମଝିରେ ଏହା ସ୍ଥଳ ଭାଗ ଛୁଇଁପାରେ GFS ଆକଳନ ଅନୁସାରେ ସମ୍ଭାବ୍ୟ ଲଘୁଚାପ ଅଧିକ ଘନୀଭୂତ ହୋଇପାରେ ଏହା ବାଂଲାଦେଶ ଆଡକୁ ମୁହାଁଇବ | ସେହିପରି ଆସନ୍ତା 23 କିମ୍ବା 24 ତାରିଖରେ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାନେଇ ସମ୍ଭାବନା ରହିଛି | ମାତ୍ର ତାହା ଅଧିକ ଘନୀଭୂତ ହେବ ସମ୍ଭାବନା କମ ଏହା ତାମିଲନାଡୁ ପାଖାପାଖି ରହିବ |
ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦାଳୟ ପରିବେଶ ଓ ଜଲଵାୟ କେନ୍ଦ୍ର ନିର୍ଦେଶକ ଡ. ସରୋଜଚନ୍ଦ୍ର ସାହୁଙ୍କ ଆକଳନ ହେଲା କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଆସନ୍ତା 18ରୁ 19 ତାରିଖ ବେଳକୁ ଏକ ଘୃନିବଲୟ ସୃଷ୍ଟି ହେବା ନେଇ ସମ୍ଭାବନା ଅଛି | ପରେ ଓଡିଶା ଉପକୂଳ ଆଡକୁ ମୁହାଁଇବ ସବୁଠାରୁ ବଡ କଥା ଅକ୍ଟୋବରରେ ଆସୁଥିବା ଘୃନିବଲୟ ବାତ୍ୟାର ସମ୍ଭାବନା ହୋଇଥାଏ କାହିଁକିନା ପ୍ରତିବର୍ଷ ଓଡିଶା ଉପରକୁ ଲଘୁଚାପ ବା ଘୃନିବଲୟ ବାତ୍ୟା ହୋଇଥାଏ | ତେବେ ଆସୁଥିବା ଲଘୁଚାପ ଯେତେ ନିକଟତର ହେବ ଯେତେ ଚିତ୍ର ସ୍ପଷ୍ଟ ହେବ ଆଗାମୀ ଅପଡେଟ ଆପଣମାନେ ପାଇପାରିବେ |