ନମସ୍କାର ବନ୍ଧୁଗଣ ଯେତେବେଳେ ନିଜ ଭକ୍ତକୁ ବଞ୍ଚାଇବା ପାଇଁ ହସ୍ପିଟାଲ୍ ରେ ନିଜେ ଭଗବାନ ଉଭା ହେଲେ ତାପରେ ଯାହା ହେଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଭଗଵାନ ଶିବ ନିଜ ଭକ୍ତଙ୍କୁ କୋରୋନା ମହାମାରୀରୁ ବଞ୍ଚାଇବା ପାଇଁ ସ୍ଵୟଂ ଆସିଲେ ହସ୍ପିଟାଲ୍ ଏବଂ ନିଜ ଭକ୍ତକୁ ରକ୍ଷା ମଧ୍ୟ କରିଲେ। ଏହି କାହାଣୀକୁ ସଂପୂର୍ଣ୍ଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ
ଏହି ଘଟଣାଟି ହେଉଛି ଉତ୍ତରାଖଣ୍ଡର। ଏଠାରେ ଏକ ସରକାରୀ ହସ୍ପିଟାଲରେ ମୁକେଶ କୁମାର ନାମକ ବ୍ୟକ୍ତି ଗମ୍ଭୀର ଅବସ୍ଥାରେ କୋରୋନାରେ ପୀଡ଼ିତ ହୋଇ ଭର୍ତ୍ତି ହୋଇଥିଲେ। ତାଙ୍କ ପତ୍ନୀ ମିନାକ୍ଷୀ ବୋହୁତ ଦୁଃଖିତ ଥିଲେ। ଟଙ୍କା ପଇସାର ଅଭାବ ସହିତ ଏହି ପରିସ୍ଥିତି ତାଙ୍କୁ ମଧ୍ୟ କାମ କରିବାକୁ ବାଧ୍ୟ କରି ଦେଇଥିଲା। ମୁକେଶ କୁମାର ଥିଲେ ଜଣେ ଦିନ ମଜୁରୀଆ। ତାଙ୍କର ଦୁଇଟି ଝିଅ ଏବଂ ପତ୍ନୀ। କୋରୋନା ଯୋଗୁଁ ମୁକେଶ କୁମାରଙ୍କୁ କାମ ମିଳୁ ନଥିଲା। ମୁକେଶଙ୍କ ଅବସ୍ଥା ଶୌଚନୀୟ ଥିଲା।
ଏହି ସମୟରେ ମୁକେଶ କୁମାରଙ୍କୁ କୋରୋନା ହୋଇଥିଲା। ଧୀରେ ଧୀରେ ମୁକେଶଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାକୁ ଲାଗିଲା। ଘରୋଇ ଚିକିତ୍ସା କାମ ଦେଲା ନାହିଁ ଫଳରେ ତାଙ୍କୁ ସରକାରୀ ହସ୍ପିଟାଲ୍ ରେ ଭର୍ତ୍ତି କରିବାକୁ ପଡ଼ିଲା। ମୁକେଶ କୁମାରଙ୍କ ପତ୍ନୀ ମୁକେଶଙ୍କୁ ଜୀବିତ ରଖିବା ପାଇଁ ଅନ୍ୟ ଘରେ ବାସନ ମାଜିବା ଝାଡୁ କରିବା ଭଳି କାମ କରିବାକୁ ଲାଗିଲେ। ପରଘରେ କାମ କରି ଦୁଇ ପଇସା କମେଇ ନିଜ ସ୍ୱାମୀଙ୍କ ଔଷଧ ପତ୍ର ଖର୍ଚ୍ଚ କରିବାକୁ ଲାଗିଲେ। ମୁକେଶ କୁମାରଙ୍କ ସ୍ବାସ୍ଥ୍ୟ ଅବସ୍ଥା କିନ୍ତୁ ଭଲ ହେଉ ନ ଥିଲା।
ତାଙ୍କ ସ୍ବାସ୍ଥ୍ୟ ଆହୁରି ଗୁରୁତ୍ୱର ହେବାକୁ ଲାଗିଲା ଡକ୍ଟରମାନେ ମଧ୍ୟ ସବୁ ଆଶା ଛାଡି ଦେଇଥିଲେ। ଶେଷ ସମୟରେ ତାଙ୍କୁ ଜୋର୍ ରେ କାସ ହେବାକୁ ଲାଗିଲା। ମୁକେଶ କୁମାର ନିଜ ଜୀବନର ଶେଷ ସମୟରେ ଥିଲେ। ମୁକେଶଙ୍କ ଝିଅ ଗୌରୀ ଓ ରାଗିଣୀ ମଧ୍ୟ ନିଜ ମାଙ୍କ ସହ କାନ୍ଦିବାକୁ ଲାଗିଲେ।
ହଠାତ୍ ଜୋର୍ ରେ ପବନ ହେବାକୁ ଲାଗିଲା ଜଣେ ସାଧୁ ହସ୍ପିଟାଲ୍ ମଧ୍ୟକୁ ପ୍ରବେଶ କରିବାକୁ ଲାଗିଲେ। ସେ ମୁକେଶ କୁମାରଙ୍କ ନିକଟକୁ ଆସିଲେ ଓ କହିଲେ ତୋର ସମୟ ଆସିନାହିଁ ମୋ ପୁଅ। ମର୍ତ୍ତଲୋକରେ ତୋର ଆହୁରି ପୁନ୍ୟ କମେଇବାର ଅଛି କହି ଏକ ବ୍ରହ୍ମ କମଳ ପୁଷ୍ପ ମୁକେଶ କୁମାରଙ୍କ ଛାତି ଉପରେ ରଖି ଚାଲିଗଲେ। ମୁକେଶ କୁମାର ଧୀରେ ଧୀରେ ସୁସ୍ଥ ହେବାକୁ ଲାଗିଲେ ଏବଂ ଏବେ ମୁକେଶ ତାଙ୍କ ଘରେ ସଂପୂର୍ଣ୍ଣ ଭାବରେ ସୁସ୍ଥ ମଧ୍ୟ ଅଛନ୍ତି। ତେବେ ଆପଣମାନେ ଏହିଠାରୁ ଜାଣି ପାରୁଥିବେ ଭକ୍ତ ଓ ଭଗଵାନ ମଝିରେ ନିବିଡ଼ ସମ୍ପର୍କ କିପରି।