ନମସ୍କାର ଦର୍ଶକବନ୍ଧୁ ଆସନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ଯେ ଅନୁଭବ ମହାନ୍ତି ଫିଲ୍ମ ରାମକୁ ନେଇ କହିଥିବା କିଛି କଥା ବିଷୟରେ |ଅନୁଭବ ମହାନ୍ତି କହିଛନ୍ତି ଯେ ଓଲିଉଡ଼ର ଗ୍ରାଣ୍ଡ ଏଣ୍ଟର ମୁଭି ରାମ ରିଲିଜ ହେବା ଅବସରରେ ଟିମ ରାମର ସଦସ୍ୟ ମାନଙ୍କୁ ବହୁତ ଅଭିନନ୍ଦନ ଜଣାଇଛନ୍ତି |ସୁପର ଷ୍ଟାର ଅନୁଭବ ମହାନ୍ତି କହିଛନ୍ତି ଯେ ଯେଉଁ ମାନେ ଭାବୁଛନ୍ତି |
ଏହି ରାମ ଫିଲ୍ମ କେବଳ ଗୋଇ ବିଗ ବଜାର ଆକ୍ସନ ମୁଭି ବୋଲି ସେମାନଙ୍କୁ କହି ଦେବାକୁ ଚାହୁଁଛି ଯେ ରାମ ମୁଭିକୁ ଏକ ସାଧାରଣ ଫିଲ୍ମ ଭାବରେ କେବେ ଭାବିବେ ନାହିଁ କିନ୍ତୁ ଏହା ଦର୍ଶକ ମାନଙ୍କ ପାଇଁ ଏକ ଦଶହରାରେ ଏକ ଉପହାର ଭାବରେ ପରି ଗଣିତ ହୋଇପାରେ |ଏହି ଫିଲ୍ମର କାହାଣୀ ପ୍ରତ୍ୟକ ଦର୍ଶକଙ୍କ ହୃଦୟରେ ରାଜ କରିବ ବୋଲି ଅନୁଭବ ମହାନ୍ତି କହିଛନ୍ତି |
ଅନୁଭବ ମହାନ୍ତି କହିଛନ୍ତି ରାମ ଫିଲ୍ମର ନିର୍ଦେଶକ ଅଶୋକ ଭାଇ ,ଡିଓପି ସୁବ୍ରତ ଭାଇ ,ମ୍ୟୁଜିକ ଡିରେକ୍ଟର ଅଶୋକ ଭାଇ ,ଚିତ୍ରନାଟ୍ୟ ଏବଂ ସଂଳାପକ ଭରତ ଧ୍ୱଜ ଭାଇ ଆକ୍ସନ ଡିରେକ୍ଟର ରକି ରାଜେଶ ସାର ,କୋରିଓ ଗ୍ରାଫର ସ୍ବର୍ଣ୍ଣ ବାବୁ ଆଉ ଓଡ଼ିଆ ସିନେମାକୁ ଏତେ ଭଲ ପାଉଥିବା ରାହୁଲ ଦେବ ଭାଇ |
ଆମ ସମସ୍ତଙ୍କ ଓଲିଉଡ଼ର ଆକ୍ସନ ସୁପର ଷ୍ଟାର ଅରିନ୍ଦମ ରାୟଙ୍କୁ ଅନୁଭବ ମହାନ୍ତି କହିଛନ୍ତି ଯେ ମୁଁ ହୃଦୟରୁ ବହୁତ ବହୁତ ଭଲ ପାଇବା ଜଣାଉଛି |ଶେଷରେ ଅନୁଭବ ମହାନ୍ତି କହିଛନ୍ତି ଯେ ଏଥର ଦଶହରାରେ ଆସୁଛି |
ରାମ କାଇଦାରେ ରୁହନ୍ତୁ ଫାଇଦା ପାଇବେ ନେହେଲେ ଜାଣିପାରିବେନି କେତେବେଳେ ପୁଙ୍ଗି ବାଜି ଯାଇଥିବା |ଅନୁଭବ ମହାନ୍ତି କହିଛନ୍ତି ଯେ ଏହି ରାମ ଫିଲ୍ମକୁ ମୋ ଭାଇ ଅରିନ୍ଦମକୁ ଏହି ରାବଣ ତରଫରୁ ଜୟ ଶ୍ରୀରାମ |