ନମସ୍କାର ଦର୍ଶକବନ୍ଧୁ ଅଙ୍ଗନବାଡ଼ି କର୍ମୀ ମାନଙ୍କ ପାଇଁ ଆସିଲା ବଡ଼ ଖୁସି ଖବର ଏକଥା ଆପଣମାନେ ଜାଣିଛନ୍ତି ଯେ ଅଙ୍ଗନବାଡ଼ି କର୍ମୀ ଏବଂ ସହାୟକ ମାନେ ଆନ୍ଦୋଳନକୁ ଓଲ୍ହାଇଛନ୍ତି ସେମାନଙ୍କ ଦାବି ପାଇଁ |ତେବେ ଅଙ୍ଗନବାଡ଼ି କର୍ମୀ ମାନଙ୍କ ପାଇଁ ଆସିଲା ବଡ଼ ଖୁସି ଖବର ଆସନ୍ତୁ ଜାଣିବା |ପୁଣି ଅଙ୍ଗନବାଡ଼ି କର୍ମୀ ମାନଙ୍କ ବିକ୍ଷେପ ପ୍ରଦର୍ଶନ ପାଞ୍ଚ ଦଫା ଦାବି ନେଇ ଆନ୍ଦୋଳନକୁ ଓଲ୍ହାଇଛନ୍ତି ଅଙ୍ଗନବାଡ଼ି କର୍ମଚାରୀ ଓ ୟୁନିୟନ ସଙ୍ଘ ମୋର୍ଚ୍ଚା ମାଷ୍ଟର କ୍ୟାଣ୍ଟିନ ଠାରୁ ବିଶାଳ ଶୁଭଯାତ୍ରାରେ ଗାନ୍ଧୀ ମାର୍ଗରେ ଗର୍ଜୁଛନ୍ତି ହଜାର ହଜାର କର୍ମୀ |
ତେବେ ଆନ୍ଦୋଳନ ଏବଂ ବିକ୍ଷେପ ପ୍ରଦର୍ଶନ ସହ ସରକାର ବିରୋଧୀ ନାରାବାଜି ଦେଇ କର୍ମୀ ମାନେ ବିଧାନସଭା ଘେରାଉ କରିଥିଲେ |ତେବେ ଲୋୟର ପିଏମଜି ଘେରୁଆ ରଙ୍ଗରେ ରଙ୍ଗୀନ ହୋଇଥିବା ବେଳେ ରାସ୍ତା ଘାଟ କିଛି ସମୟ ପାଇଁ ଜାମ ରହିଥିଲା |ତେବେ ଭତ୍ତା ବୃଦ୍ଧି ଏବଂ ଅନ୍ୟାନ ଦାବିକୁ ନେଇ ପୂର୍ବରୁ ବାରମ୍ବାର ଅଙ୍ଗନବାଡ଼ି କର୍ମୀ ମାନେ ସରକାରଙ୍କୁ ନିଜର ଦାବି ଜଣାଇବା ସହ ବିକ୍ଷେପ ପ୍ରଦର୍ଶନ କରିଥିଲେ |
ହେଲେ ସେମାନଙ୍କ ଦାବି ପୂରଣ କରିବାରେ ଅସଫଳ ହୋଇଛନ୍ତି ସରକାର ଏପରିକି ମହିଳା ଏବଂ ଶିଶୁ ବିକାଶର କର୍ତ୍ତୃପକ୍ଷ ସେମାନଙ୍କ ସହ ଆଲୋଚନା ପରେ ଦାବି ପୂରଣ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ |ପରେ ଶହ ଶହ କର୍ମୀ ଧାରଣା ପ୍ରତ୍ୟାହୃତ କରିଥିଲେ ହେଲେ ଆଜି ପର୍ଯ୍ୟନ୍ତ କର୍ତ୍ତୃପକ୍ଷଙ୍କ ପ୍ରତିଶୃତି ପାଣିର ଗାର ହୋଇଥିବା ବେଳେ ସରକାରଙ୍କ ସହ ବାରମ୍ବାର ଆଲୋଚନା ପରେ ମଧ୍ୟ କିଛି ସୁଫଳ ମିଳି ନାହିଁ |
ତେବେ ରାଜ୍ୟ ସରକାର ମା ଙ୍କୁ ସମାରର କଥା କହୁଥିବା ବେଳେ ରାଜ୍ୟରେ ଆଜି ଏତେ ସଂଖ୍ୟକ ମହିଳା ମାନଙ୍କୁ ଆଜି ଅସମ୍ମାନ କରାଯାଉଛି ତେବେ ଏବଂ ଲଢେଇକୁ ନେଇ ଯେଉଁ ଦାବି ପାଇଁ ଆସିଥିଲୁ ତାହା ପୂରଣ କରିବା ପରିବର୍ତ୍ତେ ଆମକୁ ପ୍ରତାରଣା କରାଯାଉଛି ବୋଲି ଅଙ୍ଗନୱାଡି କର୍ମୀ ମାନେ ସୂଚନା ଦେଇଛନ୍ତି |
ଏପଟେ ମିଳୁଥିବା ବିଶେଷ ସୂତ୍ରରୁ ସୂଚନା ମୁତାବକ ଖୁବ ଶୀଘ୍ର ଅଙ୍ଗନବାଡ଼ି କର୍ମୀ ମାନଙ୍କ ଦାବି ପୂରଣ ହେବାକୁ ଯାଉଛି ଆଉ ଏନେଇ ସରକାରଙ୍କ ତରଫରୁ ବିଧି ବଧ ଭାବରେ ଘୋଷଣା ହେବ ବୋଲି ସୂଚନା ରହିଛି |