ନମସ୍କାର ବନ୍ଧୁଗଣ ଆମେ ସବୁ ଘରର ମନ୍ଦିରରେ ପୂଜା କରିଥାଉ କିନ୍ତୁ କିଛି ଏମିତି କଥା ରହିଥାଏ ଯାହାର ଆମେ ମଧ୍ୟ ଧ୍ୟାନ ରଖିବା ନିହାତି ଦରକାର ଯାହାର ଆମେ ଧ୍ୟାନ ମଧ୍ୟ ରଖି ନଥାଉ |ଏମିତିକି ଅଜାଣତରେ ମଧ୍ୟ ଅନେକ ଭୁଲ କରି ଦେଇଥାଉ ତେଣୁ ଏପରି ସ୍ଥିତିରେ ଆଜି ଆମେ ଆପଣଙ୍କୁ ପୂଜାର ଏମିତି କିଛି ନିୟମ ବିଷୟରେ କହିବାକୁ ଯାଉଛୁ ଯାହାର ଧ୍ୟାନ ଆପଣ ପ୍ରତିଦିନ ପୂଜା କରିବା ସମୟରେ ଦେବା ନିହାତି ଦରକାର ତେବେ ଆସନ୍ତୁ ଜାଣିବା କଣ ସେହି ନିୟମ ଗୁଡ଼ିକ |
ମନେ ରଖନ୍ତୁ ପୂଜାରେ କେବେ ହେଲେ ଭଙ୍ଗା ଚାଉଳ କିମ୍ବା ଖୁଦ ଚାଉଳ ଚଢାନ୍ତୁ ନାହିଁ କିମ୍ବା ବ୍ୟବହାର କରନ୍ତୁ ନାହିଁ ଏହିଭଳି ଚାଉଳକୁ ପୂଜାରେ ବ୍ୟବହାର କଲେ ଅମଙ୍ଗଳ ହୋଇଥାଏ ଏଭଳି କରିବା ମଧ୍ୟ ଅଶୁଭ ବୋଲି କୁହାଯାଇଥାଏ |ଘରର ପୂଜା ଘରେ ଯଦି କୌଣସି ଭଙ୍ଗା ବା ଅସ୍ପଷ୍ଟ ମୂର୍ତ୍ତି ବା ଫୋଟ ଚିତ୍ର ଲାଗିଛି ତେବେ ଏହାକୁ ତୁରନ୍ତ ନିଜ ପୂଜା ଘରେ କାଢି ଆଣି କୌଣସି ନଦୀ ବା ସମୁଦ୍ରରେ ଭସେଇ ଦିଅନ୍ତୁ |
ଘରେ ଦୁଇଟି ଶିବ ଲିଙ୍ଗର ପୂଜା କେବେ କରନ୍ତୁ ନାହିଁ କିମ୍ବା ପୂଜା ସମୟରେ ତିନୋଟି ଗଣେଶ ମୂର୍ତ୍ତି କେବେ ହେଲେ ରଖନ୍ତୁ ନାହିଁ |ପୂଜା କରିବା ସମୟରେ ଯଦି ପାଣି ,କ୍ଷୀର ଦହି କିମ୍ବା ଘିଅ ଆପଣ ଯଦି ବ୍ୟବହାର କରୁଛନ୍ତି ତେବେ ମନେ ରଖନ୍ତୁ ସେଥିରେ ଆପଣ କେବେ ଆଙ୍ଗୁଠି ମାରନ୍ତୁ ନାହିଁ କିମ୍ବା ସେଥିରେ ଆପଣ ଆଙ୍ଗୁଠି ପୁରାନ୍ତୁ ନାହିଁ |
ଏଥିପାଇଁ ଆପଣ ଢାଳ କିମ୍ବା ଚାମଚର ବ୍ୟବହାର କରିପାରିବେ କାରଣ ଶାସ୍ତ୍ରରେ କୁହାଯାଇଛି ଯଦି ପୂଜା ସାମଗ୍ରୀରେ ନଖର ସ୍ପର୍ଶ ହେଲା ତେବେ ସେହି ଜିନିଷ ଅପବିତ୍ର ହୋଇ ଯାଇଥାଏ ତେବେ ସେହି ଜିନିଷ ଦେବ ପୂଜାରେ ଯୋଗ୍ୟ ହୋଇ ରହିନଥାଏ ଏହା ମଧ୍ୟ ମନେ ରଖନ୍ତୁ ତମ୍ବା ପାତ୍ରରେ କେବେ ହେଲେ କ୍ଷୀର ,ଦହି କିମ୍ବା ପଞ୍ଚାମୃତ ରଖନ୍ତୁ ନାହିଁ|
କାରଣ ଏହି ଜିନିଷ ରଖିବା ଦ୍ୱାରା ଏହା ମଦ ସମାନ ହୋଇ ଯାଇଥାଏ |କିଛି ଲୋକ ଭଗବାନଙ୍କୁ ପୁଷ୍ପ ଅର୍ପଣ କରିବା ସମୟରେ ଏହାକୁ ଢାଳ କିମ୍ବା ପାଣିରେ ପକାନ୍ତି ଏବଂ ଏହା ପରେ ଏହାକୁ କାଢି ଭଗବାନଙ୍କୁ ଚଢାଇ ଥାଆନ୍ତି ଏହା କରିବା ସବୁଠାରୁ ବଡ଼ ଭୁଲ ଅଟେ ଜଳରେ ପକାଇ ପୁଷ୍ପ ଅର୍ପଣ କରନ୍ତୁ ନାହିଁ |