ନମସ୍କାର ଦର୍ଶକବନ୍ଧୁ ଆପଣମାନେ ଜାଣିଛନ୍ତି କି ଭାରତର ଶେଷ ଗାଁ କେଉଁଠି ଅଛି ଏବଂ ତାର ନାଁ କଣ ସାଧାରଣତଃ ଆମେ ଆମ ପୌରାଣିକ ତଥ୍ୟରୁ ଜାଣିଛନ୍ତି ଯେ ପାଣ୍ଡଵ ମାନେ ଯୁଦ୍ଧ ସାରି ନିଜ ରାଜ୍ୟ ଉଆସ ଫେରି ନିଜ ରାଜ୍ୟ ଭାର ସମ୍ଭାଳି ଥିଲେ | ପରେ ସେ ମନସ୍ତ କରିଥିଲେ ଯେ ସ୍ୱଶରୀରରେ ସେ ସ୍ୱର୍ଗ ଯାତ୍ରା କରିବେ ତେବେ ଏହି କଥା ଶୁଣି ସମସ୍ତଙ୍କ ମନରେ ପ୍ରଶ୍ନ ଉଠେ ଯେ ସେମାନେ କେଉଁ ବାଟ ଦେଇ ସ୍ୱର୍ଗ ଯାତ୍ରା କରିଥିଲେ |ଯଦି ଏହି ପ୍ରଶ୍ନଟି ଆପଣଙ୍କ ମନରେ ଆସିଛି ଏହି ଖବରଟି ଆପଣଙ୍କ ପାଇଁ ତେବେ ଆସନ୍ତୁ ଜାଣିନେବା କେଉଁ ବାଟ ଦେଇ ପାଣ୍ଡଵ ମାନେ ସ୍ୱର୍ଗ ଯାତ୍ରା କରିଥିଲେ ଏବଂ ଭାରତର ଶେଷ ଗାଁ ସମ୍ବଦରେ |
ପୌରାଣିକ ତଥ୍ୟ ଅନୁସାରେ ପାଣ୍ଡଵ ମାନେ ଚାଲି ଚାଲି ସ୍ୱର୍ଗ ଯାତ୍ରା ଆରମ୍ଭ କରିଥିଲେ ଏବଂ ସେ ଯେଉଁଠାରେ ସ୍ୱର୍ଗ ଯାତ୍ରା ଆରମ୍ଭ କରିଥିଲେ ଆଜି ସେହି ଜାଗା ହେଉଛି ଭାରତର ଶେଷ ଗାଁ ଓ ସ୍ୱର୍ଗକୁ ଯିବା ପାଇଁ ମାର୍ଗ |ଗାଁ ଟିର ନାମ ହେଉଛି ମାନା ଓ ପୌରାଣିକ ନାଁ ହେଉଛି ମଣିଭଦ୍ର ଏହି ଗାଁ ଉତ୍ତରାଖଣ୍ଡ ସ୍ଥିତ ଚମୁଲି ଜିଲ୍ଲାର ତୀବ୍ରତ ପାହାଡ଼ର ପାଦ ଦେଶରେ ଅବସ୍ଥିତ ଏହି ଗାଁଟି ସରସ୍ବତୀ ନଦୀ କୂଳରେ ରହିଛି |ଯାହାକି ବଦ୍ରୀନାଥ ତୀର୍ଥ ଠାରୁ ମାତ୍ର 3 କିଲୋମିଟର ଦୂର |
ଏହି ଗାଁ ନିଜ ସଂସ୍କୃତି ପାଇଁ ବେଶ ପ୍ରସିଦ୍ଧ ଅଟେ ଓ ଏଠାରେ ମାତ୍ର 60 ରୁ 70 ଟି ଘର ଅଛି ଆଉ ପ୍ରତ୍ୟକଟି ଘର କଥାରେ ତିଆରି |ମାଙ୍ଗଳିକ ଏବଂ ଆଦିବାସୀ ଲୋକ ଏହି ଗାଁରେ ଜୀବନ ଜାପାନ କରି ଥାଆନ୍ତି |ସ୍ଵଛ ଭାରତ ସର୍ଭେ ଅନୁସାରେ 2019 ରେ ଏହି ଗାଁକୁ ଭାରତର ସବୁଠାରୁ ସଫା ସୁତୁରା ଗାଁ ଭାବରେ ବିବେଚନା କରାଯାଇଛି ପୌରାଣିକ କଥା ଅନୁସାରେ ଏହି ଗାଁ ସହିତ ମହାଭାରତ କାଳର ସମ୍ପର୍କ ରହିଛି |
ପୌରାଣିକ ମାନ୍ୟତା ଅନୁସାରେ ପାଣ୍ଡଵମାନେ ଯେତେବେଳେ ସ୍ୱର୍ଗ ଗମନ ଆରମ୍ଭ କରିଥିଲେ ସେତେବେଳେ ସେ ଏହି ଗାଁରୁ ନିଜ ଯାତ୍ରା ଆରମ୍ଭ କରିଥିଲେ |ପାଣ୍ଡଵଙ୍କ ସହ ଦ୍ରୌପଦୀ ଏବଂ ଗୋଟିଏ କୁକୁର ମଧ୍ୟ ଥିଲା ପାଣ୍ଡଵ ଚାହୁଁଥିଲେ ସେ ନିଜ ଶରୀର ସହ ସ୍ୱର୍ଗ ଯାତ୍ରା କରନ୍ତୁ କିନ୍ତୁ ଯିବା ବାଟରେ ଦ୍ରୌପଦୀ ଆଗେ ତଳକୁ ପଡ଼ି ନିଜ ଜୀବନ ତ୍ୟାଗ କରିଥିଲେ |
ତାପରେ ଜଣଙ୍କ ପରେ ଜଣେ ସହଦେଵ ,ନକୁଳ ,ଅର୍ଜୁନ ,ଭୀମ ମଧ୍ୟ ତଳକୁ ପଡ଼ି ନିଜ ଜୀବନ ତ୍ୟାଗ କରିଥିଲେ କେବଳ ସ୍ୱଶରୀର ରେ ଯୁଧିଷ୍ଟର ସ୍ୱର୍ଗକୁ ଯାଇ ପାରିଥିଲେ ଏବଂ ପାଣ୍ଡଵଙ୍କ ସହ ଯେଉଁ କୁକୁର ଥିଲେ ସେ ସ୍ୱୟଂ ଯମ ଥିଲେ |ଏହି ଗାଁରେ କାଳେ ଭୀମ ପୋଲ ଅଛି କୁହାଯାଏ ଏହାକୁ ଭୀମ ତିଆରି କରିଥିଲେ |