ଆଜିର ରାଶିଫଳ 2023 ଅକ୍ଟୋବର 16 ସୋମବାର ,କେମିତି କଟିବ ଆଜିର ଦିନ

ମେଷ ରାଶି -ଆଜି ବୁଧାଦିତ୍ୟ ଯୋଗରୁ କର୍ମକ୍ଷେତ୍ରରେ ସୁପ୍ରତିଷ୍ଠିତ ହେବେ ଘରଭଡ଼ାକୁ କେନ୍ଦ୍ରକରି ସାମାନ୍ୟ ଝଗଡ଼ା ସୃଷ୍ଟି ହୋଇପାରେ। କଳା, କ୍ରୀଡ଼ା, ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହୋଇଯିବ।

ବୃଷ ରାଶି -କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ ଭାଷଣ ସମସ୍ୟା ସୃଷ୍ଟିର ଏକମାତ୍ର ମୁଖ୍ୟ କାରଣ ହୋଇପାରେ। ରାଜନୈତିକ କ୍ଷେତ୍ରରେ ସାଙ୍ଗଠନିକ କାର୍ଯ୍ୟ ସକାଶେ ତପତ୍ରତା ବଢ଼ିବ। କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ

ମିଥୁନ ରାଶି -ପ୍ରତ୍ୟେକ କାର୍ଯ୍ୟ ସାମାନ୍ୟ ବିଳମ୍ବିତ ସମୟରେ ସମ୍ପନ୍ନ ହେବ। ବନ୍ଧୁମାନଙ୍କ ମେଳରେ ଆଜିର ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରୀତିପ୍ରଦ ହୋଇପାରେ। କଳା, ସାହିତ୍ୟ ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ। ଅଫିସ୍‌ କାମର କେତେକ ଘଟଣାର ବିବରଣୀ ସମୂହ ଜାଣିଶୁଣି ସୁଦ୍ଧା ଚୁପ୍‌ ରହିବାକୁ ବାଧ୍ୟ ହେବେ

କର୍କଟ ରାଶି -କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହେବେ। ଆବଶ୍ୟକତା ପୂରଣ କରିବା ଦିଗରେ ଋଣ ସୂତ୍ରରେ ଅର୍ଥଲାଭ କରିବେ। ବ୍ୟବସାୟରେ ଉନ୍ନତି ଘଟିବା ସାଙ୍ଗକୁ ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି |

ସିଂହ ରାଶି -ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି। ଉପରିସ୍ଥଙ୍କ ଆଦେଶାନୁଶାରେ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେବାକୁ ପଡିପାରେ। ଆଜିର ଯାତ୍ରା ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି।

କନ୍ୟା ରାଶି -ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କାମ ହାସଲ କରିବେ। ଶତ୍ରୁତା ଯୋଗୁ ବିଚଳିତବୋଧ କରିବେ ଓ କାର୍ଯ୍ୟଗୁଡିକ ମଧ୍ୟ ଠିକ୍‌ ସମୟରେ ସମ୍ପନ୍ନ ହେବା କଷ୍ଟକର ହେବ। ଯେତେ ଭଲ କାମ କଲେ ମଧ୍ୟ ଟିକିଏ କଥାରେ ଚିହ୍ନା ପଡ଼ି ସମାଲୋଚିତ ହେବେ।

ବିଛା ରାଶି -ଦୀର୍ଘଦିନରୁ ଅପେକ୍ଷା କରିଥିବା କାମ ସମ୍ପର୍କରେ କିଛି ଆଶାଜନକ ଖବର ପାଇ ସାମୟିକ ଖୁସି ହୋଇଯିବେ। ବନ୍ଧୁମାନଙ୍କ ସହ ଆଳାପ ଆଲୋଚନାରେ ଅଧିକ ସମୟ କଟିବ। ସଂଗଠନ, ରାଜନୀତି, ପ୍ରଶାସନ ପାଇଁ ଆଜି ଦିନଟି ବହୁତ ଭଲ।

ଧନୁ ରାଶି -ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ। ଘର ସାଜସଜ୍ଜାରେ ବ୍ୟସ୍ତ ରହିପାରନ୍ତି। ଆଜିର ଦୂରଯାତ୍ରା ସଫଳ ହେବ। ଆଶା ପୂରଣ ହେବ। ଅଭାବ ନ ଥିଲେ ମଧ୍ୟ ପାରିବାରିକ କ୍ଷେତ୍ରରେ ଅସ୍ଥିରତା ହିଁ ମାନସିକ ଅଶାନ୍ତିର କାରଣ ହେବ।

ମକର ରାଶି -ଭୁଲ୍‌ ବୁଝାମଣା କାରଣରୁ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ଠିକ୍‌ ଭାବେ ବୁଝି ପାରିବେନି। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ, ନତୁବା ଅଦଳବଦଳ ହୋଇପାରେ। କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ।

କୁମ୍ଭ ରାଶି -ଭଲ ସମ୍ପର୍କ ଥିବା ବନ୍ଧୁ ଅସୁବିଧାରେ ପକାଇପାରନ୍ତି। ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ। ଆର୍ଥିକ ଦୁଃସ୍ଥିତି ଚିନ୍ତାଜନକ ପରିଣାମ ସୃଷ୍ଟି କରିବାର ଆଶଙ୍କା ରହିଛି।

ମୀନ ରାଶି -ଆକସ୍ମିକ ଭାବରେ ଦୂରଯାତ୍ରାର ସୁଯୋଗ ପାଇବେ। କର୍ମକ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀହୋଇପାରନ୍ତି। ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟିକୁ ଶେଷ କରିପାରିବେନି।

Leave a Reply

Your email address will not be published. Required fields are marked *