ଭାରତ ଠାରୁ ମ୍ୟାଚ୍ ହାରିବା ପରେ ପାକିସ୍ତାନରେ ହଙ୍ଗାମା ,ଖେଳାଳିଙ୍କୁ ଗାଳି କରି ପୁଣି ଦର୍ଶକଙ୍କ ମଧ୍ୟରେ ମାଡ଼ଗୋଳ ,କଚାଡ଼ି କଚାଡ଼ି ଭଜିଲେ ଟିଭି

ନମସ୍କାର ଦର୍ଶକବନ୍ଧୁ ମ୍ୟାଚ ହାରିବାରୁ ରାଗିଗଲେ ପାକିସ୍ତାନୀ ଭାରତ ବିପକ୍ଷ ପ୍ରଦର୍ଶନକୁ ସହି ପାରିଲେନି ପୁଣି ପାକିସ୍ତାନରେ ଚାଲିଲା ଭଙ୍ଗାରୁଜା ଖେଳାଳିଙ୍କୁ ଗାଳି କରି ପିଟା ପିଟି ହେଲେ ପାକିସ୍ତାନୀ |ଯେତେବେଳେ ପାକିସ୍ତାନୀ ଖେଳାଳି ଇଣ୍ଡିଆ ସହିତ ଖେଳି ହାରିଛନ୍ତି ସବୁଥର ଏଭଳି ଭଙ୍ଗା ରୁଜା କରିଛନ୍ତି କ୍ରିକେଟ ଖେଳକୁ ସେମାନେ ବିଶ୍ୱଯୁଦ୍ଧ ବୋଲି ଭାବି ଦେଇଛନ୍ତି |ବିଶ୍ୱକପରେ ପାକିସ୍ତାନୀ ଭାରତ ଠାରୁ ମ୍ୟାଚ ହାରିବା ପରେ ଏହାର ପ୍ରଭାବ ପାକିସ୍ତାନରେ ଦେଖିବାକୁ ମିଳିଛି |

ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଚାଲିଥିବା ବେଳେ ଏହାର ପ୍ରଭାବ ପାକିସ୍ତାନରେ ଦେଖିବାକୁ ମିଳିଛି |ପାକିସ୍ତାନ ବ୍ୟାଟ୍ସମ୍ୟାନ ମାନଙ୍କ ନିନ୍ଦନୀୟ ବ୍ୟାଟିଙ୍ଗ ଦେଖି ରାଗି ଯାଇଥିଲେ ଦର୍ଶକ 191 ରନରେ ଅଲ ଆଉଟ ହେବା ପରେ ରାଗି ଯାଇଥିଲେ ପାକିସ୍ତାନ ଦର୍ଶକ କାରଣ ସେମାନେ ଜାଣି ସାରିଥିଲେ ଯେ ପାକିସ୍ତାନ ଏଥର ବି ଭାରତ ବିପକ୍ଷରେ ହାରିବ ଆଉ ତାହା ସତ ମଧ୍ୟ ହୋଇଥିଲା ଅତି ସହଜରେ ମ୍ୟାଚ ଜିତି ଯାଇଥିଲା ଭାରତ |

ଭିସା ସମସ୍ୟା ଯୋଗୁଁ ଏଥର ବେଶୀ ପାକିସ୍ତାନ ଦର୍ଶକ ବିଶ୍ୱକପ ଦେଖିବାକୁ ଭାରତକୁ ଆସି ପାରି ନାହାଁନ୍ତି ହେଲେ ଟିଭିରେ ଖେଳ ଦେଖି ସେମାନେ ଅଧିକ ଉତ୍ତେଜିତ ହୋଇ ଯାଇଛନ୍ତି ତାଙ୍କ ଦେଶର ଖେଳାଳି ମାନେ ବିଶ୍ୱକପ ଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ଭାରତ ବିପକ୍ଷରେ ଯେଉଁ ଦୟନୀୟ ପ୍ରଦର୍ଶନ କରିଛନ୍ତି ତାହା ସେମାନଙ୍କ କ୍ରୋଧକୁ ଦ୍ୱିଗୁଣିତ କରିଛି |

କାରଣ ପାକିସ୍ତାନ ଦଳ ଭାରତ ଆଗରେ ଚ୍ୟାଲେଞ୍ଜ ମଧ୍ୟ ରଖି ପାରିନଥିଲା ଭାରତ ଟସ ଜିତି ପ୍ରଥମେ ବୋଲିଙ୍ଗ ନିଷ୍ପତି ନେବାରୁ ପ୍ରଥମେ ବ୍ୟାଟିଙ୍ଗ ସୁଯୋଗ ପାଇଥିବା ପାକିସ୍ତାନୀ ଟିମ ଏହାର ଫାଇଦା ଉଠାଇ ପାରିନଥିଲା ପ୍ରଥମରୁ ଦଳ ଯଦି ଭଲ ଆରମ୍ଭ କରିଥିଲା ହେଲେ ତିନି ଉଇକେଟରେ 155 ରନ କରିଥିବା ପାକିସ୍ତାନ ଆଉ ମାତ୍ର 36 ରନ ଭିତରେ ବାକି 7 ଟି ଉଇକେଟ ହରାଇ ଥିଲା|

ଭାରତୀୟ ବୋଲରଙ୍କ ଧୂଆଁଦାର ବୋଲିଙ୍ଗ ଆଗରେ ପାକିସ୍ତାନ ବ୍ୟାଟ୍ସ ମ୍ୟାନ ତିଷ୍ଠି ପାରିନଥିଲେ ଦଳର ଛଅ ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିନଥିଲେ ଫଳରେ ଭାରତକୁ 192 ରନର ଟାର୍ଗେଟ ଦେଇଥିଲା ପାକିସ୍ତାନ ରୋହିତ ଶର୍ମାଙ୍କ ଧୂଆଁଧାର ଅର୍ଦ୍ଧ ଶତକ ବଳରେ ମାତ୍ର 30 ଓଭର ତିନୋଟି ବଲରେ ବିଜୟ ହାସଲ କରିଥିଲା ଭାରତ |

Leave a Reply

Your email address will not be published. Required fields are marked *