ମିଠା କିଣୁଥିଲେ ସାବଧାନ, ପ୍ରତିଷ୍ଠିତ ମିଠା ଦୋକାନ ସହିତ ଅନେକ ଦୋକାନରେ ଚଢ଼ାଉ କଲା ଫୁଡସେଫଟି, ସିଲ ହେଲା ଅନେକ ଦୋକାନ….

ଖାଦ୍ୟ ହେଉଛି ଜୀବନର ଏକ ଅଂଶ ଏକ ଜୀବନ ପରିଚାଳନା କରିବାରେ ଖାଦ୍ୟର ଏକ ଗୁରୁତ୍ୱ ପୁର୍ଣ ଭୂମିକା ରହିଛି ଯଦି ସେହି ଖାଦ୍ୟ ଖାଇ ମଣିଷ ରୋଗରେ ପଡେ ତାହାହେଲେ ସେଥିପାଇଁ ଦେଇ କିଏ ରହିବ ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାହକ | କାକଟପୁର ଶକ୍ତି ପିଠ ମାମଙ୍ଗଳାଙ୍କୁ ନେଇ ରାଜ୍ୟରେ ପରିଚତ ପ୍ରତେକ ଦିନ ହଜାର ହଜାର ଭକ୍ତ ଏଠାକୁ ଆସନ୍ତି ଆଉ ଅନେକ ସ୍ୱାଦିଷ୍ଟ ହୋଟେଲରେ ଖାଦ୍ୟ ଖାଇଥାନ୍ତି କିନ୍ତୁ ଜାଣିନଥାନ୍ତି ସେହି ଖାଦ୍ୟ କେତେ ସୁରକ୍ଷିତ |

100 ଟଙ୍କା ଖାଦ୍ୟ ବଦଳରେ କିଣୁଛନ୍ତି ଲକ୍ଷ୍ୟଧିକ ଟଙ୍କା ଖର୍ଚ୍ଚ କରିଲା ଭଳି ରୋଗ ଏହି କିଛି ଦିନ ହେବ ସୋସିଆଲ ମିଡିଆରେ କିଛି ପୋଷ୍ଟ ହୋଇଥିଲା କାକଟପୁରରେ ବୋହୁ ପ୍ରତିଷ୍ଠିତ ସ୍ୱାଦିଷ୍ଟ ଭୋଜନାଳୟରେ ଖାଦ୍ୟରେ କିଛି କୀଟ ବାହାରିବାର | ଆଜି ଅଚାନକ ଜିଲ୍ଲା ଫୁଡସେଫଟିର ଜଣେ ଅଧିକାରୀ ଓ କାକଟପୁରର ପୋଲିସର ଚାରିଜଣିଆ ଟିମ ଅଚାନକ କାକଟପୁରର ବୋହୁ ପ୍ରତିଷ୍ଠିତ ବାବାଜୀ ସାହୁ ମିଠା ଦୋକାନକୁ ଚଢ଼ାଉ ହୋଇଥିଲା |

ଟିକିନିକି କରି ଖାଦ୍ୟର ମନ ଯାଞ୍ଚ କରିବା ସହିତ ପ୍ରସୂତି ପ୍ରଣାଳୀକୁ ଯାଞ୍ଚ କରିଥିଲା ଏହି ଶତନ୍ତ୍ର ଟିମ ଘଟଣା ସ୍ଥଳରେ ବୋହୁ ବସି ଖାଦ୍ୟ ଓ କେମିକାଲ ଜବତ କରି ସେଥିରେ ସର୍ପ ଗୁଣ୍ଡ ପକେଇ ନଷ୍ଟ କରିଥିଲା ପୋଲିସ | କାକଟପୁର ପୋଲିସ ଓ ଫୁଡସେଫଟର ଵୋଭାଗକୁ ଏଭଳି କାର୍ଯ୍ୟକୁ ପ୍ରସଂଶା କରୁଛନ୍ତି ଲୋକେ | କେବଳ ବାବାଜୀ ସାହୁ ମିଷ୍ଟାନ ଭଣ୍ଡାର ନୁହେ ଅଖ ପାଖରେ ରାସ୍ତା କଡରେ ଥିବା ଫାଷ୍ଟପୁଡ ଦୋକାନ ମାନଙ୍କରେ ମଧ୍ୟ ଚଢ଼ାଉ କରିଥିଲେ |

ସେଠାରେ ଅନେକ ଅନୁପଯୋଗୀ ବ୍ୟବହାର ଖାଦ୍ୟ ଜବତ କରିବା ସହିତ ସେଗୁଡିକୁ ନଷ୍ଟ ମଧ୍ୟ କରିଦିଆଯାଇଛି ଆଉ ସେହି ଦୋକାନୀ ଗୁଡିକ ବିନା ଫୁଡସେଫଟି ଲାଇସେନ୍ସ ଚଳାଉଥିବାରୁ ଅଧିକାରୀ ସେମାନଙ୍କୁ ତାଗିତ କରିବା ସହିତ ତୁରନ୍ତ ଲାଇସେନ୍ସ ଆବେଦନକରିବାକୁ କହିଥିଲେ | ଯାତ୍ରୀ ଓ ସ୍ଥାନୀୟ ଲୋକ ସୁଦ୍ଧ ନିରାମିଷ ଦୋକାନ ଦେଖି ଖାଇବାକୁ ଆସୁଥିବା ବେଳେ ପ୍ରକୃତରେ କେଉଁ ଭଳି ଖାଦ୍ୟ ସେମାନଙ୍କୁ ଯୋଗାଇ ଦିଆଯାଉଛି ତାହା ଆପଣ ମାନେ ବୁଝିପାରୁଥିବେ |

Leave a Reply

Your email address will not be published. Required fields are marked *