ନମସ୍କାର ଦର୍ଶକବନ୍ଧୁ ଟ୍ରେନରେ ଯାତ୍ରା କରିବାକୁ ହେଲେ ରେଳ ବିଭାଗ ତରଫରୁ କିଛି ନିୟମ ରହିଛି ଯାହାକୁ ମାନିବାକୁ ସମସ୍ତେ ବାଧ୍ୟ ଏମିତିକି ଦେଶର ପ୍ରଥମ ନାଗରିକ ମାନ୍ୟବର ରାଷ୍ଟ୍ରପତି ହୁଅନ୍ତୁ କି ଦେଶ ଚଳାଉଥିବା ପ୍ରଧାନମନ୍ତ୍ରୀ ହୁଅନ୍ତୁ |ସେ ଯେତେ ବଡ଼ ଲୋକ ହେଉ ଟ୍ରେନରେ ରହୁଥିବା ନିୟମକୁ ମାନିବାକୁ ସେ ବାଧ୍ୟ ହେବା ଦରକାର ଯଦି କେହି ମାନନ୍ତି ନାହିଁ ତେବେ ସେମାନଙ୍କ ପାଇଁ ଦଣ୍ଡ ବ୍ୟବସ୍ଥାର ମାନ୍ୟତା ରହିଛି ଆଉ ଏହି ଦଣ୍ଡ ସମସ୍ତଙ୍କ ପାଇଁ ସମାନ ରହିଛି କିନ୍ତୁ ଏଠି ଚିତ୍ର ପୁରା ବଦଳି ଯାଇଛି |
ଟ୍ରେନରେ ପୋଲିସ ବାବୁ କୌଣସି ଦୃଶ୍ୟ ମାନୁ ନଥିବାର ସାମ୍ନାକୁ ଆସିଛି ଏମିତିକି ସେ ବିନା ଟିକେଟରେ ଟ୍ରେନରେ ଯାତ୍ରା କରୁଛନ୍ତି ଯାହାର କାରଣ ପଚାରିଲେ ସେ ଟ୍ରେନ କର୍ମଚାରୀଙ୍କ ସହିତ ଝଗଡ଼ା କରୁଛନ୍ତି |ଯେଉଁ ଯାତ୍ରୀ ବିନା ଟିକେଟରେ ଯାତ୍ରା କରିବ ତା ପାଇଁ ରେଳ ବିଭାଗ ତରଫରୁ ଅନେକ ନିୟମ ରହିଛି ଏହାକୁ ନେଇ ଚେତାବନୀ ଦିଆ ଯାଇଥିଲେ ମଧ୍ୟ ଅନ୍ୟ ଲୋକ ତ କାହାକୁ କହିବେ ଖୋଦ ପୋଲିସ ବାବୁ ଏହି ନିୟମକୁ ଅମାନ୍ୟ କରୁଛନ୍ତି |
ବନ୍ଦେ ଭାରତ ଟ୍ରେନ ଯାଉଥିବା ସମୟରେ ପାଖରେ ଟିକେଟ ନଥିବାରୁ ଟିଟିଇ ଆସି ତାଙ୍କୁ ପଚାରିଥିଲେ କିନ୍ତୁ ତାପରେ ଟିଟି ଏବଂ ପୋଲିସ ବାବୁଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଗଲା ଯାହା ଏବେ ସୋସିଆଲ ମେଡିଆରେ ଭାଇରଲ ହେଉଛି |ଟ୍ରେନରେ ଉତ୍ତରପ୍ରଦେଶର ଜଣେ ପୋଲିସ କର୍ମଚାରୀ ବିନା ଟ୍ରେନ ଟିକେଟ ରେ ଟ୍ରେନରେ ଯାତ୍ରା କରିବା ପରେ ଟିଟିଆଇ ତାଙ୍କୁ ପଚାରିବାରୁ ତାଙ୍କ ସହିତ ସେ ଝଗଡ଼ା କରିଲେ ଅଭଦ୍ର ବ୍ୟବହାର ମଧ୍ୟ କଲେ |
ପୋଲିସ ବାବୁଙ୍କ କହିବା ଅନୁସାରେ ସେ ଯେଉଁ ଟ୍ରେନରେ ଯାତ୍ରା କରିବାକୁ ଯାଉଥିଲେ ସେ ଟ୍ରେନ ଷ୍ଟେସନ ଛାଡ଼ି ଦେଇଥିଲା ଏବଂ ସେ ଏହି ଟ୍ରେନରେ ବସି ଯାଇଥିଲେ ଏହାକୁ ଶୁଣିବା ପରେ ଟିଟିଆଇ ତାଙ୍କୁ ଅନେକ କଥା କହିଲେ ପରେ ପୋଲିସ ବାବୁଙ୍କୁ ଟ୍ରେନରୁ ବାହାରି ଯିବାକୁ କହିଲେ ତେବେ ଏହା ସୋସିଆଲ ମେଡିଆରେ ବହୁ ଜୋରରେ ଭାଇରଲ ହେବାରେ ଲାଗିଛି |
କିଛି ଲୋକ ପୋଲିସଙ୍କୁ ସମର୍ଥନ କରୁଥିବା ବେଳେ କିଛି ଲୋକ ଟିଟିଇ ଙ୍କୁ ସମର୍ଥନ କରୁଛନ୍ତି କିନ୍ତୁ ପ୍ରକୃତରେ ସମସ୍ତେ ଟ୍ରେନରେ ଯାତ୍ରା କରୁଥିବା ସମୟରେ ଏହାର ସବୁ ନିୟମ ମାନିବା ଉଚିତ ପୋଲିସ ହୁଅନ୍ତୁ କି ଅନ୍ୟ କର୍ମଚାରୀ ଖାମଖିଆଲି ହେବା ଠିକ ନୁହେଁ |