ନମସ୍କାର ବନ୍ଧୁଗଣ ତେବେ ଆଜି ଲାଗିବ ବର୍ଷର ଦ୍ଵିତୀୟ ଓ ଶେଷ ସୂର୍ଯ୍ୟ ପରାଗ ଗର୍ଭବତୀ ମହିଳାମାନେ ଭୁଲ୍ରେ ବି କରନ୍ତୁ ନାହିଁ ଏହି କାମ | ତେବେ ଆଜି ବର୍ଷର ଶେଷ ସୂର୍ଯ୍ୟ ପରାଗ ଏଥିସହିତ ଆଜି ମହାଳୟା ଅମାବାସ୍ୟା ଏହି ଦିନ ଗର୍ଭବତୀ ମହିଳା ମାନେଙ୍କୁ ନିଜର ବିଶେଷ ଧ୍ୟାନ ରଖିବା ଆବଶ୍ୟକ | ଜ୍ୟୋତିଷ ଶସ୍ତ୍ର ଅନୁସାରେ ସୂର୍ଯ୍ୟ ପରାଗ ହେଉ କିମ୍ବା ଚନ୍ଦ୍ରଗ୍ରହଣ ଏହି ସମୟରେ ନୀତି ନିୟମ ଅନୁସାରେ ସମୟ ଅତିବାହିତ କରିବା ନିହାତି ଜରୁରୀ ନଚେତ ଏହା ଉଭୟ ଗର୍ଭବତୀ ମା ଓ ଗର୍ଭସ୍ଥ ଶିଶୁ ଉପରେ ଖରାପ ପ୍ରଭାବ ପକେଇଥାଏ |
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଣ ସମୟରେ ଗର୍ଭବତୀ ନାରୀ ଘର ବାହାରକୁ ବାହାରିବା ଉଚିତ ନୁହେଁ ଏହାଦ୍ୱାରା ଗ୍ରହଣର ଖରାପ ପ୍ରଭାବ ଗର୍ଭବତୀ ନାରୀଙ୍କ ଉପରେ ପଡିଥାଏ | ଗ୍ରହଣର ଛାୟା ଠାରୁ ନିହାତି ଗର୍ଭବତୀ ନାରୀ ଦୁରେଇ ରହିବ ଜରୁରୀ | ଗର୍ଭବତୀ ନାରୀ କଦାପି ଗ୍ରହଣ ଦେଖିବା ଉଚିତ ନୁହେଁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଣ ଦେଖିବା ଦ୍ୱାରା ଗର୍ଭସ୍ଥ ଶିଶୁ ଉପରେ ଗ୍ରହଣର ଖରାପ ପ୍ରଭାବ ପଡିଥାଏ |
ଶାସ୍ତ୍ର ଅନୁସାରେ ଗ୍ରହଣ ସମୟରେ ଗର୍ଭବତୀ ନାରୀ କଦାପି କୌଣସି ଧାରୁଆ ଜିନିଷ ଧରିବା କିମ୍ବା ବ୍ୟବହାର କରିବା ଉଚିତ ନୁହେଁ ଏବଂ କୌଣସି ସିଲେଇ କରିବା ଉଚିତ ନୁହେଁ | ଏହାଛଡା କଇଁଚି ଇତ୍ୟାଦିରେ କିଛି କଟାକଟି ମଧ୍ୟ କରନ୍ତୁ ନାହିଁ | ତେବେ ଗ୍ରହଣ ଛାଡିବା ପରେ ଗର୍ଭବତୀ ନାରୀ ନିହାତି ସ୍ନାନ କରିବା ଆବଶ୍ୟକ ଏବଂ ହାତରେ ଦୁବ ଘାସ ଧରି ଈଶ୍ଵରଙ୍କ ସ୍ମରଣ କରନ୍ତୁ ଏହାପରେ ସେହି ଦୁବଘାସକୁ ଠାକୁରଙ୍କ ନିକଟରେ ଅର୍ପଣ କରନ୍ତୁ |
ଗର୍ଭବତୀ ନାରୀ ମାନେ ଗ୍ରହଣ ସମୟରେ ରୋଷେଇ କରିବା ବର୍ଜନୀୟ ସଜେଇ ହେବା ମଧ୍ୟ ବର୍ଜନୀୟ ଅଟେ ଏହି ସମୟରେ ଆପଣ ରନ୍ଧା ଜିନିଷ ଭୋଜନ ନକରି କ୍ଷୀର ଫଳ ଇତ୍ୟାଦି ଖାଇପାରିବେ | ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଣ ସମୟରେ ଗର୍ଭବତୀ ନାରୀମାନେ ତୁଳସୀ ପତ୍ର ସେବନ କରନ୍ତୁ ଏହାଦ୍ୱାରା ଗର୍ଭସ୍ଥ ଶିଶୁ ଉପରେ ଭଗବାନ ବିଷ୍ଣୁଙ୍କର କୃପା ରହିବ | ଧାର୍ମିକ ବିଶ୍ୱାସ ଅନୁଯାଇ ଏହି ସମୟରେ ଆପଣ ଶୋଇବା ଠାରୁ ଦୁରେଇ ରହିବ ଉଚିତ ଏବଂ ହନୁମାନ ଚାଳିଶ ଓ ମା ଦୁର୍ଗାଙ୍କ ଶ୍ଳୋକ ପଡିବ ଉଚିତ ଏହା ଶୀଘ୍ର ନକରାତ୍ମକ ଶକ୍ତି ଗୁଡିକୁ ହଟାଇଥାଏ | ଆଉ ଶେଷରେ ଯେତେବେଳେ ସୂର୍ଯ୍ୟପରାଗ ଶେଷ ହେବା ପରେ ଗାଧୋଇ ସଫା ବସ୍ତ୍ର ପିନ୍ଧିବା ଭଲ |