ଟ୍ରେନ ଯାତ୍ରୀଙ୍କ ପାଇଁ ଅଶୁଭ 2023 କେଉଁ ଭରସାରେ ଟ୍ରେନରେ ଯାତ୍ରା କରିବେ ଯାତ୍ରୀ ବାହାନଗା ଟ୍ରେନ ଲାଇନରୁ ଶୁଖୁନି ର-କ୍ତ ଛିଟା | ପୁଣି ବିହାର ବକ୍ସରରେ ଟ୍ରେନ ଟ୍ରାକରେ ବୋହିଲା ର-କ୍ତ-ର ସୁଅ | 2023 ରେ ଗୋଟେ ପରେ ଗୋଟିଏ ଘଟୁଛି ଟ୍ରେନ ଦୁର୍ଘଟଣା ଏବେବି ମୃ-ତୁ ସହ ସଂଘର୍ଷ କରୁଛନ୍ତି 100ରୁ ଉର୍ଦ୍ଧ ଯାତ୍ରୀ | ଓଡିଶା ପରେ ବିହାରରେ ପଡିଛି କାନ୍ଦ ବୋବାଳି ଆତ୍ମୀୟ ସଜନଙ୍କୁ ଖିଯିବା ପାଇଁ ଟ୍ରେନ ଲାଇନରେ ଲାଗିଛି ଗହଳି |
ଗତ କିଛି ମାସ ଭିତରେ ସହ ସହ ଯାତ୍ରୀଙ୍କ ର-କ୍ତ ପି ସାରିଲାଣି ଟ୍ରେନ ଓ ଟ୍ରେନ ଟ୍ରାକ ପୁଣି ଥରେ ଘଟିଛି ଭୟଙ୍କର ଦୁର୍ଘଟଣା 2023 ମସିହା ଯାତ୍ରୀଙ୍କ ପାଇଁ ଅଶୁଭ ପାଲଟିଛି ଏକଥା କହିଲେ ଭୁଲ ହେବ ନାହିଁ | 2023 ମସିହା ଜୁନ 2 ତାରିଖ ଅଚାନକ ଓ଼ଡିଶା ସହିତ ପୁରା ଦେଶରେ ଚହଳ ପଡିଗଲା ଆଉ ଟିଭି ପରଦାରେ ଦିଶୁଥିଲା କୁଢ଼ କୁଢ଼ ସ-ବ | ଏବେ ବି ସେଦିନ କଥା ମାନେ ପଡିଲେ ଲୋମ ତାଙ୍କରି ଉଠେ |
ବାହାନଗାରେ ଲୋକେ ଶୁଣିଛନ୍ତି ଜୀବନ ଗଲାବେଳେ ଚିତ୍କାର ଆଉ ପୁଣି ଥରେ ଛତିଥରା ଦୁର୍ଘଟଣା ଘଟିଛି ବିହାରର ବକ୍ସରରେ | ଦିଲ୍ଲୀର ଆନନ୍ଦବିହାର ଟରର୍ମିନାଲରୁ କାମାକ୍ଷା ଅଭିମୁଖେ ବାହାରିଥିବା ନର୍ଥ ଟ୍ରେନ ଏକ୍ସପରେସର ପ୍ରୟ 21ଟି ବଗି ଲାଇନ ଚୁତ ହେବ ଫଳରେ ଦୁର୍ଘଟଣା ଘଟିଥିବା କୁହାଯାଉଛି | 4ଯାତ୍ରୀଙ୍କ ମୃ-ତୁ ଘଟିଥିବା ବେଳେ 100ରୁ ଅଧିକ ଯାତ୍ରୀ ଜୀବନ ସହ ସଂଘର୍ଷ କରୁଛନ୍ତି |
ବାରମ୍ବାର ଟ୍ରେନ ଦୁର୍ଘଟଣା ଘଟିବା ଫଳରେ ସାଧାରଣ ଲୋକେ ଭୟବିତ୍ତ ଅଛନ୍ତି କାହିଁକିନା ଟ୍ରେନ ଦୁର୍ଘଟଣାରେ କାହାର କେତେବେଳେ ଜୀବନ ଯିବ କିଏବା କହିବ | ଭାଗ୍ୟ ବଶତ ସହ ସହ ଯାତ୍ରୀଙ୍କ ଜୀବନ ବଞ୍ଚିଗଲା | ଯଦି ଆହୁରି ଭୟଙ୍କର ଦୁର୍ଘଟଣା ହୋଇଥାନ୍ତା ତେବେ କଣ ହୋଇଥାନ୍ତା ଭାବିଲା ବେଳକୁ ଲୋମ ଟାଙ୍କୁରୀ ଉଠୁଛି | ଏବେ ପ୍ରଶ୍ନ ଉଠୁଛି ଯାତ୍ରୀମାନେ କେଉଁ ଭରସାରେ ଟ୍ରେନରେ ଯାତ୍ରା କରିବେ |