ଆପଣ ଛତୁ ଖାଉଛନ୍ତି କି, ତେବେ ସାବଧାନ, ଖାଇବା ପୂବାରୁ ଟିକେ ଦୃଶ୍ୟକୁ ଦେଖନ୍ତୁ, ୫୦ ଟଙ୍କାରେ ବିକ୍ରି ହେଉଛି ଛତୁ…

ଛତୁ କିଲୋ ବଜାରରେ 200 ଥିବା ବେଳ ଏଠି ମିଳୁଛି ମାତ୍ର 50ଟଙ୍କାରେ ଆଉ ଗ୍ରାହକ ମାନେ ବେଶ ଖୁସିରେ ବଜାର ଯାଇ କିଣିକି ଘରକୁ ନେଇଆସୁଛନ୍ତି 50 ଟଙ୍କାରେ ମିଳୁଥିବା ଛତୁ | କିନ୍ତୁ ସେହି ଛତୁ ଖାଇବାଦ୍ୱାରା ସ୍ଵାସ୍ଥ ପାଇଁ କେତେ ଖେତିକାରକ ତାହା ଗ୍ରାହକ ମାନେ ଜାଣିନାହାଁନ୍ତି | ଆପଣ ଛତୁ ଖାଉଛନ୍ତି କି ଯଦି ଖାଉଛନ୍ତି ତେବେ ସାବଧାନ ହୋଇଯାନ୍ତୁ ଛତୁ ଖାଇବା ପୂର୍ବରୁ ଦେଖିନିଅନ୍ତୁ ଖାଦ୍ୟ ନରେ କିପରି ବିଷବାଣ୍ଟୁଛନ୍ତି ବେପାରିମାନେ |

ଛତୁକୁ ନଦୀର ପାଣିରେ କିଭଳି ଭସାଇ ରଖିଛନ୍ତି ତାପରେ ବଜାରରେ ନେଇ ବିକ୍ରି କରୁଛନ୍ତି ବେପାରୀ ସେ ପୁଣି 50 ଟଙ୍କା କିଲୋରେ | ଗ୍ରାହକ ମାନେ ବେଶ ଖୁସି ହେଉଯାଉଛନ୍ତି କାହିଁକିନା 50 ଟଙ୍କାରେ ଛତୁ ମିଳିଯାଉଛି ବୋଲି କିନ୍ତୁ ସେମାନେ କଣ ଜାଣିଛନ୍ତି ଏହି ଛତୁ ଖାଇବା ଦ୍ୱାରା ବିଭିନ୍ନ ପ୍ରକାର ରୋଗ ଶରୀରକୁ ଆସୁଛି ବୋଲି | ଏହି ଦୃଶ୍ୟ ହେଉଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ପଥର ଖମ୍ବ ଗାଁ ପାଖ ରେଙ୍ଗାଲି ବାମପାର୍ଶ୍ଵ କେନାଲର ଦୃଶ୍ୟ |

ରେଙ୍ଗାଲି ବାମପାର୍ଶ୍ଵ କେନାଲରେ ଚାଷୀଙ୍କ ଠାରୁ କିଣା ଯାଇଥିବା ଛତୁକୁ ପ୍ରଥେମେ କିଛି ସମୟ ପାଇଁ ଭିଜା ଯାଉଛି ଆଉ ତାହାପରେ ଅଟୋ ଏବଂ ବାଇକ ଯୋଗେ ବିଭିନ୍ନ ଜାଗାକୁ ଚାଲାଣ କରାଯାଉଛି | ତାଳଚେର କାମାକ୍ଷାନଗର ଢେଙ୍କାନାଳ ଅନୁଗୁଳ ଆଦି ଅଞ୍ଚଳକୁ ଏହି ସବୁ ଛତୁ ଚାଲାଣ କରାଯାଉଛି | ଲୋକମାନେ ଭଲ ସ୍ୱାଦିଷ୍ଟ ଖାଦ୍ୟ ବଦଳରେ ଅସ୍ୱାସ୍ଥ୍ୟକର ଦୂଷିତ ଜଳରେ ଭିଜା ଯାଇଥିବା ଛତୁ ଖାଉଛନ୍ତି |

ଯେଉଁ କେନାଲ ଜଳରେ ଲୋକମାନେ ଶୌଚ ହେବ ଗାଈ ଗୋରୁଙ୍କୁ ଗାଧୋଇଦେବା ନାଳ ଆବର୍ଜନା ଆଦି ପାଣି ଅଶିମୁଷୁଛି ଏପରି ଜଳକୁ କିଛି ବ୍ୟବସାୟୀ ଲାଭ ପାଇଁ ଛତୁକୁ ଏହି ଅପରିଷ୍କାର ପାଣିରେ ଭିଜାଇରଖିଛନ୍ତି | ଏପରିକି ଛତୁ ଚାଷ ପାଇଁ ସୁନାମ ଅର୍ଜନ କରିଥିବ ପଥର ଖମ୍ବ ଅଞ୍ଚଳକୁ ବଦନାମ କରାଯାଉଥିବା ଦେଖିବାକୁ ମିଳିଛି | ଏନେଇ ଲୋକମାନେ ଛତୁ କିଣିବା ପୂର୍ବରୁ ସତର୍କତା ରହିବ ସହିତ ଏଥିପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକମାନେ |

Leave a Reply

Your email address will not be published. Required fields are marked *