ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଆପଣଙ୍କୁ ଆଜି କିଛି ଗୁରୁତ୍ୱପୂର୍ଣ୍ଣ ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହାକୁ ଜାଣିବା ଦ୍ୱାରା ଆପଣଙ୍କ ଆଗାମୀ ଦିନ ଗୁଡ଼ିକ ମଙ୍ଗଳମୟ ରହିବ ଏବଂ ଆପଣଙ୍କ ଜୀବନରେ ବହୁତ କଥା ଜାଣିବା ଦ୍ୱାରା ଆପଣଙ୍କ ପରିବାର ଏବଂ ସନ୍ତାନ ମାନେ ବହୁତ ଭଲରେ ରହିବେ
ମନ୍ଦିରରୁ ଠାକୁର ଦର୍ଶନ କରି ଫେରିବା ସମୟରେ କେବେବି ଘଣ୍ଟି ବଜାଇବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ ଏବଂ ଆରତୀ ନେବା ସମୟରେ ଗୋଟିଏ ହାତରେ ଆରତୀ ନେବା ଅନୁଚିତ |ସ୍ତ୍ରୀ ଲୋକମାନେ ଦଣ୍ଡବତ କରି ପ୍ରଣାମ କରିବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ ଏବଂ ଗର୍ଭବତୀ ମହିଳା ମାନେ ଶିବ ଲିଙ୍ଗ ସ୍ପର୍ଶ କରିବା ଉଚିତ ନୁହେଁ |
ମନ୍ଦିରରେ ଦୀପ ଲଗାଇବା ସମୟରେ କେବେବି ଅନ୍ୟ ଦୀପରେ ନିଜ ଦୀପ ଲଗାଇବା ଉଚିତ ନୁହେଁ ଏହା ଅଶୁଭ ଏବଂ ଅମଙ୍ଗଳ ହୋଇଥାଏ |ମହିଳା ମାନେ କେବେବି ହନୁମାନଙ୍କୁ ଏବଂ ଶନିଦେବଙ୍କୁ ସ୍ପର୍ଶ କରିବା ଉଚିତ ନୁହେଁ ଏବଂ ମନ୍ଦିରରେ ମହିଳା ମାନଙ୍କୁ ଭୀଡରେ ଠେଲା ପେଲା କରିବା ଉଚିତ ନୁହେଁ |
ପୁରୁଷ ହୁଅନ୍ତୁ କିମ୍ବା ମହିଳା ପୂଜା ସମୟରେ ମୁଣ୍ଡକୁ ବସ୍ତ୍ର ସାହାଯ୍ୟରେ ଘୋଡ଼ାଇବା ଉଚିତ ଏହା ଶୁଭ ହୋଇଥାଏ ଏବଂ ଚଞ୍ଚଳ ମନ ସ୍ଥିର ହେବା ସହିତ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ |ଗାଧେଇ ସାରିବା ପରେ ବାଲ୍ଟିରେ କେବେବି ଗାଧୁଆ ପାଣି ଛାଡ଼ିକି ଆସିବା ଉଚିତ ନୁହେଁ |
ଏହା ଅମଙ୍ଗଳକାରୀ ହେବା ସହିତ କାଙ୍ଗାଳ ହେବାର ସମ୍ଭାବନା ଥାଏ |ଗାଧେଇ ସାରିବା ପରେ କେବେବି କପଡ଼ା ଧୋଇବା ଉଚିତ ନୁହେଁ ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହେବା ସହିତ ଦାରିଦ୍ର୍ୟତା ଦେଖା ଦେବାର ସମ୍ଭାବନା ଥାଏ |