ସ୍କୁଲ ଏବଂ କଲେଜ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ବଡ଼ ଖୁସିର ଖବର ,ଏହି student ମାନଙ୍କୁ ମିଳିବ ଟଙ୍କା ,ଶୀଘ୍ର କରନ୍ତୁ ଆବେଦନ….

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ବଡ଼ ଖୁସି ଖବର ଛାତ୍ର ଛାତ୍ରୀଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କାହିଁକି ମିଳିବ କେମିତି ମିଳିବ ଚାଲନ୍ତୁ ଆଉ ଡେରି ନକରି ସମ୍ପୂର୍ଣ୍ଣ ଅପଡେଟ ଜାଣିବା |ଦଶ ହଜାର ଏକାଦଶ ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ମିଳିବ ଜୁନିୟର ମେରିଟ ସ୍କଲାରସିପ |ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ 60 ପରସେଣ୍ଟରୁ ଅଧିକ ମାର୍କ ରଖିଥିବା ଛାତ୍ର ଛାତ୍ରୀ ଆବେଦନ କରିପାରିବେ |

ଅଭିଭାବକଙ୍କ ବାର୍ଷିକ ଆୟ ଛଅ ଲକ୍ଷ ଟଙ୍କାରୁ ଅଧିକ ହୋଇନଥିବା ଛାତ୍ର ଛାତ୍ରୀ ଆବେଦନ କରିପାରିବେ ଏଥିପାଇଁଗତ 5 ତାରିକରୁ ରାଜ୍ୟ ସ୍କଲାରସିପ ୱେବସାଇଟରେ ଆବେଦନ ଆରମ୍ଭ ହୋଇଥିବା ବେଳେ ଆସନ୍ତା 15 ତାରିକରେ ଶେଷ ହେବ |ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ସାମସ ଓ ନନ ସାମସ ଉଚ୍ଚ ମାଧ୍ୟମିକ ସ୍କୁଲର ଅଧ୍ୟକଙ୍କୁ ଏନେଇ ଚିଠି ହୋଇଛି |

CHSE ,CBSE ,ICSE ଅନୁଦାନ ପ୍ରାପ୍ତ ସ୍କୁଲ ,କେନ୍ଦ୍ରୀୟ ବିଦ୍ୟାଳୟ ,ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଆବେଦନ କରିପାରିବେ |ପାଞ୍ଚ ହଜାର ଛାତ୍ର ଏବଂ ପାଞ୍ଚ ହଜାର ଛାତ୍ରୀଙ୍କୁ ଏହି ସ୍କଲାରସିପ ମିଳିବ ସ୍କଲାରସିପ ପାଇଁ ଯୋଗ୍ୟ ବିବେଚିତ ଛାତ୍ର ଛାତ୍ରୀଙ୍କୁ ବାର୍ଷିକ 3,000 ଟଙ୍କା ଦିଆଯିବ |

ଏଥିସହ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ପିଲାମାନେ ଏହାର ନବୀକରଣ କରିପାରିବେ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଦିଆଯିବ ଏନେଇ ସମସ୍ତ ବିବରଣୀ ରାଜ୍ୟ ସ୍କଲାରସିପ ପୋର୍ଟାଲରେ ଉପଲବ୍ଧ ରହିଛି |

Leave a Reply

Your email address will not be published. Required fields are marked *