ଘଣ୍ଟ ହୁଳହୁଳି ଶୁଣି ଦୌଡ଼ି ଆସୁଛି ଜଙ୍ଗଲୀ ମାଙ୍କଡ… ଘରେ ଖାଉଛି ପିଉଛି ପୁଣି ଚାଲିଯାଉଛି ,ଏହାର ପ୍ରକୃତ ସତ୍ୟତା ଜାଣିଲେ ହାତ ଯୋଡ଼ିଦେବେ

ଦର୍ଶକ ବନ୍ଦୁ ଆପଣମାନେ ଅନେକ ସମୟରେ ଦେଖି ଥିବେ ଜଙ୍ଗଲି ମାଙ୍କଡ଼ ମାନଙ୍କ ଆତଙ୍କ ଗାଁରେ ଦେଖିବାକୁ ମିଳିଥାଏ । ଲୋକମାନେ ଜଙ୍ଗଲି ମାଙ୍କଡ଼ ମାନଙ୍କୁ ଦେଖି ଦୌଡ଼ି ଯାଆନ୍ତି ହେଲେ ଏହି ମାଙ୍କଡ଼ଟି ଜଙ୍ଗଲରୁ ଆସିଛି ଘରକୁ କାହିଁକି ଆସିଛି କଣ କରୁଛି ଆସନ୍ତୁ ଜାଣିବା। କୌଣସି ଗୃହପାଳିତ ମାଙ୍କଡ଼ ନୁହେଁ ବରଂ ଏହେଉଛି ଏକ ଜଙ୍ଗଲି ମାଙ୍କଡ଼ ଆଉ ସରକାରୀ ବାବୁ କିଭଳି ଏହି ମାଙ୍କଡ଼ ସହିତ ଭଲପାଇବା ସ୍ନେହ ରେ ଏମିତି ବାନ୍ଧି ଛନ୍ତି ମାଙ୍କଡଟି ବେଳେ ବେଳେ ଘରକୁ ଦୌଡ଼ି ଆସୁଛି ।

ଏହେଇଛି ଭଦ୍ରକ ସହରର ମହାବୀର ନଗରର ସମରାଇ ପୁରର ଜଣେ ସରକାରୀ କର୍ମଚାରୀ ନିର୍ମଳ କୁମାର ବେହୁରିଆଙ୍କ କଥା । ନିର୍ମଳ ବେହୁରିଆ ପେଶାରେ ଜଣେ ସରକାରୀ କାର୍ଯ୍ୟରତ ଅଫିସର କିନ୍ତୁ ନିଶା ତାଙ୍କର ପଶୁପକ୍ଷୀ ମାନଙ୍କୁ ନିଜର କରିବା ଅଫିସ ଯିବା ବାଟରେ ହେଉ କିମ୍ବା ତାଙ୍କ ଆଖି ସାମ୍ନାରେ ଯେକୌଣସି ପଶୁ ହେଉ କିମ୍ବା ପକ୍ଷୀ ଯଦି କେହି ବିପଦରେ ପଡିଥାନ୍ତି ସେମାନଙ୍କୁ ବିପଦରୁ ଉଦ୍ଧାର ନକଲା ପର୍ଯ୍ୟନ୍ତ ନିର୍ମଳ ବାବୁ ସେହି ଜାଗାରୁ ଯାଆନ୍ତି ନାହିଁ ।

ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହେବେ ଜଙ୍ଗଲି ମାଙ୍କଡ ନିର୍ମଳ ବେହୁରିଅଙ୍କ ପାଖରେ ଅଳି ଅରଦଳି କରିଛନ୍ତି କେମିତି ଜଙ୍ଗଲ ମାଙ୍କଡ଼ ମନେ ନିର୍ମଳ ବାବୁଙ୍କ ପାଖରେ ବସି ବାଦାମ ଖାଉଛନ୍ତି ତ କେତେବେଳେ ନିର୍ମଳ ବାବୁଙ୍କ ଶୋଇବା ବିଛଣରେ ପହଁଚି ଯାଉଛନ୍ତି ଆଉ କେତେବେଳେ ତାଙ୍କ ଖାଇବା ଟେବୁଲ୍ ଉପରେ ବସି ଫଳ ଖାଉଛନ୍ତି ।

ଜଙ୍ଗଲି ମାଙ୍କଡକୁ ନିର୍ମଳ ବାବୁ ଝୁଣା ଧୂପ ଦେଇ ପୂଜା କରିଛନ୍ତି କାରଣ ଏହି ଜଙ୍ଗଲି ମାଙ୍କଡକୁ ଭାବୁଛନ୍ତି ଭଗବାନ ଆସିଛନ୍ତି । ନିର୍ମଳ ବାବୁଙ୍କର ଏହି ମାଙ୍କଡ଼ ମାନଙ୍କ ସହିତ ଏମିତି ସମ୍ପ୍ରକ୍ ଗଢିଉଠିଛି ଯେ ଗୋଟିଏ ଦିନ କହି କାହାକୁ ନ ଦେଖିଲେ ରହିପାରନ୍ତି ନାହିଁ ।

ଘରଭିତରକୁ ଆସି ମାଙ୍କଡ଼ ମାନଙ୍କ ଏମିତି ହରକତ ଦେଖି ନିର୍ମଳଙ୍କ ପରିବାର ଲୋକେ ଭୟବିତ ହୋଇଯାଇଥିଲେ ପ୍ରଥମେ କିନ୍ତୁ ଏହି ବାବଦରେ ନିର୍ମଳ ବାବୁଙ୍କ ପତ୍ନୀଙ୍କୁ ବୁଝାଇଥିଲେ ଆଉ ତାପରେ ଯେମିତି ସବୁଦିନ ପାଇଁ ଘରର ଜଣେ ସଦସ୍ୟ ବନିଗଲେ ଏହି ଜଙ୍ଗଲି ମାଙ୍କଡ଼ ମନେ।

Leave a Reply

Your email address will not be published. Required fields are marked *