ଆଜିର ରାଶିଫଳ 2023 ଅକ୍ଟୋବର 11 ବୁଧବାର ,କେମିତି କଟିବ ଆଜିର ଦିନ

ମେଷ ରାଶି – ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ । ମାନସିକ ଏବଂ ଶାରୀରିକ ଜୀବନ ସୁଖପ୍ରଦ ହେବ । ପରିବାର ସହ ଉତ୍ତମ ସମୟ ବିତାଇବେ । ମହିଳଆମାନେ ଧୈର୍ଯ୍ୟ ଏବଂ ଆତ୍ମବିଶ୍ୱାସ ରଖି କାର୍ଯ୍ୟ କରିବେ । କୌଣସି କଥାକୁ ନେଇ ଚିନ୍ତାରେ ରହି ପାରନ୍ତି ।

ବୃଷ ରାଶି -ଆଜି ଆପଣ କମ୍ ପରିଶ୍ରମରେ ଅଧିକ ଏବଂ ଭଲ ପାଇପାରନ୍ତି । ଧନ ଲାଭର ଯୋଗ ରହିଛି । କୋର୍ଟରେ ବିଚାଧିନ ଥିବା ମାମଲାରେ ଜୟଯୁକ୍ତ ହେବେ । ପାରିବାରିକ ସୁଖ ଶାନ୍ତି ରହିବ । ବ୍ୟବସାୟୀ ମାନେ ନୂଆ କାର୍ଯ୍ୟର ଆରମ୍ଭ କରିପାରନ୍ତି ।

ମିଥୁନ ରାଶି -ଆଜି ନିଜ ସନ୍ତାନଙ୍କୁ ନେଇ ଚିନ୍ତାରେ ରହିପାରନ୍ତି । ସମସ୍ୟା ବଢିପାରେ । ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ । ବାଣିଜ୍ୟ-ବ୍ୟବସାୟ ପାଇଁ ଦିନଟି ଅନୁକୂଳ । ବିଦ୍ୟାର୍ଥିମାନେ ପାଠପଢାରେ କୃତକାର୍ଯ୍ୟ ହେବେ ।

କର୍କଟ ରାଶି -ଛାତ୍ରଛାତ୍ରୀଙ୍କୁ କ୍ରିଡା କ୍ଷେତ୍ରରେ ସଫଳତା ମିଳିବ । ଉଚ୍ଚ ସମ୍ମାନ ପାଇବେ । ସନ୍ତାନଙ୍କ ସମ୍ବନ୍ଧିତ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି । ଗୁରୁଜନଙ୍କ ପ୍ରେରଣା ଓ ଆର୍ଥିକ ସ୍ଥିତି ଭଲରେ ରହିବ ।

ସିଂହ ରାଶି -ରାଜନୀତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ମାନ ସମାନ ମିଳିବ । ପଡୋଶୀଙ୍କ ସହ ବିବାଦ ସୃଷ୍ଟି ହୋଇପାରେ । ଯାତ୍ରା କରିବା ସମୟରେ ସତର୍କ ରୁହନ୍ତୁ । ଆର୍ଥିକ ସ୍ଥିତି ସୁଧୁରିବ । ମନ ଭଲ ରହିବ । ବ୍ୟବସାୟରେ ଲାଭ ମିଳିବ ।

କନ୍ୟା ରାଶି -କୌଣସି ପ୍ରସଙ୍ଗକୁ ନେଇ ପାରିବାରିକ ସମସ୍ୟା ଦେଖାଦେଇପାରେ । ବାଧାବିଘନ୍ନ ଓ ସମସ୍ୟା ଲଗି ରହିବ । ନକାରାତ୍ମକ ଚିନ୍ତା ମନକୁ ଆସିବ ।ଭାଇଭଉଣୀଙ୍କ ସହିତ ସମ୍ପର୍କ ମଜବୁତ ହେବ ।

ତୁଳା ରାଶି -ନୂଆ ଚାକିରିର ସୁଯୋଗ ରହିଛି । ଯଦି ବ୍ୟବସାୟୀମାନେ ସେମାନଙ୍କର ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ଯୋଜନା କରୁଛନ୍ତି, ତେବେ ଆଜି ଆରମ୍ଭ କରି ପାରିବେ । ପାରିବାରିକ ଜୀବନ ସୁଖଦ ରହିବ । ପିତାମାତାଙ୍କ ସମର୍ଥନ ପାଇବେ

ବିଛା ରାଶି -ଆର୍ଥିକ ଅବସ୍ଥା ଭଲ ରହିବ । ମୁଣ୍ଡବିନ୍ଧା, ଜ୍ୱର ଇତ୍ୟାଦି ସମସ୍ୟା ଦେଖା ଦେଇ ପାରେ । କର୍ମକ୍ଷେତ୍ରରେ ନୂଆ ସୁଯୋଗ ପାଇପାରନ୍ତି ।ଜୀବନରେ ସୁଖ ଏବଂ ଶାନ୍ତି ରହିବ ।

ମକର ରାଶି -ସାଙ୍ଗ ସାଥିମାନେ ସାହାଯ୍ୟ କରିବା ଫଳରେ ନିର୍ମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ । ବ୍ୟବସାୟ କ୍ଷେତ୍ରରେ ପରିଶ୍ରମ ବୃଦ୍ଧି ପାଇବା ଫଳରେ ସୁଖଶାନ୍ତି ବର୍ଦ୍ଧିତ ହେବ । ଅଫିସରେ କାର୍ଯ୍ୟଭାର ଅଧିକ ହେବାର ସମ୍ଭାବନା ଅଛି । ଜୀବନରେ ସୁଖ ଏବଂ ଶାନ୍ତି ରହିବ ।

କୁମ୍ଭ ରାଶି -ପତି-ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ଜୀବନସାଥୀଙ୍କ ସହିତ ଭଲ ସମୟ ବିତାଇବେ । ଆଜି କର୍ମକ୍ଷେତ୍ରରେ ଅପଦସ୍ଥ ହୋଇପାରନ୍ତି । ନିଜ ବନ୍ଧୁଙ୍କର ସମର୍ଥନ ପାଇବେ । କର୍ମକ୍ଷେତ୍ରରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି ।

ମୀନ ରାଶି -ଗୃହ, ଜମି ଏବଂ ପାରିବାରିକ ସମସ୍ୟାକୁ ନେଇ ବାଦବିବାଦରେ ବିଜୟୀ ହେବ । ଋଣ କରନ୍ତୁ ନାହିଁ । ପରିବାର ତରଫରୁ ଖୁସି ଖବର ପାଇପାରନ୍ତି । ଚାକିରୀ କରୁଥିବା ଲୋକମାନେ କଠିନ ପରିଶ୍ରମ କରି ସଫଳ ହେବେ ।

Leave a Reply

Your email address will not be published. Required fields are marked *