କାହାକୁ କିଛି ନଜଣାଇ ଚୁପଚାପ ଛୁଇଁ ଦିଅନ୍ତୁ ଗାଈର ଏହି ଅଙ୍ଗ ,କୋଟି ପୁଣ୍ୟ ଆପଣଙ୍କୁ ପ୍ରାପ୍ତି ହେବ ,ରାତାରାତି ହୋଇଯିବେ ମାଲାମାଲ |

ନମସ୍କାର ଦର୍ଶକବନ୍ଧୁ ଆମ ହିନ୍ଦୁ ଧର୍ମ ଅନୁସାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଗାଈ ବା ଗୋମାତାଙ୍କୁ ଭଗବାନ ସଦୃଶ୍ୟ ମନା ଯାଇଛି । ଗାଈର ପୂଜା କରିଲେ ସବୁ ପ୍ରକାରର ପୁଣ୍ୟ ପ୍ରାପ୍ତ ହୋଇଥାଏ । ଗାଈ ଶରୀରରେ ସବୁ ପ୍ରକାରର ଦେବଦେବୀଙ୍କ ବାସ ହୋଇଥାଏ । ଗାଈ ଦେହରେ ସବୁ ନକ୍ଷତ୍ର ରହିଥାଏ । ଗାଈର ପିଠି ପାଖ ହାଡ଼ରେ ସୂର୍ଯ୍ୟ ଏବଂ କେତୁ ରହିଥାନ୍ତି । ତେଣୁ ଗାଈର କ୍ଷୀର ହାଲୁକା ହଳଦିଆ ଅର୍ଥାତ ସୁବର୍ଣ୍ଣ ରଙ୍ଗ ହୋଇଥାଏ ।ତେଣୁ ଆଜିକାର ଏହି ଲେଖାରେ ଆମେ କହିବୁ ଯେ ଗାଈର ପୂଜା କରିବା ଦ୍ୱାରା କଣ ଲାଭ ମିଳିଥାଏ ।

ଏହାସହିତ ଘରୁ ବାସ୍ତୁ ଦୋଷ ଦୂର କରିବା ପାଇଁ କେଉଁ ଉପାୟ କରିବା ଆବଶ୍ୟକ ତାହା ମଧ୍ୟ କହିବୁ । ଏହାବ୍ୟତୀତ ଗାଈର କେଉଁ ଅଙ୍ଗକୁ ସ୍ପର୍ଶ କରିବା ଶାସ୍ତ୍ର ଶୁଭ ବୋଲି କୁହାଯାଇଛି ତାହା ମଧ୍ୟ କହିବୁ ।ସନାତନ ଧର୍ମରେ ଗାଈ ଗଙ୍ଗତ୍ରୀ ଏବଂ ଗଙ୍ଗାର ଧାର୍ମିକ ମହତ୍ତ୍ୱ ରହିଛି । ଶାସ୍ତ୍ର ଅନୁସାରେ ଗାଈ ଶରୀରରେ ତେତିଶ କୋଟି ଦେବା ଦେବୀ ବାସ କରନ୍ତି । ଯେଉଁ ବ୍ୟକ୍ତି ଗାଈର ପୂଜା କରିଥାଏ ତାଙ୍କ ଉପରେ ଭଗବାନ ପ୍ରସନ୍ନ ହୁଅନ୍ତି । ଯେଉଁ ବ୍ୟକ୍ତି ଗାଈର ସେବା କରିଥାଏ ସେହି ବ୍ୟକ୍ତିର ସମସ୍ତ ସମସ୍ୟାକୁ ଗାଈ ଦୂର କରିଥାଏ ।

ଏହାବ୍ୟତୀତ ସେହି ବ୍ୟକ୍ତିର ମନସ୍କାମନା ମଧ୍ୟ ପୂରଣ ହୋଇଥାଏ ।ଶାସ୍ତ୍ର ଅନୁସାରେ ଗାଈ ଗୋଠରୁ ଫେରୁଥିବା ସମୟରେ ଯେଉଁ ଧୂଳି ଉଡ଼ିଥାଏ ତାହାଦ୍ୱାରା ମନୁଷ୍ୟର ପାପ ଧୋଇ ଯାଏ । ଯେଉଁ ବ୍ୟକ୍ତି ପାଠପଢ଼ାରେ ଦୁର୍ବଳ , କହିବାରେ ଅସମର୍ଥ ହୋଇଥାଏ ସେହିବ୍ୟକ୍ତି ଗାଈକୁ ଚାରା ଦେବା ଅତ୍ୟନ୍ତ ଲାଭ ଦରକ ହୋଇଥାଏ । ଏଥିରେ ବୁଧ ଗ୍ରହର ଦଶା ଠିକ ହୋଇଥାଏ ଏବଂ ସବୁ ସମସ୍ୟା ଦୂର ହୋଇଥାଏ ।ଗାଈ ଦାନ କରିବା ଅତ୍ୟନ୍ତ ପୁଣ୍ୟ ହୋଇଥାଏ ।

ଯଦି ମଙ୍ଗଳ ଗ୍ରହ ନିଚ୍ଚରେ ଅଛି ତେବେ କୌଣସି ଗରିବ କିମ୍ବା ବ୍ରାହ୍ମଣଙ୍କୁ ଗାଈ ଦାନ କରନ୍ତୁ । ଯଦି ନବଗ୍ରହ ଏବଂ ଶନି ଦୋଷାରୁ ମୁକ୍ତି ପାଇବାର ଅଛି ତେବେ କଳା ଗାଈ ଦାନ କରନ୍ତୁ । ଏହାଦ୍ବାରା ଶନିଦେବଙ୍କ କୃପା ପ୍ରାପ୍ତ ହୋଇଥାଏ ଏବଂ ସବୁ ପ୍ରକାରର ମନସ୍କାମନା ମଧ୍ୟ ପୂରଣ ହୋଇଥାଏ ।ଗାଈକୁ ନିୟମିତ ପୂଜା କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଘରର ଆର୍ଥିକ ସ୍ଥିତି ସୁଦୃଢ଼ ହୋଇଥାଏ ।
ଖରା ଦିନରେ ଘରକୁ ଆସିଥିବା ଗାଈକୁ ଜଳ ପିଆଇବା ଉଚିତ ।

ଏହାଦ୍ବାରା ସବୁ ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ ।ଗୋମାତାଙ୍କୁ ଶୀତଦିନରେ ଗୁଡ଼ ଖାଇବାକୁ ଦିଅନ୍ତୁ । ମାତ୍ର ଗ୍ରୀଷ୍ମ ଦିନରେ ଗୁଡ଼ ଖାଇବାକୁ ଦିଅନ୍ତୁ ନାହିଁ । ଯଦି ଆପଣ ପିତୃ ଦୋଷ ଦୂର କରିବବାକୁ ଚାହାନ୍ତି ତେବେ ଅମାବାସ୍ୟା ଦିନ ଗାଈକୁ ରୋଟି ଗୁଡ଼ ଏବଂ ସବୁଜ ଚାରା ଖାଇବାକୁ ଦିଅନ୍ତୁ । ଏହାଦ୍ୱାରା ପିତୃ ଦୋଷ ଦୂର ହୋଇଥାଏ ।ଯଦି ଘରେ ପିଲାମାନେ ଅଧିକ କ୍ରୋଧିତ ହୋଇ ଯାଉଛନ୍ତି ତେବେ ଘରକୁ ଗାଈ ଆଣି ସେହ ପିଲା ହାତରୁ ରୁଟି ଖାଇବାକୁ ଦିଅନ୍ତୁ |

ଏପରି କରିବା ସନ୍ତାନ ପାଇଁ ଶୁଭ ଅଟେ । ଗୋମାତାଙ୍କ ପିଠିରେ ଏକ ଚୁଡ଼ ରହିଥାଏ ସେଉଁଠି ସୂର୍ଯ୍ୟ କେତୁ ନାରୀ ରହିଥାଏ । ସବୁଦିନ ଏହାରି ଉପରେ ଆଉଁସିଲେ ସବୁ ମନସ୍କାମନା ପୂରଣ ହୋଇଥାଏ । ସମସ୍ତ ଆର୍ଥିକ ସଙ୍କଟ ଦୂର ହୋଇଥାଏ ।ଘର ବନାଇବା ପୂର୍ବରୁ ସେହି ସ୍ଥାନରେ ଗାଈ ବାଛୁରୀ ବାନ୍ଧିଲେ ସେହି ସ୍ଥାନର ବାସ୍ତୁ ଦୋଷ ଦୂର ହୋଇଥାଏ । କାମରେ କୌଣସି ପ୍ରତିବନ୍ଧକ ଆସେନାହିଁ । ଗୋମାତାଙ୍କ ପଞ୍ଚଗବ୍ୟ ମଧ୍ୟ ସବୁ ରୋଗର ନିରାକରଣ ଅଟେ । ପଞ୍ଚାଗବ୍ୟ ଦ୍ୱାରା ସବୁ ପ୍ରକାରର ରୋଗ ନଷ୍ଟ ହୋଇଥାଏ

Leave a Reply

Your email address will not be published. Required fields are marked *