ନମସ୍କାର ଦର୍ଶକବନ୍ଧୁ ହନୁମାନଙ୍କୁ କେଉଁ ସବୁ କାର୍ଯ୍ୟ ଆଦୌ ପସନ୍ଦ ନୁହେଁ ଏବଂ ଏହି ଦିନ ହନୁମାନ କେଉଁ ସବୁ କାର୍ଯ୍ୟକୁ ବାରଣ କରିଛନ୍ତି ସେହି ବିଷୟରେ ଆଜି ଆମେ ଆଲୋଚନା କରିବା |ହନୁମାନ ଏକ ଏପରି ଦେବତା ଅଟନ୍ତି ଯିଏ କି ତାଙ୍କର ଭକ୍ତ ପାଇଁ ତୁରନ୍ତ ପହଁଚି ଯାଇଥାଆନ୍ତି ପ୍ରଭୁ ତାଙ୍କର ସମସ୍ତ ମନସ୍କାମନା ପୂରଣ କରି ଥାଆନ୍ତି ଯେଉଁ ମଣିଷ ପ୍ରତ୍ୟକ ଦିନ ଶ୍ରୀ ରାମ ନାମ ଜପ କରିଥାଆନ୍ତି ସେହି ମଣିଷ ଜୀବନରେ କିଛି ବି ଖରାପ ସ୍ଥିତିର ପ୍ରଭାବ ପଡ଼ି ନଥାଏ |ପ୍ରଭୁ ହନୁମାନ ଏପରି ଦେବତା ଅଟନ୍ତି ତାଙ୍କୁ କଳିଯୁଗର ଅନ୍ତ ପର୍ଯ୍ୟନ୍ତ ପୃଥିବୀ ଉପରେ ବସ ବାସ କରିବା ପାଇଁ ବରଦାନ ଦେଇଛନ୍ତି |
ପ୍ରଭୁ ହନୁମାନ ନିଜର ପୂର୍ଣ୍ଣ ସ୍ୱରୂପ ସହିତ ପୃଥିବୀରେ ଅଛନ୍ତି ତେବେ ଆସନ୍ତୁ ଜାଣିବା କେଉଁ ଲୋକଙ୍କ ଉପରେ ପ୍ରଭୁ ହନୁମାନ କେବେବି କୃପା କରି ନଥାନ୍ତି ଏବଂ କେଉଁ କାର୍ଯ୍ୟ କରିବା ପାଇଁ ବାରଣ କରିଥାଆନ୍ତି |ପ୍ରଥମ କଥା ଯେଉଁ ଘରେ କୌଣସି ଆରାଧ୍ୟା ରୁହନ୍ତି ନାହିଁ ଏବଂ ଯେଉଁ ଘରେ ଭଗବାନଙ୍କ ଉପରେ ବିଶ୍ୱାସ କରାଯାଏ ନାହିଁ ଏବଂ ଯେଉଁ ଘରେ ଦେବୀ ଦେବତାଙ୍କ ନାଁରେ ମଜାକ ଉଡ଼ାନ୍ତି ଦେବୀ ଦେବତାଙ୍କୁ ଅପମାନ କରନ୍ତି ସେହି ଘରର ଲୋକମାନଙ୍କୁ ପ୍ରଭୁ ହନୁମାନ କେବେବି ପସନ୍ଦ କରନ୍ତି ନାହିଁ ଏବଂ ତାଙ୍କର କୃପା ଦୃଷ୍ଟି ସେହି ଘରର ବ୍ୟକ୍ତିମାନଙ୍କ ଉପରେ କେବେବି ପକାନ୍ତି ନାହିଁ |
ଦ୍ୱିତୀୟ କଥା ଯେଉଁ ଘରେ ଆମିଷ ପ୍ରତିଦିନ ଖିଆ ଯାଉଥାଏ ଏବଂ ଯେଉଁ ଘରେ ପ୍ରତ୍ୟକ ଦିନ ମଦ୍ୟପାନ କରିବା ସହିତ ନିଶା ଦ୍ରବ୍ୟ ବ୍ୟବହାର କରାଯାଉଥାଏ ସେହି ଘରେ କେବେବି ମା ଲକ୍ଷ୍ମୀ ବାସ କରନ୍ତି ନାହିଁ ଏହି ସବୁ ଜିନିଷ ବ୍ୟବହାର କରୁଥିବା ଘରେ ମା ଲକ୍ଷ୍ମୀ ରୁହନ୍ତି ନାହିଁ ଯେଉଁ ଘରେ ଲୋକଙ୍କ ଉପରେ ମାତା ଲକ୍ଷ୍ମୀ ପ୍ରତ୍ୟକ ଦିନ ମାଂସ ଏବଂ ମଦ ପିଅନ୍ତି ସେହିପରି ଲୋକମାନଙ୍କ ଉପରେ କେବେବି ହନୁମାନଙ୍କ ଆଶୀର୍ବାଦ ମିଳିନଥାଏ |
ତୃତୀୟ କଥା ଯେଉଁ ଘରେ ମହିଳା ମାନଙ୍କ ପ୍ରତି ଅପମାନ କରାଯାଏ ଯେଉଁଠି ପୁରୁଷ ନିଜର ମର୍ଦ ପଣିଆ ଦେଖାଇବା ପାଇଁ ମହିଳା ମାନଙ୍କ ଉପରେ ହାତ ଉଠାଇ ଥାଏ ଅଥବା ପ୍ରତିଦିନ ତାଙ୍କ ସହିତ ଝଗଡ଼ା କରିଥାଏ ଏମିତିକା ବ୍ୟକ୍ତିଙ୍କୁ ପ୍ରଭୁ ହନୁମାନ ଦଣ୍ଡର ପ୍ରାପ୍ତି ବୁଝି ଯାଇ ଥାଆନ୍ତି ମୃ-ତ୍ୟୁ ପରେ ଏହି ଲୋକ ନର୍କକୁ ଯାଇ ଥାଆନ୍ତି |ଚତୁର୍ଥରେ ଯେଉଁ ଘରେ ଏକତାର ଅଭାବ ଭାଇ ଭାଇ ମଧ୍ୟରେ ସବୁବେଳେ ଝଗଡ଼ା ଦେଖା ଯାଇଥାଏ ସେହି ଘର ଉପରେ ପ୍ରଭୁ ହନୁମାନ କେବେବି କୃପା କରି ନଥାନ୍ତି |
ଯେମିତି ରାମ ,ଲକ୍ଷ୍ମଣ ,ଭରତ ଏବଂ ଶତ୍ରୁଘ୍ନ ଚାରି ଭାଇ ମଧ୍ୟରେ ନିବିଡ଼ ପ୍ରେମ ଏବଂ ସ୍ନେହ ଶ୍ରଦ୍ଧା ରହିଥାଏ ସେହିପରି ପରିବାର ଭଳି ନିଜ ନିଜ ପ୍ରତି ମାନ ସମ୍ମାନ ରହିବ ଦରକାର |ପଞ୍ଚମ କଥା ଯେଉଁ ଘରେ ଅପରିଷ୍କାର ରହିଥାଏ ବା ସବୁବେଳେ ଅସନା କାର୍ଯ୍ୟ ହେଉଥାଏ ବା ଲୋକ ନିନ୍ଦା କରି ଥାଆନ୍ତି ସେହି ଘରକୁ ପ୍ରଭୁ ହନୁମାନଙ୍କ କୃପା କେବେବି ମିଳି ନଥାଏ ପ୍ରଭୁ ହନୁମାନ ମଧ୍ୟ ଏମିତି ଘର ଉପରେ କୃପା କରି ନଥାନ୍ତି