ନମସ୍କାର ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ ସ୍ୱାସ୍ଥ୍ୟ ପାଇଁ ପନିପରିବା ସେବନ କରିବା ଅତ୍ୟନ୍ତ ଜରୁରୀ ଅଟେ ସେଥିମଧ୍ୟରୁ ଅନେକ ପରିବା ରହିଛି ତାହା ମଧ୍ୟରୁ କୁନ୍ଦୁରି ଅନ୍ୟତମ ଅଟେ । ଏହି ପରିବାକୁ ନେଇ ଅନେକ ପ୍ରକାରର ଧାରଣା ରହିଛି । ଏହା ଏକ ଏପରି ପରିବା ଅଟେ ଯାହାକୁ ଯଦି ଆପଣ ତିରିଶ ଦିନ ପର୍ଯ୍ୟନ୍ତ ସେବନ କରନ୍ତି ତେବେ ଅନେକ ଗମ୍ଭୀର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଆପଣଙ୍କ ଦୂର ହୋଇଯିବ । ଆୟୁର୍ବେଦରେ ଏହାର ଏକ ହୋମ ରେମିଡ଼ି ବିଷୟରେ ଆଗରୁ ଉଲ୍ଲେଖ ରହିଛି ।
କହିରଖିବୁ ଯେ କୁନ୍ଦୁରିରେ ଭାରି ମାତ୍ରାରେ କ୍ୟାଲସିୟମ ରହିଥାଏ । ତେଣୁ ଏହାର ସେବନ ଦ୍ୱାରା କ୍ୟାଲସିୟମର ଅଭାବ ସମ୍ବନ୍ଧୀୟ କୌଣସି ସମସ୍ୟା ଦୂର ହୋଇଯିବ ।କୁନ୍ଦୁରି ମଧ୍ୟରେ କଲେଷ୍ଟ୍ରଲ ମାତ୍ର ଶୂନ୍ୟ ଅଟେ । ଯାହାକି ଶରୀର ପାଇଁ ଭଲ ହୋଇଥାଏ । ଏହାଦ୍ବାରା ମଧୁମେହ ସମସ୍ୟାର ଭୟ ରହେ ନାହିଁ ।
ରକ୍ତ ହୀନତା ସମସ୍ୟାରେ ପୀଡ଼ିତ ବ୍ୟକ୍ତି ମାନେ କୁନ୍ଦୁରି ଖାଇବା ଉପଯୋଗୀ ହୋଇଥାଏ । କାରଣ ଏଥିରେ ଆଇରନ ଅଧିକ ପାରିମାଣରେ ଥାଏ । କୁନ୍ଦୁରି ସେବନ କଲେ ହେମୋଗ୍ଲୋବିନ ବଢ଼ିବା ସହିତ କେଶ ଝଡ଼ିବା କମିଯାଏ ।କୁନ୍ଦୁରିରେ ଲାଇକୋପିନ ଥିବା କାରଣରୁ ଏହା ଶରୀର ମଧ୍ୟରେ ବ୍ଲୋକେଜ ହେବାକୁ ଦିଏ ନାହିଁ ।
ସାଧରଣତଃ ବୟସ ବଢ଼ିବା ସହିତ ବ୍ଲୋକେଜ ସମସ୍ୟା ଅଧିକ ଦେଖା ଦେଇଥାଏ । ଯାହାକି ଶୀଘ୍ର ବାର୍ଦ୍ଧକ୍ୟର ଅନ୍ୟତମ କାରଣ ଅଟେ । ତେଣୁ କୁନ୍ଦୁରି ପ୍ରତ୍ୟେକ ଦିନ ସେବନ କଲେ ଏହି ସମସ୍ୟା ଦୂର ହେବ ।