ନମସ୍କାର ଦର୍ଶକବନ୍ଧୁ କୋହଲି ରାହୁଲଙ୍କ ପ୍ରହାରରେ ଅଷ୍ଟ୍ରେଲିଆ ଧରାଶାୟୀ ଅଷ୍ଟ୍ରେଲିଆକୁ 6 ଉଇକେଟ ଭାରତ ପୁଣି ଥରେ ଟିମ ଇଣ୍ଡିଆ ପାଇଁ ସଙ୍କଟ ମୋଚକ ସାଜିଛନ୍ତି ଷ୍ଟାର ବ୍ୟାଟର ବିରାଟ କୋହଲି |କେଏଲ ରାହୁଲଙ୍କ ସହ ମିଶି ଏହି ମ୍ୟାଚକୁ ସଙ୍କଟରୁ ଉଦ୍ଧାର କରି ବିଜୟ ଭେଟି ଦେଇଛନ୍ତି ପ୍ରଥମେ ବ୍ୟାଟିଙ୍ଗ କରି ଅଷ୍ଟ୍ରେଲିଆ 49.3 ଓଭରରେ 199 ରନ କରିଥିଲା |ମ୍ୟାଚ ଆରମ୍ଭରୁ ଅଷ୍ଟ୍ରେଲିଆ ଚକ୍ର ବିହ୍ୟୁରେ ଫସି ରହିଥିବା ଟିମ ଇଣ୍ଡିଆ ପାଇଁ ବିଜୟ ଅସମ୍ଭବ ମାନେ ହେଉଥିବା ବେଳେ ସହଜ ବିଜୟ ଦେଇଛି ବିରାଟ ରାହୁଲ ଯୋଡ଼ି |
ବିରାଟ କୋହଲି ଏବଂ କେଏଲ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆକୁ ପ୍ରଥମ ମ୍ୟାଚରେ ମାତ ଦେଇଛି ରୋହିତ ସେନା |ବୋଲିଙ୍ଗ ପରେ ବ୍ୟାଟିଙ୍ଗରେ ମଧ୍ୟ ଦମଦାର ପ୍ରଦର୍ଶନ କରିଛି ଟିମ ଇଣ୍ଡିଆ |ଭାରତର ବିସ୍ପୋରକ ବ୍ୟାଟରଙ୍କ ଅର୍ଦ୍ଧ ଶତକ ବଳରେ ରୋହିତ ସେନା ଅଷ୍ଟ୍ରେଲିଆକୁ ଚକ୍ଷ୍ମା ଦେଇ ବିଶ୍ୱକପର ବିଜୟ ଅଭିଯାନ ଆରମ୍ଭ କରିଛି |
ମ୍ୟାଚର ପ୍ରଥମ ଦୁଇ ଓଭର ସୁଦ୍ଧା ଭାରତ ମାତ୍ର 2 ରନରେ 3 ଉଇକେଟ ହରାଇ ଥିଲା |ଅଧିନାୟକ ରୋହିତ ଶର୍ମାଙ୍କ ସହିତ ,ଇଶାନ କିଷାନ ଏବଂ ଶ୍ରେୟସ ଆୟରଙ୍କ ଉଇକେଟ ପରେ ଭାରତର ଟପ ଅର୍ଡର ଏକଦମ ଭୁଶୁଡ଼ି ପଡ଼ିଥିଲା କିନ୍ତୁ ଏହି ସଂଘର୍ଷ ମୟ ପରିସ୍ଥିତି ଦଳ ପାଇଁ ସଙ୍କଟ ମୋଚନ ସାଜିଥିଲେ କିଙ୍ଗ କୋହଲି ଏବଂ କେଏଲ ରାହୁଲ |
ଏହି ମ୍ୟାଚରେ ଭାରତ କଙ୍ଗାରୁ ଙ୍କ ଜାଲରେ ଫସି ରହିଥିବା ବେଳେ ବିରାଟ କୋହଲି 85 ରନ ଏବଂ କେଏଲ ରାହୁଲଙ୍କ ଅପରାଜିତ 97 ରନର ଦମଦାର ଇନିଂସ ବଳରେ 41.2 ଓଭରରେ ଚାରି ଉଇକେଟ ହରାଇ ଭାରତ ବିଜୟ ହାସଲ କରି ନେଇଛି |
ଶେଷ ବଲରେ ହାର୍ଦିକ ପାଣ୍ଡ୍ୟା 8 ବଲରେ ମଧ୍ୟ 11 ରନ ସଂଗ୍ରହ କରିଛନ୍ତି ତେବେ ଏହି ବିଜୟ ପରେ ଭାରତ ବିଶ୍ୱକପ 2023 ରେ ଆରମ୍ଭ କରିଛି ନିଜର ବିଜୟ ଅଭିଯାନ |ପ୍ରଥମ ମ୍ୟାଚରେ ବିଜୟ ଭାରତ ଆଗାମୀ ମ୍ୟାଚ ଗୁଡ଼ିକ ପାଇଁ ଆତ୍ମ ବିଶ୍ୱାସ ବୃଦ୍ଧି କରିବ