ମେଷ ରାଶି -କର୍ମକ୍ଷେତ୍ରରେ ପ୍ରତିବନ୍ଧକ ଜନିତ ବିଷୟକୁ ନେଇ ଚିନ୍ତିତ ରହିବେ । ଅନ୍ୟମାନଙ୍କ କଥାଗୁଡ଼ିକ ଠିକ୍ ଥିଲେ ମଧ୍ୟ ଆପଣଙ୍କୁ ଭଲ ଲାଗିବ ନାହିଁ ।କୌଣସି ଦର୍ଶନୀୟ ସ୍ଥାନକୁ ଯାତ୍ରା କରି ପାରନ୍ତି |
ବୃଷ ରାଶି -ଆଜି ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ। କ୍ରୀଡ଼ା, କଳା, ସାହିତ୍ୟ ଚର୍ଚ୍ଚା ଓ ସାମ୍ବାଦିକତା, ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପ୍ରଦାନ କରିବ। ପରିବାରରେ ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗୁଁ ବିଚଳିତ ହୋଇପାରନ୍ତି
ମିଥୁନ ରାଶି -ପ୍ରତିଶ୍ରୁତି ଦେଇଥିବା ମିତ୍ରମାନେ ନିଜର ମତ ହଠାତ୍ ବଦଳାଇ ଅସହଯୋଗ କରିବେ। ଶିଳ୍ପ, ବାଣିଜ୍ୟ ପ୍ରଭୃତିରେ ପ୍ରତିଦ୍ୱନ୍ଦ୍ୱିତା ଓ ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ ।
କର୍କଟ ରାଶି -ଦୀର୍ଘ ଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ପାଇ ଖୁସି ହେବେ। ଶିଳ୍ପ, ସାମ୍ବାଦିକତା, ପରିବହନ ଓ ବାଣିଜ୍ୟରେ ଲାଭ ପାଇପାରିବେ। ।
ସିଂହ ରାଶି -ଶାରୀରିକ ଦୁର୍ବଳତା ଅନୁଭବ କଲେ ମଧ୍ୟ ଦୃଢ଼ ମନୋବଳ ଯୋଗୁ ପ୍ରତିବନ୍ଧକକୁ ଦୂରେଇବାରେ ସମର୍ଥ ହେବ । କର୍ମକ୍ଷେତ୍ରରେ କାରଣ ନ ଥାଇ ମଧ୍ୟ ସମାଲୋଚିତ ହୋଇପାରନ୍ତି ।
କନ୍ୟା ରାଶି -ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ, ତଥାପି କାମ ଅଟକିବ ନାହିଁ । ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସୁଧାରି ନେବେ।
ତୁଳା ରାଶି -ଖଳ ଲୋକଙ୍କ ପ୍ରାୟୋଜିତ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସୁଧାରି ନେବେ ପରିବାରରେ ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ।
ବିଛା ରାଶି -ଆପଣ ଯେଉଁ କାମରେ ହାତ ଦେଇଛନ୍ତି, ସେଥିରେ କୃତକାର୍ଯ୍ୟ ଅବଶ୍ୟ ହେବେ। ଲେଖାପଢ଼ାରୁ, କଳା, ସାହିତ୍ୟରେ ଓ ଅଭିନୟ କ୍ଷେତ୍ରରୁ ପ୍ରଶଂସା ପାଇବେ ।
ଧନୁ ରାଶି -କେତେକ ନୂତନ କାମର ପରିକଳ୍ପନା କରିବେ, କିନ୍ତୁ ଖର୍ଚ୍ଚଭାର ଯୋଗୁଁ ଚିନ୍ତାପ୍ରକଟ କରିପାରନ୍ତି। ପାରିବାରିକ ସମସ୍ୟାକୁ ସୁଧାରି ନେବାରେ ବନ୍ଧୁମାନେ ସାହାଯ୍ୟ କରିବେ ।
ମକର ରାଶି -ଉଚ୍ଚ ବର୍ଗର ବ୍ୟକ୍ତି ବିଶେଷଙ୍କଠାରୁ ଶ୍ରଦ୍ଧା ଓ ଗଠନମୂଳକ ପରାମର୍ଶ ପାଇ ଖୁସି ରହିବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଦୌରାମତ୍ୟ ଅସହ୍ୟ ହୋଇପାରେ ।
କୁମ୍ଭ ରାଶି -ପିଲାମାନଙ୍କର କିଛି ସମସ୍ୟା ଓ ପରିବାରରେ ହଠାତ୍ କୌଣସି ଘଟଣା ମନକୁ ବିବ୍ରତ କରିପାରେ । ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ଯଦ୍ଦ୍ବାରା ଲାଭ ବଦଳରେ କ୍ଷତିହିଁ ହେବ ।
ମୀନ ରାଶି -ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ରହିଲେ ମଧ୍ୟ ବିଶେଷ କ୍ଷତି ହେବନାହିଁ। ବନ୍ଧୁମାନଙ୍କ ଗହଣରେ ସାଧାରଣ କଥାରେ ଆପଣ ଅପ୍ରିୟ ସତ୍ୟ ପ୍ରକାଶ କରି ବିବାଦୀୟ ହୋଇପାରନ୍ତି।