ଆଜିର ରାଶିଫଳ 2023 ଅକ୍ଟୋବର 8 ରବିବାର ,କେମିତି କଟିବ ଆଜିର ଦିନ

ମେଷ ରାଶି -ନୂତନ ଗୃହ ନିର୍ମାଣ କରିବାର ଯୋଜନା କରିପାରନ୍ତି । ଆର୍ଥିକ ସ୍ଥିତି ସୁଦୃଢ ହେବ । ବ୍ୟବାସାୟରେ ଉନ୍ନତି ହେବ । ଦୂରଯାତ୍ରା କରିପାରନ୍ତି । ପରିବାର ସହ ସମୟ ବିତାଇବା ପାଇଁ ପସନ୍ଦ କରିବେ ।
ବୃଷ ରାଶି -ଆଜିର ଦିନ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ । ଶତ୍ରୁ ମାନେ କୌଣସି କ୍ଷତି କରିପାରିବେ ନାହିଁ । ବ୍ୟବସାୟ କ୍ଷେତ୍ରରେ ସଫଳତା ପାଇବେ । ଯାତାୟତ ସମୟରେ ସତର୍କ ରୁହନ୍ତୁ । ପାରିବାରିକ ସମସ୍ୟା ପାଇଁ ଚିନ୍ତାରେ ରହିବେ ।

ମିଥୁନ ରାଶି -ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ନୂଆ ଲକ୍ଷ ପୂରଣ କରିବା ପାଇଁ ପରିବାରର ସାହାଯ୍ୟ ସହଯୋଗ ପାଇବେ । ଅଟକି ରହିଥିବା କାର୍ଯ୍ୟ ଆଜି ପୂରଣ ହେବ । ବକୟା ଟଙ୍କା ଫେରି ପାଇବେ । ଛାତ୍ରଛାତ୍ରୀ ପାଠପଢାରେ ସମୟ ଅତିବାହିତ କରିବେ ।

କର୍କଟ ରାଶି -ବ୍ୟବସାୟ ବଢାଇବାରେ ସମର୍ଥ ହେବେ । ପାରିବାରିକ ସମସ୍ୟା ଦୂର ହେବ । ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ ଓ ପ୍ରତ୍ୟେକ ଜିନିଷକୁ ବ୍ୟବସ୍ଥିତ ରଖନ୍ତୁ । ଧନ ପ୍ରାପ୍ତି ହେବ । ବିଦେଶ ଯାତ୍ରାର ସୁଯୋଗ ପାଇପାରନ୍ତି । କାର୍ଯ୍ୟାଳୟରେ ଉପରିସ୍ତ ଅଧିକାରୀଙ୍କ ପ୍ରଶଂସାର ପାତ୍ର ହେବେ ।

ସିଂହ ରାଶି -ରାଜନୀତି କ୍ଷେତ୍ରରେ ସୁଫଳ ପାଇବେ । ସାମାଜିକ ପତିଆରା ବୃଦ୍ଧି ପାଇବ । ଛାତ୍ରଛାତ୍ରୀ ମାନେ ସୁନାମ ଅର୍ଜନ କରିବେ । ନୂଆ ଯାନବାହନ କିଣିବାରେ ସମସ୍ୟା ସୃଷ୍ଟି ହୋଇ ପାରେ । ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିବେ ।

କନ୍ୟା ରାଶି -କର୍ମକ୍ଷେତ୍ରରେ ଅନେକ ଦିନରୁ ଆଶା ପୂରଣ ହେବ । ଆର୍ଥିକ ସ୍ଥିତି ସୁଦୃଢ ହେବ । ବ୍ୟବସାୟରେ ଅଳ୍ପ ପରିଶ୍ରମ କରି ଅଧିକ ଲାଭ ପାଇବେ । ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନେ ଅନୁକୂଳ ପରିଣାମ ପାଇବେ । ଜୀବନସାଥୀଙ୍କ ସହ କୌଣସି କାରଣରୁ ମତଭେଦ ହୋଇପାରେ ।

ତୁଳା ରାଶି -ଆଜି ଆପଣଙ୍କ ଦିନଟି ମିଶ୍ରିତ ଫଳ ଦେବ । ନିଜ ଭବିଷ୍ୟତ ପାଇଁ ବା କ୍ୟାରିୟର ପାଇଁ କୌଣସି ବଡ଼ ପଦକ୍ଷପ ନେଇ ପାରନ୍ତି । ପରିବାର ସହ ସମୟ ବିତାଇବେ । ସ୍ୱାସ୍ଥ୍ୟ ଭଲ ରହିବ । ଆଜି କୌଣସି ଶୁଭ ସମ୍ବାଦ ପାଇପାରନ୍ତି । ଧନ ପ୍ରାପ୍ତ ହେବାର ସମ୍ଭାବନା ରହିଛି ।

ବିଛା ରାଶି -ଆଜି ବିଭିନ୍ନ ସମସ୍ୟାର ସମାଧାନ ହେବ । ଆୟ ତୁଳନାରେ ଦିନଟି ଭଲ ରହିବ । ନିଜ ଉପରେ ବିଶ୍ୱାସ ରଖ୍ କାର୍ଯ୍ୟ କରନ୍ତୁ । ଜୀବନ ସାଥିଙ୍କ ସହ ସମ୍ପର୍କ ଭଲ ରହିବ । ଦୂରଯାତ୍ରା କରିପାରନ୍ତି । ଅସୁସ୍ଥ ଅନୁଭବ କରିବେ । ବ୍ୟବସାୟଙ୍କ ଆୟ ବ୍ୟୟ ସମାନ ରହିବ ।

ଧନୁ ରାଶି -ବ୍ୟବସାୟରେ ଉନ୍ନତି ହେବ । ମୂଲ୍ୟବାନ ଦ୍ରବ୍ୟ କିଣିପାରନ୍ତି । ପରିବାରରେ ଶାନ୍ତି ବଜାୟ ରହିବ । ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ । ପରିବାର ସହ ସମୟ ବିତାଇବା ପସନ୍ଦ କରିବେ । ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବା ପାଇଁ ପଡିବ ।

ମକର ରାଶି -ଦାମ୍ପତ୍ୟ ଜୀବନ ସୁଖଦ ରହିବ । ଜୀବନସାଥୀଙ୍କ ସମର୍ଥନ ମିଳିବ । ଅର୍ଥପ୍ରାପ୍ତିର ସମ୍ଭାବନା ରହିଛି । ଦୂରଯାତ୍ରା କରିପାରନ୍ତି । ବନ୍ଧୁଙ୍କ ସହଯୋଗ ମିଳିବ । ଜୀବନସାଥୀଙ୍କ ସହିତ ସମୟ ବିତାଇବେ ।

କୁମ୍ଭ ରାଶି -ଆଜି କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ । ବାଦବିଦାର ସମ୍ମୁଖୀନ ହୋଇପାରନ୍ତି । ପରିବାରରେ ସମସ୍ତଙ୍କ ପ୍ରିୟ ହେବେ । ଶତ୍ରୁ କୌଣସି କ୍ଷତି କରିପାରିବେ ନାହିଁ । ସାବଧାନ ରୁହନ୍ତୁ ।

ମୀନ ରାଶି -କୌଣସି ନୂତନ କାର୍ଯ୍ୟ ପାଇଁ ଆଜି ଆଜି ଆଗ୍ରହ ଦେଖାଇବେ । ମନ ସ୍ଥିର ରହିବ । ବାଧାବିଘ୍ନ ଦୂର ହେବ । ପରିବାରରେ କୌଣସି କାରଣ ପାଇଁ ବିବାଦ ଦେଖାଦେବ । ଆଜି କିଛି କାମରେ ବିଳମ୍ବିତ ହୋଇପାରେ ।

Leave a Reply

Your email address will not be published. Required fields are marked *