ନମସ୍କାର ଦର୍ଶକବନ୍ଧୁ ବହୁତ ଦିନ ପରେ ଶେଷରେ ବଡ଼ ଖବର ସାମ୍ନାକୁ ଆସିଛି ବର୍ଷାକିଂ ଆଇ ଲଭ ୟୁ କହିଲେ ସାଂସଦ ଅନୁଭବ ମହାନ୍ତି ଦୀର୍ଘଦିନ ଧରି ଓଲିଉଡ଼ ଷ୍ଟାର କପୁଲ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀଙ୍କ ପାରିବାରିକ ବିବାଦ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି |ବିବାହ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇ ଉଭୟେ ଦମ୍ପତ୍ତି ନୂଆ ଜୀବନ ଆରମ୍ଭ କରିବା ପାଇଁ ଇଛା କରିଛନ୍ତି କିନ୍ତୁ ବିଭିନ୍ନ କାରଣରୁ ଅଦାଲତରୁ ଏପର୍ଯ୍ୟନ୍ତ ଅନୁମତି ମିଳି ନାହିଁ |
ଦିନ ଥିଲା ଅନୁଭବ ବର୍ଷା ଯୋଡ଼ିଙ୍କୁ ସବୁଠାରୁ ସଫଳ ଯୋଡ଼ି ବୋଲି କୁହା ଯାଉଥିଲା କିନ୍ତୁ ବର୍ତ୍ତମାନ ଅନୁଭବଙ୍କ ସେହି ପୁରୁଣା ଦିନ ମନେ ପଡ଼ିଯାଇଛି |ତେଣୁ ଅନୁଭବ ବର୍ଷାଙ୍କୁ ନିଜର ମନର କଥା କହିଛନ୍ତି |ବର୍ଷାଙ୍କ ବିବାହ ବେଳର ଫୋଟ ଶେୟାର କରିଛନ୍ତି ସାଂସଦ ତଥା ଅନୁଭବ ମହାନ୍ତି ଏହି ଫୋଟରେ ବର୍ଷା ଶାଶୁ ଘରକୁ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି |
ତେବେ ଏହି ମୁହୁର୍ତ୍ତ ପୁରୁଷ ଜୀବନର ଖୁସି ଏବଂ ସ୍ମରଣୀୟ ମୁହୁର୍ତ୍ତ ହୋଇଥାଏ |ଏହି ଫୋଟକୁ ପୋଷ୍ଟ କରି ଅନୁଭବ ମହାନ୍ତି ଲେଖିଛନ୍ତି ଯେ ବର୍ଷା ମୋ ହୃଦୟର ଗଭୀରତା ସହ ମୁଁ ତୁମକୁ ବହୁତ ଭଲ ପାଉଥିଲି ଯେଉଁ କାରଣ ପାଇଁ ମଧ୍ୟ ଆମ ବିବାହ ସମ୍ପର୍କ ବିଚ୍ଛେଦ ହେଉଥାଉ ଆମେ ଆଗକୁ ଭଲ ସାଙ୍ଗ ହୋଇ ରହିବା |
ଆମ ମଧୁର ସମ୍ପର୍କରେ ଏତେ ଫାଟ ସୃଷ୍ଟି ହୋଇ ବିବାଦ ବିଚ୍ଛେଦ ଏତେ ଦୁଃଖ ଭରା ହେବ ବୋଲି ମୁଁ କେବେ ଭାବି ନଥିଲି କିନ୍ତୁ ଯେତେବେଳେ ବିଚ୍ଛେଦ ଜରୁରୀ ତେବେ କଣ ପାଇଁ ଭଲରେ ନହେବ ଏଭଳି ଏକ ମ୍ୟାସେଜ ପରେ ମଧ୍ୟ ଛାଡ଼ ପତ୍ର ପରେ ମଧ୍ୟ ବନ୍ଧୁ ହୋଇ ରହିବାକୁ କହିଚଟି ଅନୁଭବ |