ମେଷ ରାଶି -ରାଜନୈତିକ କ୍ଷେତ୍ରରେ ଶୁଭଖବର ମିଳିବା ସହ ମନ ଖୁସି ରହିବ ସତର୍କ ରୁହନ୍ତୁ , ଶତ୍ରୁ ବୃଦ୍ଧି ପାଇପାରନ୍ତି । ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରିପାରନ୍ତି ।ଆତ୍ମୀୟତାର ପରିଚୟ ଦେଇ ଆସୁଥିବା ବ୍ୟକ୍ତିମାନେ ଅସୁବିଧାରେ ପକାଇ ପାରନ୍ତି।
ବୃଷ ରାଶି -କୋର୍ଟ ମାମଲେରା ସଫଳତା ମିଳିବ । ମହିଳା ମାନେ ଉଚ୍ଚ ଶିକ୍ଷା ଗ୍ରହଣ କରିବେ । ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ । କର୍ମକ୍ଷେତ୍ରରେ ସଫଳତା ମିଳିବା ସହ ଦକ୍ଷତା ବୃଦ୍ଧି ପାଇବ । ବିଭିନ୍ନ ସମସ୍ୟାରୁ ମୁକ୍ତ ହେବେ ।
ମିଥୁନ ରାଶି -ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷା ଗ୍ରହଣ କରିବା ଲାଗି ମନ ବଳାଇବେ । ଜୀବନରେ କିଛି ନୂଆ ସଂକେତ ମିଳିପାରେ । ଅଫିସ୍ କାମରେ ବ୍ୟସ୍ତ ରହିବେ ନୂଆ ବନ୍ଧୁ ହେବେ । ବ୍ୟବସାୟୀ ମାନେ ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି ।
ସିଂହ ରାଶି -କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇ ପାରେ । ପାରିବାରିକ ଜୀବନ ସୁଖମୟ ହେବ । ଦୁର୍ଘଟଣା ଘଟିପାରେ ସତର୍କ ରୁହନ୍ତୁ । କିଛି କଥାକୁ ନେି ଚିନ୍ତାରେ ରହିବେ । ପୂଜାପାଠରେ ସମୟ ବିତିବ ।
କନ୍ୟା ରାଶି -ଆଜି ସାମାନ୍ୟ ପାରିବାରିକ ସମସ୍ୟା ଦେଖାଦେଇପାରେ । ଆୟ ତୁଳନାରେ ବ୍ୟୟ ବଢିଯାଇ ପାରେ । ଗୁପ୍ତଶତ୍ରୁ ବୃଦ୍ଧି ପାଇବେ । ଦୂରଯାତ୍ରା କରିବା ସମୟରେ ସତର୍କ ରୁହନ୍ତୁ । ମନ ଚଳଚଞ୍ଚଳ ରହିବ ।
ତୁଳା ରାଶି -ଆଜି ଆପଣଙ୍କ ପାଇଁ ଉତ୍ତମ ଦିନଟିଏ । ଧର୍ଯ୍ୟ ରଖି କାର୍ଯ୍ୟ କଲେ ଶୁଭଫଳ ପାଇବେ । ବ୍ୟବସାୟରେ ଅତ୍ୟନ୍ତ ଲାଭ ମିଳିବ । ପୂଜାପାଠରେ ସମୟ ବିତାଇବେ । ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ । ଆୟ ଭଲ ରହିବ । ବ୍ୟବସାୟରେ ମଧ୍ୟ ଉନ୍ନତି ହେବ ।
ବିଛା ରାଶି -ଆଜି ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ ଆପଣଙ୍କ ଦ୍ୱାରା କରାଯାଇଥିବା ସାମାଜିକ କାର୍ଯ୍ୟ ସୋସିଆଲ ମେଡିଆରେ ପ୍ରସଂଶିତ ହେବ ନୃତ୍ୟ ଏବଂ ସଙ୍ଗୀତ କ୍ଷେତ୍ରରେ ଜଡ଼ିତ ବ୍ୟକ୍ତି ଖ୍ୟାତି ଏବଂ ସମ୍ମାନ ପ୍ରାପ୍ତି କରିବେ |
ଧନୁ ରାଶି -ଆପଣଙ୍କ ଦାମ୍ପତ୍ୟ ଜୀବନକୁ ସୁଖମୟ କରିପାରେ । ସୁସ୍ୱାଦୁ ଭୋଜନ , ଶାନ୍ତ ମନ ଏବଂ ସାମାଜିକ ପ୍ରତିଷ୍ଠା ଆପଣଙ୍କ ମୁଖରେ ହସ ଫୁଟାଇବ । ରାଜନୈତିକ କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ଓ ସାଙ୍ଗଠନିକ ସ୍ଥିତିି ସୁଦୃଢ଼ ହୋଇପାରିବ।
ମକର ରାଶି – ଭାଗ୍ୟର ପରିବର୍ତନ ଘଟିପାରେ । ଶୋଭନ ବ୍ୟକ୍ତିତ୍ଵସମ୍ପନ୍ନ ହୋଇପାରନ୍ତି। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ସୁଖ ମିଳିବ। ବନ୍ଧୁ ସହାୟତା ପାଇବେ ।
କୁମ୍ଭ ରାଶି – ଶ୍ରୀଚନ୍ଦ୍ର ଭୋଗ ହେଉଥୁବାରୁ ଆୟ ଆଶାନୂରୂପ ହେବ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଏଶ୍ଵଯ୍ା ପ୍ରାପ୍ତିର ସୂଚନା ମିଳୁଛି। ମାଲିମେକଦ୍ଦମାରେ ବିଜୟୀ ହେବେ । ସଂଗ୍ରାମୀ ହେବେ ।
ମୀନ ରାଶି – କର୍ମଚଞ୍ଚଳ ରହିବେ । ଏକାନ୍ତ ସାଧନାରେ ସିଵିପ୍ରାପ୍ତ ହୋଇପାରନ୍ତି। ମଧୁର ଭାଷା ପ୍ରୟୋଗ କରି ପରକୁ ଆପଣାର କରିପାରନ୍ତି । ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବାକୁ ପଶ୍ଚାତ୍ପଦ ହେବେନାହିଁ।