Weather Alert: ଆଜିଠୁ ପୁଣି ଢାଳିବ ବର୍ଷା, ପାଣିପାଗ ବିଭାଗ ଦେଲେ ସୂଚନା, ଜାଣନ୍ତୁ ଆପଣଙ୍କ ଅଞ୍ଚଳରେ ହେବ କି ନାହିଁ

ବର୍ତ୍ତମାନ ପାଣିପାଗ ଆଞ୍ଚଳିକ ପାଣିପାଗ ବିଜ୍ଞାନିଙ୍କ ପକ୍ଷରୁ ଏକ ବଡ ଖବର ଆସିଛି ଆଜିଠାରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଏ ନେଇ 9ଟି ଜିଲ୍ଲାକୁ Yellow Warning ଜାରିକରଯାଇଛି |ଵର୍ତମାନ ଯାହା ସୂଚନା ମିଳୁଛି ଆଜି ରାଜ୍ୟରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |

ବିଶେଷ କରିକି କେଉଁଝର, ମୟରଭଞ୍ଜ, ସୁନ୍ଦରଗଡ଼, ଅନୁଗୁଳ, ଢେ଼ଙ୍କନାଳ, ଯାଜପୁର, ଭଦ୍ରକ, ବାଲେଶ୍ଵର ଓ କେନ୍ଦ୍ରାପଡ଼ା କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି |

ପାଣିପାଗ ସୂଚନା ଅନୁଯାଇ ମୌସୁମୀ ଅତ୍ୟାଦିକ ସକ୍ରିୟ ହୋଇଥିବାରୁ ଗତ 24 ଘଣ୍ଟାରେ ରାଜ୍ୟରେ 26.08 ମିଲିମିଟର ବର୍ଷା ହୋଇଛି | ଏହା ସ୍ୱଭାବିକ ବର୍ଷା 04.06 ମିଲିମିଟର ତୁଳନାରେ 477 ପ୍ରତିସଦ ଅଧିକ | ଅକ୍ଟୋବର ମାସରେ ପ୍ରଥମ ତିନିଦିନରେ 53.07 ମିଲିମିଟର ବର୍ଷା ରେକଡ଼ କରାଯାଇଛି ଯାହା ସ୍ୱାଭାବିକ ତୁଳନାରେ 238 ପ୍ରତିସଦ ଅଧିକ ରହିଛି |

ଅନ୍ୟପକ୍ଷାରେ କଟକ ଓ ଭୁବେନେଶ୍ଵର ସମେତ ଏହାର ପାଶ୍ୱବର୍ତୀ ଅଞ୍ଚଳରେ ଆଜି ସକାଳୁ ଆକାଶ ଆଂଶିକ ମେଘୁଆ ରହିଛି | ତେବେ କଟକ ଓ ଭୁବେନେଶ୍ଵର ଅଂଚଳରେ ଅପରାହ୍ନରେ ବଜ୍ରପାତ ସହିତ ବର୍ଷାର ହେବାର ସମ୍ଭାବନା ରହିଛି ବୋଲି ଭୁବେନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନୀ ସୂଚନା ଦେଇଛନ୍ତି |

Leave a Reply

Your email address will not be published. Required fields are marked *