ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା ଡେଙ୍ଗୁରେ ଶିକାର ହେଲେ ଶୁଭମନ ,BCCI ଦେଲେ ମୁଣ୍ଡରେ ହାତ କିଏ କରିବ ଓପନିଂ,ଦେଖନ୍ତୁ ସମ୍ପୂର୍ଣ୍ଣ ଖବର

ନମସ୍କାର ଦର୍ଶକବନ୍ଧୁ ଭାରତକୁ ବଡ଼ ଝଟକା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ବାଦ ପଡ଼ି ପାରନ୍ତି ଗିଲ ଆରମ୍ଭ ହୋଇଯାଇଛି ପ୍ରତିକ୍ଷିତ କ୍ରିକେଟ ମହାକୁମ୍ଭ ଚଳିତ ବିଶ୍ୱକପର ଉଦଘାଟନ ମ୍ୟାଚରେ ନ୍ୟୁଜଲ୍ୟାଣ୍ଡ ପ୍ରତିପକ୍ଷ ଇଂଲଣ୍ଡକୁ 9 ଟି ଉଇକେଟରେ ପରାସ୍ତ କରିଛି ଆସନ୍ତା 8 ତାରିକରେ ଭାରତ ତା ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବ |

ତେବେ ଅଷ୍ଟ୍ରେଲିଆ ବିପକ୍ଷ ଏକ ଶକ୍ତିଶାଳୀ ବିପକ୍ଷରେ ଖେଳିବା ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ଏକ ବଡ଼ ଝଟକା ସୂଚନା ମୁତାବକ ଇଣ୍ଡିଆର ଜଣେ ଷ୍ଟାର ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ଡେଙ୍ଗୁରେ ଶିକାର ହୋଇଛନ୍ତି |ଯୁବ ଓପନର ଶୁଭମନ ଗିଲ ଡେଙ୍ଗୁ ପଜେଟିବ ହୋଇଛନ୍ତି |

ତେବେ ଆଗାମୀ ମ୍ୟାଚରେ ସେ ଖେଳିବାର ସମ୍ଭାବନା କମ ରହିଛି |ଯଦି ଗିଲ କଙ୍ଗାରୁ ବିପକ୍ଷରେ ନ ଖେଳନ୍ତି ତେବେ ଏହା ଭାରତ ପାଇଁ ବଡ଼ ସମସ୍ୟା ହେବ |ବର୍ତ୍ତମାନ ସମୟରେ ଗିଲ ଫୁଲ ଫର୍ମରେ ରହିଥିବା ବେଳେ ସେ କ୍ରମାଗତ ଭାବରେ ଶତକ ଅର୍ଜନ କରିଛନ୍ତି |

ତେବେ ତାଙ୍କର ଅନୁପସ୍ଥିତ ଦଳର ବ୍ୟାଟିଙ୍ଗକୁ ଲାଇନକୁ ଦୁର୍ବଳ କରିପାରେ ଶୁଭମନ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ନଖେଳିବା ପାଇଁ ଆଶଙ୍କା ବଢି ଯାଇଛି ଏନେଇ କିଛି ସ୍ପଷ୍ଟ ସୂଚନା ମିଳି ନାହିଁ |ଯଦି ଗିଲ ଖେଳି ନପାରନ୍ତି ତେବେ ଇଶାନ କିଷାନ ଓପନିଂ କରିପାରନ୍ତି |

Leave a Reply

Your email address will not be published. Required fields are marked *