ନମସ୍କାର ଦର୍ଶକବନ୍ଧୁ ରାଜ୍ୟରେ ପଢ଼ୁଥିବା ସ୍କୁଲ ଛାତ୍ର ଛାତ୍ରୀଙ୍କ ଲାଗି ସରକାରଙ୍କ ତରଫରୁ ଜାରି ହେଲା ଆଉ କିଛି ବଡ଼ ଘୋଷଣା ଅଷ୍ଟମ ଶ୍ରେଣୀ ପରେ ପାଠ ପଢା ପାଇଁ ମିଳିବ ବାର୍ଷିକ 12,000ଏନେଇ ଜାରି ହେଲା ନୂଆ ଯୋଜନା ଆସନ୍ତୁ ସମ୍ପୂର୍ଣ୍ଣ ଖବର ଜାଣିବା |ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ମାଗଣା ତେବେ ବର୍ତ୍ତମାନ ସରକାର ଏହି ଭଳି ବ୍ୟବସ୍ଥା କରିଛନ୍ତି ଯାହା ଦ୍ୱାରା ପରିବାର ଆର୍ଥିକ ପ୍ରତିବନ୍ଧ ହେତୁ ଛାତ୍ର ଛାତ୍ରୀ ମାନେ ଅଷ୍ଟମ ଶ୍ରେଣୀ ପରେ ଶିକ୍ଷା ଛାଡ଼ିବେ ନାହିଁ |
2023-24 ଏକାଡେମିକ ଅଧିବେଶନ ପାଇଁ ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ମେଧାଵୀ ଛାତ୍ର ଛାତ୍ରୀ ପାଇଁ ଜାତୀୟ ଅର୍ଥକ ମେରିଟ ସ୍କଲାରସିପ ଅଧୀନରେ କେନ୍ଦ୍ର ସରକାର ଏକ ଲକ୍ଷ ଆବେଦନକୁ ଆମନ୍ତ୍ରଣ କରିଛନ୍ତି ମନୋନୀତ ଛାତ୍ର ଛାତ୍ରୀ ମାନେ ବାର୍ଷିକ 12,000 ଟଙ୍କା ଛାତ୍ର ବୃତ୍ତି ପାଇବେ ଶିକ୍ଷା ମନ୍ତ୍ରାଳୟର ଜଣେ ଅଧିକାରୀ ଅନୁଯାଇ ଅଷ୍ଟମ ଶ୍ରେଣୀ ପରେ ଛାତ୍ର ଛାତ୍ରୀ ଆର୍ଥିକ ଅସୁବିଧା ହେତୁ ଶିକ୍ଷା ସମାପ୍ତ କରି ପାରୁ ନାହାଁନ୍ତି |
ଏହି ଭଳି ପରିସ୍ଥିତିରେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଆର୍ଥିକ ଦୁର୍ବଳ ଛାତ୍ର ଛାତ୍ରୀଙ୍କୁ ଛାତ୍ର ବୃତ୍ତି ପ୍ରଦାନ କରିବା ପାଇଁ ନିଷ୍ପତି ନିଆଯାଇଛି |ଏହି ଭଳି ନେସନାଲ ସ୍କଲାରସିପ ପୋର୍ଟାଲ ଅର୍ଥାତ NSP ରେ ଅନଲାଇନ ଆବେଦନ ଏବଂ ପଞ୍ଜିକରଣ ଖୋଲିଚି |ଆଗ୍ରହୀ ଛାତ୍ର ଛାତ୍ରୀ ମାନେ 30 ନଭେମ୍ବର ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ ଶିକ୍ଷା ମନ୍ତ୍ରାଳୟ ଦ୍ୱାରା କାର୍ଯ୍ୟ କାରୀ ହୋଇଥିବା |
ଏହି ଛାତ୍ର ବର୍ତ୍ତୀ ଯୋଜନା ଅନୁଯାଇ ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ମେଧା ବୃତ୍ତି ଛାତ୍ର ଛାତ୍ରୀଙ୍କ ପାଇଁ ଅଧ୍ୟୟନ ଛାଡ଼ିବା ସମସ୍ୟାରୁ ମୁକ୍ତି ମିଳିବ ଏବଂ ସେମାନଙ୍କୁ ଶିକ୍ଷା ଜାରି ରଖିବାକୁ ଉତ୍ସାହିତ କରାଯିବ |ତେବେ ଏହି ଯୋଜନା ଅଧୀନରେ ପ୍ରତ୍ୟକ ମନୋନୀତ ଛାତ୍ର ଛାତ୍ରୀ ବାର୍ଷିକ 12,000ଟଙ୍କା ପାଆନ୍ତି କେବଳ ସେହିମାନେ ଏହି ଛାତ୍ର ବୃତ୍ତି ପାଇଁ ଆବେଦନ କରିପାରିବେ|
ଯାହାଙ୍କର ପିତା ମାତାଙ୍କ ବାର୍ଷିକ ଆୟ 3,50,000 ରୁ କମ ଥିବ ଏହା ସହିତ ସପ୍ତମ ଶ୍ରେଣୀ ପରୀକ୍ଷାରେ ସର୍ବାଧିକ 55 ପ୍ରତିଶତ ଉପରକୁ ମାର୍କ ରହିଥିବା ଦରକାର |ତେବେ ଯାହାକି ବଡ଼ ଅପଡେଟ ମୁତାବକ ଅଷ୍ଟମ ଶ୍ରେଣୀ ପରେ ଆପଣଙ୍କୁ ମିଳି ପାରିବ ବାର୍ଷିକ 12,000ଟଙ୍କା ଏଥିପାଇଁ ଆପଣଙ୍କୁ ଏହି ସ୍କଲାରସିପରେ ଆବେଦନ କରିବାକୁ ପଡ଼ିବ