ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ପାଣିପାଗକୁ ନେଇ ଆସିଲା କିଛି ବଡ଼ ଖବର ଆଜି ବି ଭିଯିବ ସାରା ଓଡିଶା ଉପାନ୍ତର ଉପକୂଳରେ ସବୁଆଡ଼େ ବର୍ଷିବ ପ୍ରବଳ ବର୍ଷା ହେବା ମଧ୍ୟର ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି |ଏପଟେ ଲଘୁଚାପ ପ୍ରଭାବରେ ମଧ୍ୟ ବଢିବ ବର୍ଷା ବିଶେଷ କରି ଉତ୍ତର ଓଡ଼ିଶାରେ ଆଜି ବର୍ଷାର ପରିମାଣ ଅଧିକ ରହିବ ଏବଂ ପ୍ରବଳ ବର୍ଷାକୁ 7 ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ଏହା ପରେ ଆସନ୍ତା ଦିନ ମାନଙ୍କରେ ବର୍ଷାର ପରିମାଣ କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି |
ଏପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମବଙ୍ଗରେ ପହଁଚିଛି ଏବଂ ମୌସୁମୀ ପ୍ରଭାବରେ ପ୍ରତ୍ୟାବର୍ତ୍ତନ କରି ଓଡିଶା ଉପରକୁ ଆସୁଛି ଏବଂ ଏହାର ପ୍ରଭାବରେ ଆଜି ରାଜ୍ୟରେ ବଢିବ ପୁଣି ବର୍ଷାର ପରିମାଣ ତେବେ ଆସନ୍ତୁ ଏନେଇ କେଉଁ ସବୁ ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି ଆସନ୍ତୁ ଜାଣିବା |ଜାରି ହୋଇଥିବା ପାଣିପାଗ ବିଭାଗର ବୁଲେଟିନ ଅନୁସାରେ ଦକ୍ଷିଣ ପୂର୍ବ ଝାରଖଣ୍ଡ ଓ ଏହାର ଆଖ ପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ଗାଙ୍ଗୟ ଉପତ୍ୟକା ଏବଂ ସଂଲଗ୍ନ ଝାରଖଣ୍ଡର ପଶ୍ଚିମ ପଶ୍ଚିମ ଭାଗ ଉପରେ ରହିଛି |
ଏହା ସହ ଜଡ଼ିତ ଘୁର୍ଣ୍ଣିବଳୟ ସମୁଦ୍ର ପତନ ଠାରୁ 7.6 କିଲୋମିଟର ଉଚ୍ଚତା ରେ ଦକ୍ଷିଣ ଦିଗକୁ ଗତି କରୁଛି |ଏହା ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ସକ୍ରିୟ ରହିବା ସହିତ ଶକ୍ତିଶାଳୀ ମଧ୍ୟ ହୋଇ ସାରିଛି |ତେବେ ଗତ 24 ଘଣ୍ଟା ମଧ୍ୟରେ ବାଲେଶ୍ୱର ପୁରୀ କେନ୍ଦ୍ରପଡା ସମ୍ବଲପୁର ,ମୟୁରଭଞ୍ଜ ,ଝାରସୁଗୁଡ଼ା ଓ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହିତ ଉତ୍ତର ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ଉତ୍ତମରୁ ମଧ୍ୟମ ଧରଣର ବର୍ଷା ଏବଂ ବଜ୍ରପାତ ହୋଇଯାଇଛି |
5 ଅକ୍ଟୋବର ଗୁରୁବାର ଅପରାହ୍ନ ମଧ୍ୟରେ ରାଜ୍ୟରେ 7 ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏପରି ସ୍ଥିତିରେ ଆସନ୍ତା 24 ଘଣ୍ଟା ଅର୍ଥାତ 5 ଅକ୍ଟୋବର ଗୁରୁବାର ଅପରାହ୍ନ ମଧ୍ୟରେ ରାଜ୍ୟରେ 7 ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ନରେ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ପକ୍ଷରୁ ଜାରି ସତର୍କତା ସୂଚନାରେ କୁହାଯାଇଛି |
ଏହି ସମୟ ମଧ୍ୟରେ ରାଜ୍ୟରେ ବାଲେଶ୍ୱର ଭଦ୍ରକ ,କେନ୍ଦ୍ରାପଡ଼ା ,ଯାଜପୁର ,ଜଗତସିଂହ ପୁର ,କେଉଁଝର ଏବଂ ମୟୁରଭଞ୍ଜ ଜିଲ୍ଲାର ଗୋଟିଏ ଦିନରେ ପ୍ରବଳ ବର୍ଷା ଯାହାକି 7 ରୁ 11 ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି |