ଏବେ ଏବେ +2 ଛାତ୍ର ଛାତ୍ରୀଙ୍କ ପରୀକ୍ଷାକୁ ନେଇ ଆସିଲା ବଡ଼ ପରିବର୍ତ୍ତନ ,ସରକାର ନେଲେ ଏଭଳି ବଡ଼ ନିଷ୍ପତି ,student ମାନେ ନିଶ୍ଚୟ ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ଆସିଲା ଯୁକ୍ତ ଦୁଇ ଛାତ୍ର ଛାତ୍ରୀଙ୍କ ପାଇଁ ବଡ଼ ଗୁରୁତ୍ୱପୂର୍ଣ୍ଣ ସୂଚନା +2 ପରୀକ୍ଷା ପାଇଁ CHSE ପକ୍ଷରୁ ତତ୍ପରତା ନଭେମ୍ବର 21 ରୁ ଆରମ୍ଭ ହେବ ଫର୍ମ ପୂରଣ |ଯୁକ୍ତ ଦୁଇ ପରୀକ୍ଷା ପାଇଁ ତତ୍ପରତା ପ୍ରକାଶ କରିଛି ସିଏଚସି ବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ |ପରିଷଦ ଦ୍ୱାରା ଆୟୋଜିତ କଳା ,ବାଣିଜ୍ୟ ,ବିଜ୍ଞାନ ଏବଂ ଧନ୍ଦା ମୂଳକ ଛାତ୍ର ଛାତ୍ରୀଙ୍କ +2 ପରୀକ୍ଷା ଫେବୃଆରୀ 14 ରୁ ଆରମ୍ଭ ହେବ |ପରୀକ୍ଷା ପାଇଁ ପିଲାଙ୍କ ଫର୍ମ ପୂରଣ ଶୁଚି CHSE ପକ୍ଷରୁ ପ୍ରକାଶ ପାଇଛି

ରେଗୁଲାର ପିଲାଙ୍କ ଫର୍ମ ପୂରଣ ଆସନ୍ତା ନଭେମ୍ବର 21 ରୁ ଆରମ୍ଭ ହୋଇ 29 ତାରିକରେ ଶେଷ ହେବ ପରେ ଡିସେମ୍ବର 1 ରୁ 7 ତାରିକ ମଧ୍ୟରେ ଜୋରିମାନା ଦେଇ ଫର୍ମ ପୂରଣ କରିପାରିବେ ଏକ୍ସ ରେଗୁଲାର ପିଲାଙ୍କ ସାଧାରଣ ଫର୍ମ ପୂରଣ କରିପାରିବେ |ଆସନ୍ତା 5 ରୁ 7 ତାରିକ ମଧ୍ୟରେ 450 ଲେଖାଏଁ ଟଙ୍କା ଦେଇ ଜୋରିମାନା ଦେଇ ଫର୍ମ ପୂରଣ କରିପାରିବେ |

ସମସ୍ତ ପର୍ଯ୍ୟାୟର ଫର୍ମ ପୂରଣ ପ୍ରକ୍ରିୟା ଡିସେମ୍ବର 7 ସୁଦ୍ଧା ସାରିବାକୁ ପରିଷଦ ମାର୍ଗ ଦର୍ଶିକା ଜାରି କରିଥିବା ବେଳେ ଏଥିରେ ତାରିକରେ ଆଗକୁ କୌଣସି ପରିବର୍ତ୍ତନ କରାଯାଇ ପାରିବ ନାହିଁ ବୋଲି ପରୀକ୍ଷା ନିୟନ୍ତ୍ରକ କହିଛନ୍ତି |2023-24 ଶିକ୍ଷା ବର୍ଷ +2 ପରୀକ୍ଷା ଫେବୃଆରୀ 14 ରୁ ଆରମ୍ଭ ହୋଇ ମାର୍ଚ୍ଚ 13 ରେ ଶେଷ ହେବ |

ଜାନୁଆରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ପରୀକ୍ଷା ସୂଚୀ ପ୍ରକାଶ ପାଇବ |ବିଗତ ବର୍ଷ ଭଳି ଏବର୍ଷ ମଧ୍ୟ 80 ପ୍ରତିଶତ ବାର୍ଷିକ ଓ 20 ପ୍ରତିଶତ ଇଣ୍ଟରନେଶନାଲ ପରୀକ୍ଷାର ୱେଟଜକୁ ନେଇ ଚୂଡ଼ାନ୍ତ ଫଳ ପ୍ରକାଶ ପାଇବ |ସେହିପରି ଚଳିତ ଶିକ୍ଷା ବର୍ଷରୁ +2 ପ୍ରଥମ ବର୍ଷ ବିଜ୍ଞାନ ପାଠ୍ୟକ୍ରମରେ CHSE ଏହି ପରିବର୍ତ୍ତନ କରିଛି |

CBSE ବୋର୍ଡ ଅନୁସାରେ CHSE ଏହି ପରିବର୍ତ୍ତନ କରିଛି କେବଳ ଗଣିତ ବିଷୟରେ ପାଠ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ କରାଯାଇଥିବା ବେଳେ ଅବଶିଷ୍ଟ ବିଷୟ ଗୁଡ଼ିକ ପୁରୁଣା ପାଠ୍ୟକ୍ରମ ଅନୁଯାଇ ପାଠପଢ଼ା ହେଉଛି |

Leave a Reply

Your email address will not be published. Required fields are marked *