ମେଷ ରାଶି -ବ୍ୟବସାୟୀଙ୍କ ଆୟ ବୃଦ୍ଧି ହେବ । ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ମନ ଭଲ ରହିବ । ପ୍ରେମରେ ସଫଳତା ମିଳିବ । ଆୟ ତୁଳନା ବ୍ୟୟ କରନ୍ତୁ । ଭବିଷ୍ୟତକୁ ନେଇ ଯୋଜନା ପ୍ରସ୍ତୁତ କରିବେ ।
ବୃଷ ରାଶି -ଆଜି ଆପଣଙ୍କୁ କମ୍ ପରିଶ୍ରମରେ ଅର୍ଥ ରୋଜଗାର କରିପାରିବେ । ଆକସ୍ମିକ ଧନ ଲାଭର ଯୋଗ ରହିଛି । କୋର୍ଟ-କଚେରୀ କାର୍ଯ୍ୟରେ ଜୟଯୁକ୍ତ ହେବେ । ପାରିବାରିକ ସୁଖଶାନ୍ତି ରହିବ । କିଛି ଶୁଭ ସମାଚାର ମିଳିବ। ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ହେବ । ଛାତ୍ରଛାତ୍ରୀ ମାନ କୃତକାର୍ଯ୍ୟ ହେବେ ।
ମିଥୁନ ରାଶି -ରାଜନୀତି କ୍ଷେତ୍ରରେ ଜଶମାନ ବୃଦ୍ଧି ହେବ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ପ୍ରଚୁର ଅର୍ଥ ଲାଭ କରିପାରନ୍ତି । ଉଚ୍ଚ ଆଶା ପୂରଣ ହେବ । ବୈବାହିକ ଜୀବନ ସୁଖମୟ ହେବ ।
କର୍କଟ ରାଶି -କାର୍ଯ୍ୟରେ ସଫଳତା ମିଳିବ । ଅଫିସ ପରିସ୍ଥିତିକୁ ନେଇ ଚିନ୍ତାରେ ରହିବେ । ରାସ୍ତାଘାଟରେ ସତର୍କ ହୋଇ ଯିବା ଆସିବା କରନ୍ତୁ । ପାରିବାରିକ ଜୀବନ ସୁଖମୟ ହେବ ।
ସିଂହ ରାଶି -ପରିବାର ଓ ବନ୍ଧୁଙ୍କ ସହ ଦିନଟି କଟିବ । କର୍ତ୍ତବ୍ୟ ପରାୟଣ ହେବେ । ପରିକ୍ଷା ଏବଂ ପ୍ରତିଯୋଗିତାରେ ଉତ୍ତିର୍ଣ୍ଣ ହେବେ । ଶତ୍ରୁ ବୃଦ୍ଧି ହୋଇ ପାରନ୍ତି । ଆର୍ଥିକ ସ୍ଥିତି ସୁଦୃଢ ହେବ
କନ୍ୟା ରାଶି -କର୍ମକ୍ଷେତ୍ରରେ ଅନେକ ଦିନରୁ ଆଶା ପୂରଣ ହେବ । ଆର୍ଥିକ ସ୍ଥିତି ସୁଦୃଢ ହେବ । ବ୍ୟବସାୟରେ ଅଳ୍ପ ପରିଶ୍ରମ କରି ଅଧିକ ଲାଭ ପାଇବେ । ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନେ ଅନୁକୂଳ ପରିଣାମ ପାଇବେ । ଜୀବନସାଥୀଙ୍କ ସହ କୌଣସି କାରଣରୁ ମତଭେଦ ହୋଇପାରେ ।
ତୁଳା ରାଶି -ଆଜି ଆପଣଙ୍କ ଦିନଟି ମିଶ୍ରିତ ଫଳ ଦେବ । ନିଜ ଭବିଷ୍ୟତ ପାଇଁ ବା କ୍ୟାରିୟର ପାଇଁ କୌଣସି ବଡ଼ ପଦକ୍ଷପ ନେଇ ପାରନ୍ତି । ପରିବାର ସହ ସମୟ ବିତାଇବେ । ସ୍ୱାସ୍ଥ୍ୟ ଭଲ ରହିବ । ଆଜି କୌଣସି ଶୁଭ ସମ୍ବାଦ ପାଇପାରନ୍ତି । ଧନ ପ୍ରାପ୍ତ ହେବାର ସମ୍ଭାବନା ରହିଛି ।
ବିଛା ରାଶି -ଆଜି ବିଭିନ୍ନ ସମସ୍ୟାର ସମାଧାନ ହେବ । ଆୟ ତୁଳନାରେ ଦିନଟି ଭଲ ରହିବ । ନିଜ ଉପରେ ବିଶ୍ୱାସ ରଖ୍ କାର୍ଯ୍ୟ କରନ୍ତୁ । ଜୀବନ ସାଥିଙ୍କ ସହ ସମ୍ପର୍କ ଭଲ ରହିବ । ଦୂରଯାତ୍ରା କରିପାରନ୍ତି । ଅସୁସ୍ଥ ଅନୁଭବ କରିବେ । ବ୍ୟବସାୟଙ୍କ ଆୟ ବ୍ୟୟ ସମାନ ରହିବ ।
ଧନୁ ରାଶି -ବ୍ୟବସାୟରେ ଉନ୍ନତି ହେବ । ମୂଲ୍ୟବାନ ଦ୍ରବ୍ୟ କିଣିପାରନ୍ତି । ପରିବାରରେ ଶାନ୍ତି ବଜାୟ ରହିବ । ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ । ପରିବାର ସହ ସମୟ ବିତାଇବା ପସନ୍ଦ କରିବେ । ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବା ପାଇଁ ପଡିବ ।
ମକର ରାଶି -ଦାମ୍ପତ୍ୟ ଜୀବନ ସୁଖଦ ରହିବ । ଜୀବନସାଥୀଙ୍କ ସମର୍ଥନ ମିଳିବ । ଅର୍ଥପ୍ରାପ୍ତିର ସମ୍ଭାବନା ରହିଛି । ଦୂରଯାତ୍ରା କରିପାରନ୍ତି । ବନ୍ଧୁଙ୍କ ସହଯୋଗ ମିଳିବ । ଜୀବନସାଥୀଙ୍କ ସହିତ ସମୟ ବିତାଇବେ ।
କୁମ୍ଭ ରାଶି -ଆଜି କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ । ବାଦବିଦାର ସମ୍ମୁଖୀନ ହୋଇପାରନ୍ତି । ପରିବାରରେ ସମସ୍ତଙ୍କ ପ୍ରିୟ ହେବେ । ଶତ୍ରୁ କୌଣସି କ୍ଷତି କରିପାରିବେ ନାହିଁ । ସାବଧାନ ରୁହନ୍ତୁ ।
ମୀନ ରାଶି -କୌଣସି ନୂତନ କାର୍ଯ୍ୟ ପାଇଁ ଆଜି ଆଜି ଆଗ୍ରହ ଦେଖାଇବେ । ମନ ସ୍ଥିର ରହିବ । ବାଧାବିଘ୍ନ ଦୂର ହେବ । ପରିବାରରେ କୌଣସି କାରଣ ପାଇଁ ବିବାଦ ଦେଖାଦେବ । ଆଜି କିଛି କାମରେ ବିଳମ୍ବିତ ହୋଇପାରେ ।