ପଶୁ ହୋଇବି ମଣିଷ ଭଳି ଆଚରଣ କରୁଛି ଛେଳି ଗୁଡୁଆ, ଘର ଜଗୁଛି, ଫୁଟବଲ ଖେଳୁଛି, ଦେଖନ୍ତୁ ଭିଡ଼ିଓ

ନମସ୍କାର ବନ୍ଧୁଗଣ ଗାଲକୁ ଚୁମା ଦେଉଛି ଶେଯରେ ଶୋଉଛି ଆଉ ପିଲାଙ୍କ ସହ ଖେଳୁଛି ଆଉ ମଣିଷ ପରି ଡ୍ରେସ୍ ମଧ୍ୟ ପିନ୍ଧୁଛି କଣ ଆପଣ ଏହି ଛେଳିକୁ ମଟନ୍ କହି କାଟି ପାରିବେ ଏହି ଛେଳିଟି ଯେବେଠୁ ଜନ୍ମ ହୋଇଛି ଗୋଟିଏ ମଣିଷ ଛୁଆ ପରି ତାର ବ୍ୟବହାର ଦେଖିବାକୁ ମିଳିଛି କିଏବି ଦେଖିଲେ ଏହି ଦୃଶ୍ୟ ଆଶ୍ଚର୍ଯ୍ୟ ହୋଇଯିବ ଏହି ୯ ମାସର ଛେଳି ଛୁଆଟିକୁ ଦେଖନ୍ତୁ |

ଏହି ଛେଳିଟିକୁ ଗୁଡୁଆ ବୋଲି ସମସ୍ତେ ଡାକନ୍ତି ତେବେ ଗୋଟିଏ ଗୃହ ପାଳିତ ପଶୁ ମଣିଷ ପ୍ରେମରେ ଏପରି ବାନ୍ଧି ହୋଇଛି ଯିଏବି ଦେଖିବ ଆଶ୍ଚର୍ଯ୍ୟ ହେବ ଶେଯରେ ଶୋଉଛି ଆଉ ପିଲାଙ୍କ ସହିତ ଖେଳୁଛି ପୁଣି ଅଭିମାନ ମଧ୍ୟ କରୁଛି ଆଉ ଏହି ଛେଳିର ଏମିତି ବ୍ୟବହାର ଦେଖି ପରିବାର ଲୋକେ ବି ଆଶ୍ଚର୍ଯ୍ୟ |

ତେବେ ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ବ୍ଲକ ଅନ୍ତର୍ଗତ ସୋଳମପୁର ପଞ୍ଚାୟତ ଅଧୀନ ମୁଢ଼ାପଦା ଗ୍ରାମର ବୁଲୁଚରଣ ଜେନା ଓ କମଳି ଜେନାଙ୍କ ଏହା ହେଉଛି ୯ ମାସର ଅଣ୍ଡିରା ଛେଳି ଯାହାଙ୍କ ନାମ ଗୁଡୁଆ ୯ ମାସ ତଳେ ଏହି ପାଟଣି ଜାତିର ଅଣ୍ଡିରା ଛେଳିର ମାଆ ଛେଳି ମରିଯିବାରୁ ଶଶୁର ଘରୁ ଖସାଲପୁରରୁ ଘରକୁ ନେଇ ଆସିଥିଲେ ଆଉ ତକରେ ଛେଳିର ନାମ ଦେଇଥିଲେ ଗୁଡୁଆ ଆଉ ତପାଇଁ ପୋଷାକ ମଧ୍ୟ ବନାଇ ଥିଲେ ପରିବାର ଲୋକେ ବୁକୁ ଚରଣଙ୍କ ଦୁଇଝିଅ ସୁପ୍ରଭା ଆଉ ପ୍ରୀତିପ୍ରଭାଙ୍କ ଭଲ ପାଇବା ଆଉ ସ୍ନେହ ଦୈନିକ ଏମିତି ମିଶିଯିବା ଫଳରେ ଛେଳିଟି ଯେମିତି ତାଙ୍କ ସାଙ୍ଗ ପାଲଟି ଯାଇଛି |

ସେମାନଙ୍କ ସହ ବୁଲୁଛି ସେମାନଙ୍କ ସହ ଖାଉଛି ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ପୋଷା କୁକୁର ପରି ଘର ମଧ୍ୟ ଜଗି ରହୁଛି କିଏ ଆସିଲେ ଗଲେ ବୋବାଳି ଛାଡୁଛି ତେବେ ମଣିଷର ଭାବବେଗ ବୁଝି ପାରୁଥିବା ଏମିତି ଗୁଡୁଆ ପରି ଛେଳି ଆପଣ କେବେ ଦେଖିନଥିବେ ଯଦି କେହି ଘରାଲୋକ ଘରକୁ ଫେରିବାକୁ ଟିକେ ବିଳମ୍ବ କରି ଦିଅନ୍ତି ତେବେ ଦୁଆର ମୁହଁରେ ଛିଡ଼ା ହୋଇ କାନ୍ଦିଥାଏ ଗୁଡୁଆ |

ତେବେ ନିଜର ଭଳି ତାକୁ ପରିବାର ଲୋକେ ପାଳୁଥିବାରୁ ବେପାରୀ ବୋହୁତ ଥର ଏହି ଛେଳିଟିକୁ କିଣିବାକୁ ଆସନ୍ତି କିନ୍ତୁ ପରିବାର ଲୋକ କୁହନ୍ତି ତାକୁ ଏଭଳି ଜୀବନ ସାରା ପୁଅଭଳି ପାଳିବେ କିନ୍ତୁ କାହାକୁ ବିକିବେ ନାହିଁ |

Leave a Reply

Your email address will not be published. Required fields are marked *