ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନ ଜାରି ହୋଇଥିବା ପାଣିପାଗର ବୁଲେଟିନ ଅନୁସାରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷାର ପ୍ରଭାବ ଲାଗି ରହିଛି ଯାହାକି ବର୍ତ୍ତମାନ ସମୟରେ ଲଘୁଚାପ ଦକ୍ଷିଣ ପଶ୍ଚିମ ଝାରଖଣ୍ଡ ଏବଂ ପାର୍ଶ୍ଵବର୍ତ୍ତୀ ଉତ୍ତର ଛତିଶଗଡ଼ ଅଞ୍ଚଳରେ ଲଘୁଚାପ ସକ୍ରିୟ ରହିଛି |ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ଆରମ୍ଭ ହୋଇଗଲାଣି ତେବେ ବର୍ଷାର ପରିମାଣ ବଢିବ ଆଜି ଏବଂ କାଲି ଆସନ୍ତା ଦୁଇଦିନ ବର୍ଷାକୁ ନେଇ ହାଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ |
ତେବେ ବିସ୍ତୃତି ଭାବରେ ରାଜ୍ୟରେ କିଛି ଜିଲ୍ଲା ଗୁଡ଼ିକୁ ଅରେଞ୍ଜ ଏବଂ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ତେବେ ଆସନ୍ତା 24 ଘଣ୍ଟାରେ ପ୍ରବଳ ବର୍ଷାକୁ ନେଇ ସତର୍କ କରିଛି ପାଣିପାଗ ବିଭାଗ ତେବେ ଚାଲନ୍ତୁ କଣ ସବୁ ସେହି ଜିଲ୍ଲାଗୁଡ଼ିକ ଆସନ୍ତୁ ଜାଣିବା |ବଙ୍ଗୋପସାଗରରେ ସଦୃଶ ଥିବା ଗତକାଲିର ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇ ଆଜି ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ଏବଂ ବର୍ତ୍ତମାନ ସମୟରେ ଏହା ଦକ୍ଷିଣ ପଶ୍ଚିମ ଝାରଖଣ୍ଡ ଓ ଏହାର ସଂଲଗ୍ନ ଉତ୍ତର ଛତିଶଗଡ଼ ଉପରେ ରହିଛି |
ଏବେ ଏହା ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପୁଣି ଥରେ ସକ୍ରିୟ ରହିଛି ଗତ 24 ଘଣ୍ଟା ମଧ୍ୟରେ ବରଗଡ଼ ,ରାୟଗଡ଼ା ,ଢେଙ୍କାନାଳ ,ସୋନପୁର ,ବୌଦ୍ଧ ,ସମ୍ବଲପୁର ,ଭଦ୍ରକ ,ଯାଜପୁର ଏବଂ କେନ୍ଦ୍ରାପଡା ଜିଲ୍ଲାରେ ଗୋଟେ ଦୁଇଟି ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହୋଇ ସାରିଛି |
ପାଣିପାଗ ବିଭାଗର ବୁଲେଟିନ ଅନୁସାରେ ଆସନ୍ତା 24 ଘଂଟା ମଧ୍ୟରେ ରାଜ୍ୟରେ 6 ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହିତ 11 ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ଏହି ସବୁ ଜିଲ୍ଲା ଗୁଡ଼ିକୁ ବିସ୍ତୃତି ଭାବରେ ଅରେଞ୍ଜ ୱାର୍ଣ୍ଣିଙ୍ଗ ଏବଂ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି |
ଏହି ସମୟ ମଧ୍ୟରେ ରାଜ୍ୟରେ ଝାରସୁଗୁଡ଼ା ,ବରଗଡ଼ ,ସମ୍ବଲପୁର ,ଦେବଗଡ଼ ,ଅନୁଗୁଳ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯାହାକି 7 ତୁ 20 ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି ସେଥିପାଇଁ ଏହି ସବୁ ଜିଲ୍ଲା ଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ |