ନମସ୍କାର ବନ୍ଧୁଗଣ ଆଜି ଆସନ୍ତୁ ଜାଣିବା ଭଗଵାନ ବ୍ରହ୍ମା କାହିଁକି ନିଜ ଝିଅ ସରସ୍ଵତୀଙ୍କୁ ସମ୍ଭୋଗ କରୁଥିଲେ ଓ ବିବାହ ମଧ୍ୟ କରିଥିଲେ ସରସ୍ଵତୀ ପୁରାଣ ଓ ମତ୍ସ୍ୟ ପୁରାଣ ଅନୁସାରେ ସୃଷ୍ଟିର ଆରମ୍ଭ ସମୟରେ ଭଗଵାନ ବିଷ୍ଣୁଙ୍କ ଆଦେଶରେ ବ୍ରହ୍ମଦେବ ସୃଷ୍ଟିର ରଚନା କଲେ ଏବଂ ସୃଷ୍ଟି ରଚନା କରିବାର କିଛିଦିନ ପରେ ଭଗଵାନ ବ୍ରହ୍ମ ତାଙ୍କ ସୃଷ୍ଟି ରଚନାର ଭଲମନ୍ଦ ଜାଣିବା ପାଇଁ ପୃଥିବୀ ପୃଷ୍ଠକୁ ଦେଖିବାକୁ ଆସିଲେ ବ୍ରହ୍ମଦେବ ପୃଥିବୀ ପୃଷ୍ଠକୁ ଆଦି ଦେଖିଲେ ଯେ ପୃଥିବୀ ପୃଷ୍ଠରେ ସମସ୍ତ ଜୀବଜନ୍ତୁ ନୀରବ ହୋଇ ରହିଛନ୍ତି |
ଝରଣା ଅଛି ହେଲେ ଝରଣା ମଧ୍ୟ ବହି ଯାଉଛି କିନ୍ତୁ ତାହାର କିଛି ଶବ୍ଦ ନାହିଁ ପବନ ଅଛି ତାହାର ବେଗ ମଧ୍ୟ ଅଛି ହେଲେ ତାହାର କିଛି ଶବ୍ଦ ନାହିଁ ଜୀବଜନ୍ତୁ ଅଛନ୍ତି ପଶୁପକ୍ଷୀ ଅଛନ୍ତି ହେଲେ କେହି କାହରି ସହ କଥାବାର୍ତ୍ତା କରୁ ନାହାଁନ୍ତି ଶଦ୍ଦ ନାହିଁ ସମସ୍ତେ ନୀରବ ରହିଛନ୍ତି ତେଣୁ ଭଗଵାନ ବ୍ରହ୍ମା ଏହି ସମସ୍ତ ଦୃଶ୍ୟ ଦେଖି ଚିନ୍ତା କଲେ ଯେ ମୋର ସୃଷ୍ଟି ରଚନା କରିବାରେ କିଛି ତ୍ରୁଟି ରହିଗଲା |
ତାହାପରେ ବ୍ରହ୍ମଦେବ ସ୍ୱର୍ଗକୁ ପ୍ରତ୍ୟାବର୍ତ୍ତନ କଲେ ଏବଂ ସେ ନିଜର ସୃଷ୍ଟି ରଚନା କରିବାରେ କଣ ତ୍ରୁଟି ରହିଲା ବୋଲି ଚିନ୍ତା କଲେ ଶେଷରେ ବ୍ରହ୍ମା ନିଜର ମୁଖରୁ ଗୋଟିଏ ସୁନ୍ଦର କନ୍ୟା ଆବିର୍ଭାବ କଲେ ଭଗଵାନ ବ୍ରହ୍ମା ସେହି କନ୍ୟାର ନାମ ସରସ୍ଵତୀ ରଖିଲେ ଏବଂ ବିଦ୍ୟାଦାତ୍ରି ବିଦ୍ୟାର ଦେବୀ ବୋଲି ମଧ୍ୟ ପରିଚିତ କଲେ ସେହିଦିନ ମାଘମାସ ଶୁକ୍ଳପକ୍ଷ ପଞ୍ଚମୀତିଥି ଥିଲା ତେଣୁ ଆମ୍ଭେମାନେ ଏହି ଦିନକୁ ମା ସରସ୍ୱତୀଙ୍କ ଜନ୍ମ ଦିବସ ରୂପେ ପାଳନ କରିଥାଉ ମା ସରସ୍ଵତୀ ନିଜର ବୀଣା ବାଦନ କଲେ ଏହାପରେ ପୃଥିବୀରେ ଶବ୍ଦ ସୃଷ୍ଟି ହେଲା |
ବିଦ୍ୟାଦାତ୍ରୀ ମା ସରସ୍ବତୀ ଦେଖିବାକୁ ଅତ୍ୟନ୍ତ ସୁନ୍ଦର ଆଉ ଆକର୍ଷକ ଥିଲେ ଏଥିପାଇଁ ଭଗଵାନ ବ୍ରହ୍ମା ନିଜ ଇନ୍ଦ୍ରିୟ ଉପରୁ ନିୟନ୍ତ୍ରଣ ହରାଇ ବସିଲେ ଆଉ ସରସ୍ୱତୀଙ୍କୁ ବିବାହ କରିବାକୁ କହିଲେ ଏହି ସମ୍ପର୍କରୁ ରକ୍ଷା ପାଇବା ପାଇଁ ମାତା ସରସ୍ଵତୀ ସୃଷ୍ଟିର କୋଣ ଅନୁକୋଣରେ ବୁଲୁଥିଲେ କିନ୍ତୁ ତାଙ୍କୁ କେଉଁଠାରେ ଲୁଚିବା ସ୍ଥାନ ମିଳିଲା ନାହିଁ ଯାହା ଫଳରେ ବାଧ୍ୟ ହୋଇ ତାଙ୍କୁ ଭଗଵାନ ବ୍ରହ୍ମାଙ୍କ ସହିତ ସମ୍ଭୋଗ କରିବା ପାଇଁ ବାଧ୍ୟ ହେଲେ ଆଉ ସରସ୍ଵତୀ ବ୍ରହ୍ମାଙ୍କ ସହିତ ଜଙ୍ଗଲରେ ରହିବାକୁ ଗଲେ କିଛି ସମୟ ବିତିବା ପରେ ତାଙ୍କର ଏକ ପୁତ୍ର ହେଲା ଯାହାଙ୍କ ନାଁ ଥିବା ସ୍ଵୟଂଭୂମନୁ |
ବ୍ରହ୍ମା ଆଉ ସରସ୍ୱତୀଙ୍କ ଏହି ପୁତ୍ର ସୃଷ୍ଟିର ପ୍ରଥମ ମାନବ ବନିଲା ଆଉ ସେହିଠାରୁ ମାନୁଷ୍ୟ ଜାତିର ରଚନା ହେଲା କିନ୍ତୁ ନିଜ ଝିଅକୁ ସମ୍ଭୋଗ କରିବା କାରଣରୁ ତାଙ୍କ ପାପ କର୍ମର ଫଳ ତାଙ୍କୁ ମିଳିଲା ଆଉ ଭାଗୱାନ ଶିବ ବ୍ରହ୍ମାଙ୍କୁ ଅଭିଶାପ ଦେଲେ ପୃଥିବୀ ପୃଷ୍ଠରେ କେହି ମଧ୍ୟ ତମର ପୂଜା ଆରାଧନା କରିବେ ନାହିଁ ସେଥିପାଇଁ ଆଜିବି ପୃଥିବୀ ପୃଷ୍ଠରେ ବ୍ରହ୍ମାଙ୍କ ପୂଜା କରାଯାଏ ନାହିଁ |