ନମସ୍କାର ଦର୍ଶକବନ୍ଧୁ ରାଜ୍ୟରେ ସକ୍ରିୟ ରହିଛି ଲଘୁଚାପ ତେବେ ଜାରି ରହିଛି ବର୍ଷା ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ 13 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି ଆଗାମୀ ତିନି ଘଣ୍ଟା ପାଇଁ 13 ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି | ଆଗାମୀ 3 ଘଣ୍ଟା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି ସମ୍ବଲପୁର ,ଅନୁଗୁଳ ,ରାୟଗଡ଼ା ,କଟକ,ଖୋର୍ଦ୍ଧା ,ନୟାଗଡ଼ ,କେନ୍ଦ୍ରାପଡ଼ା ,ଜଗତସିଂହ ପୁର ,ପୁରୀ ଏବଂ ଗଞ୍ଜାମ ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି |
ରାଜ୍ୟରେ କିଛି କିଛି ଜିଲ୍ଲାରେ ଆସନ୍ତା 3 ତାରିକ ଯାଏ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି |ସେପଟେ ବର୍ଷାକୁ ଦେଖି ବିଏମସି ପକ୍ଷରୁ ସୂଚନା ଜାରି କରାଯାଇଛି ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ଘୋଷଣା କରିବା ସହିତ 24 ଘଣ୍ଟାର କଣ୍ଟ୍ରୋଲ ରୁମ ଖୋଲିବା ପାଇଁ ନିଷ୍ପତି ନିଆଯାଇଛି |
ବଙ୍ଗୋପସାଗରରେ ସଦୃଶ ଲଘୁଚାପ ସକ୍ରିୟ ରହି ଆସନ୍ତା 24 ଘଂଟାରେ ଉତ୍ତର ଓଡିଶା ଏବଂ ବଙ୍ଗୋପସାଗର ଉପକୂଳରେ ରହିବ ସେହିପରି ଆଜି ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆଭ୍ୟନ୍ତରୀଣ ଓଡ଼ିଶାର 11 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି |
ବଲାଙ୍ଗୀରି ,ବରଗଡ଼ ,ସୁବର୍ଣ୍ଣପୁର ,ଝାରସୁଗୁଡ଼ା ,ସମ୍ବଲପୁର ,କେଉଁଝର ,ଅନୁଗୁଳ ,ଦେବଗଡ଼ ,ଢେଙ୍କାନାଳ ଏବଂ ମୟୁରଭଞ୍ଜ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି |ଜୁନ 1 ରୁ ଗତକାଲି 1104 ମିଲିମିଟର ସର୍ବ ମୋଟ ବର୍ଷା ହୋଇଯାଇଛି |
ଯାହାକି ଏହି ସମୟ ଅବଧି ମଧ୍ୟରେ ହେଉଥିବା ସ୍ୱାଭାବିକ ବର୍ଷା ଠାରୁ 3 ପ୍ରତିଶତ କମ ଏହି ସମୟ ମଧ୍ୟରେ ରାଜ୍ୟରେ ଝାରସୁଗୁଡ଼ା ,ବୌଦ୍ଧରେ ,ଅତ୍ୟଧିକ ବର୍ଷା ହେଉଥିବା ବେଳେ କେନ୍ଦ୍ରାପଡା ,ନବରଙ୍ଗ ପୁର ,ପୁରୀରେ ନିଅଁଟିୟା ବର୍ଷା ହୋଇଯାଇଛି ସେହିପରି ରାଜ୍ୟରେ ଅନ୍ୟ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇପାରେ ବୋଲି ସୂଚନା ରହିଛି |