ଛାତ୍ର ଛାତ୍ରୀ ମାନଙ୍କ ଆସିଲା ବଡ଼ ଖୁସି ଖବର ,ଉଚ୍ଚ ଶିକ୍ଷା କରିବାକୁ ଚାହୁଁଥିଲେ ପାଇବେ ଏପରି ସୁବିଧା ,ଛାତ୍ର ଛାତ୍ରୀ ମାନେ ଜାଣି ରଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ଆସିଲା ଆଉ କିଛି ନୂଆ ସୂଚନା ଯାହା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବହୁତ ବଡ଼ ଖୁସି ଖବର ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟଟି ଡେରି ନକରି ଜାଣିବା |ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କଳିଙ୍ଗ ଶିକ୍ଷା ସାଥି ଯୋଜନା ଅଧୀନରେ ଉଚ୍ଚ ଶିକ୍ଷା ପାଇଁ ପିଲାଙ୍କୁ ଯୋଗାଇ ଦିଆ ଯାଉଥିବା ଶିକ୍ଷା ଋଣ ପରିମାଣ ବୃଦ୍ଧି ହୋଇଛି |

ଏଣିକି ଛାତ୍ର ଛାତ୍ରୀ ଉଚ୍ଚ ଶିକ୍ଷା ଅଧ୍ୟୟନ ପାଇଁ କୋଡିଏ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଏ ଋଣ କରିପାରିବେ |ପୂର୍ବରୁ ଛାତ୍ର ଛାତ୍ରୀଙ୍କ ପାଇଁ ସର୍ବାଧିକ 10 ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଉଥିବା ବେଳେ ଏହାକୁ ଦୁଇଗୁଣ ବୃଦ୍ଧି କରାଯାଇଛି |

ସେହିପରି ଋଣ ଆବେଦନ ପାଇଁ ଅଭିଭାବକଙ୍କ ବାର୍ଷିକ ଆୟ ପରିମାଣ ମଧ୍ୟ ବୃଦ୍ଧି କରାଯାଇଛି ପୂର୍ବ ଋଣ ପାଇଁ ଅଭିଭାବକଙ୍କ ସମୁଦାୟ ବାର୍ଷିକ ଆୟ ଛଅ ଲକ୍ଷ ଟଙ୍କା ରଖା ଯାଇଥିବା ବେଳେ ଏହାକୁ ଆଠ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି |

ସମୟ ଅବଧି ଓ ଅନ୍ୟାନ୍ୟ ଆନୁସଙ୍ଗିକ କ୍ଷେତ୍ରରେ ଉଚ୍ଚ ଶିକ୍ଷା ବିଭାଗ ପରିବର୍ତ୍ତନ କରିଛି |ଏଣିକି ସରକାର ଛାତ୍ର ଛାତ୍ରୀ ମାନେ ଭବିଷ୍ୟତକୁ ଦେଖି ଏହି ଘୋଷଣା କରିଛନ୍ତି |

Leave a Reply

Your email address will not be published. Required fields are marked *