ମେଷ ରାଶି – କୌଣସି ଶୁଭ ଖବର ପାଇପାରନ୍ତି । ପରିବାରରେ ସୁଖ, ଶାନ୍ତି ବଜାୟ ରହିବ । ଆତ୍ମବିଶ୍ଵାସ ବୃଦ୍ଧି ପାଇବ । ବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧି ପାଇବ । ଛାତ୍ରଛାତ୍ରୀ ମାନେ ଆଶା କରୁଥିବା ଦିଗରେ ସଫଳତା ପାଇବେ
ବୃଷ ରାଶି -ବ୍ୟବସାୟରେ ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି । ସଙ୍ଗୀତ, ଅଭିନୟ କ୍ଷେତ୍ରରେ ବଡ ସଫଳତା ମିଳିବ । ଆଜି ସତର୍କ ରୁହନ୍ତୁ ଭାବି ଚିନ୍ତି କାର୍ଯ୍ୟ କଲେ ସୁଫଳ ପାଇବେ । ଚାକିରି ପରିବର୍ତ୍ତନ କରିବାର ସମୟ ଚାଲିଛି
ମିଥୁନ ରାଶି – ବ୍ୟବସାୟୀଙ୍କ ପାଇଁ ଆଜି ଦିନଟି ସ୍ୱାଭାବିକ ରହିବ । ଆଜି ଆପଣ ପରିବାର ସଦସ୍ୟଙ୍କ ସ୍ନେହ ଏବଂ ସମର୍ଥନ ପାଇବେ, ଆଜି ଆପଣ ନିଜ ପିତାଙ୍କ ସହିତ କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିପାରନ୍ତି
କର୍କଟ ରାଶି – ଆଜି ସାବଧାନ ରୁହନ୍ତୁ । ବିବାଦରୁ ଦୂରେଇ ରୁହନ୍ତୁ । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ମନ ଶାନ୍ତ କରି କାମ କରନ୍ତୁ ।ଆର୍ଥିକ ଅବସ୍ଥା ଖରାପ ହୋଇପାରେ
ସିଂହ ରାଶି – ପରିବାର ପଟୁ ଅସୁବିଧା ବଢି ବଢି ଚାଲିବ ତେଣୁ ଭାବି ଚିନ୍ତିକି କଥା ବାର୍ତା କରନ୍ତୁ । ଛାତ୍ରମାନଙ୍କ ପାଇଁ ଆଜି ଏକ ଅତ୍ୟନ୍ତ ଅନୁକୂଳ ଦିନ ହେବାକୁ ଯାଉଛି । ଭଲ ଖବର ପାଇପାରନ୍ତି । ସ୍ୱାସ୍ଥ୍ୟରେ ଉନ୍ନତି ହୋଇପାରେ
କନ୍ୟା ରାଶି – ଆଜି ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ । କର୍ମ କ୍ଷେତ୍ରରେ ପ୍ରଶଂସିତ ହେବା ସହିତ ଆପଣ ପୁରସ୍କୃତ ହେବେ । ଆପଣ ପରିବାର ସହ ଦିନଟି ବିତେଇବା ପାଇଁ ଚେଷ୍ଟା କରନ୍ତୁ । ଖୁସି ଦ୍ଵିଗୁଣିତ ହେବ
ତୁଳା ରାଶି – ଆଜି ଦିନଟି ଶୁଭ ରହିବ । ସବୁ କ୍ଷେତ୍ରରେ ସଫଳ ହେବେ । ନୂଆ ଘର ଆଦି କ୍ରୟ କରି ପାରନ୍ତି । ପିଲାମାନେ ଜିଦଖୋର୍ ହେବେ । ଛାତ୍ରମାନଙ୍କ ପାଇଁ ଆଜି ଏକ ଅତ୍ୟନ୍ତ ଅନୁକୂଳ ଦିନ ହେବାକୁ ଯାଉଛି । ଭଲ ଖବର ପାଇପାରନ୍ତି ।
ବିଛା ରାଶି -କାର୍ଯ୍ୟରତ ବ୍ୟକ୍ତି ଆଜି ଯାତ୍ରା କରିପାରନ୍ତି । ଏହି ଯାତ୍ରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ବ୍ୟବସାୟୀଙ୍କ ପାଇଁ ଉତ୍ତମ ଦିନଟିଏ । ଆଜି ଚିନ୍ତାକରି ନିଷ୍ପତ୍ତି ନିଅନ୍ତୁ, ସଠିକ୍ ଫଳାଫଳ ପାଇବେ
ଧନୁ ରାଶି – ଭଲ ଭାବରେ ଚିନ୍ତା କରିବା ପରେ ନିଷ୍ପତ୍ତି ନିଅନ୍ତୁ । ଆପଣଙ୍କ ଜୀବନସାଥୀ ଆପଣଙ୍କର ସମର୍ଥନ ଆବଶ୍ୟକ କରନ୍ତି । ଅର୍ଥ ଦୃଷ୍ଟିରୁ, ଆଜି ଆପଣଙ୍କ ପାଇଁ ଏକ ମିଶ୍ରିତ ଦିନ ହେବାର ସମ୍ଭାବନା ଅଛି । ବୃତ୍ତିଗତ ଜୀବନକୁ ନେଇ ଚିନ୍ତାରେ ରହିବେ
ମକର ରାଶି -ଆଜି ଦିନଟି ଆପଣ ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ସହ ଆନନ୍ଦ ଉଲ୍ଳାସରେ କଟାଇବେ । ବିଦ୍ୟାର୍ଥୀମନଙ୍କ ପାଇଁ ଆଜି ଦିନଟି ସର୍ବୋତ୍ତମ । ଆପଣ ନିଜର ପ୍ରତିଯୋଗୀ ମାନଙ୍କୁ ହରାଇବେ । ନୂତନ କର୍ମର ଶୁଭାରମ୍ଭ ପାଇଁ ଆଜି ଏକ ଶୁଭଦିନ
କୁମ୍ଭ ରାଶି -ଦୀର୍ଘ ସମୟ ପରେ ଆଜି ଆପଣ ନିଜ ସାଥୀଙ୍କ ସହିତ ସମୟ ବିତାଇବେ । ଯଦି ଆପଣ ଆପଣଙ୍କର ଆୟ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି ତେବେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ । ଅନ୍ୟପକ୍ଷରେ, ବ୍ୟବସାୟୀମାନଙ୍କ ପାଇଁ ଆଜି ଭଲ ଦିନ ସ୍ୱାସ୍ଥ୍ୟ ଭଳ ରହିବ ।
ମୀନ ରାଶି – ମାନସିକ ସ୍ତରରେ ଚିନ୍ତାରେ ରହିବେ । ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ । ଆର୍ଥିକ ଅବସ୍ଥା ଭଲ ହେବ । ନିଜ ଜୀବନସାଥୀ ସହିତ ସମ୍ପର୍କରେ ସ୍ୱଚ୍ଛତା ରଖନ୍ତୁ । ମିଥ୍ୟା କହିବା ଠାରୁ ଦୂରେଇ ରୁହନ୍ତୁ ।