ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ଆସିଲା କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଯାହା ଆପଣମାନେ ସମସ୍ତେ ଜାଣି ରଖିବା ଜରୁରୀ ତେବେ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ ଆସନ୍ତୁ ଡେରି ନକରି ଜାଣିବା |ମାଧ୍ୟମିକ ଶିକ୍ଷକ ,ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ରାଜଧାନୀ ରାଜ ରାସ୍ତାରେ ଦିନ ରାତି ପଡ଼ି ରହିଛନ୍ତି |ତା ସାଙ୍ଗକୁ ହଜାର ହଜାର ପାଚିକା ମଧ୍ୟ ଅହୋରାତ୍ର ଧାରଣାରେ ସମସ୍ୟା କେତେ ଉତ୍କଣ୍ଠ ସାଧାରଣ ଲୋକଟିଏ ତାହା ସହଜରେ ବୁଝି ପାରୁଛି ମାତ୍ର ଦୁର୍ଭାଗ୍ୟର ବିଷୟ ହେଉଛି ଯେଉଁ ମାନଙ୍କୁ ଭୋଟ ଦେଇ ସରକାର ଗଢିବାରେ ସୁଯୋଗ ଦେଲେ ସେମାନେ ବୁଝି ପାରୁ ନାହାଁନ୍ତି ବୋଲି ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ (ଓଷ୍ଟା)ପ୍ରଶ୍ନ ଉଠାଇଛି |
ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଷ୍ଟା ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାସ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସାରା ରାଜ୍ୟରେ ବୁଲି ଅଭିଯୋଗ ଶୁଣାଣି କରିଛି |ମାତ୍ର ସେଥିରେ ପ୍ରାଥମିକ ବିଦ୍ୟାଳୟ ଠାରୁ ବିଶ୍ୱ ବିଦ୍ୟାଳୟ ପର୍ଯ୍ୟନ୍ତ କେତେ ବର୍ଗର ଶିକ୍ଷକ ,ଅଧ୍ୟାପକ ,ଶିକ୍ଷା କର୍ମଚାରୀ ଅଛନ୍ତି ସେମାନଙ୍କ ସମସ୍ୟା ରହିପାରିଲା ନାହିଁ |କେବଳ ଶିକ୍ଷକ କିମ୍ବା ଅଧ୍ୟାପକ ନୁହଁ ଅଙ୍ଗନୱାଡି ,ଆଶା ପାଚିକା ,ମିଶନ ଶକ୍ତି ସଦସ୍ୟଙ୍କ ସମସ୍ୟା ମଧ୍ୟ ଏଥିରେ ସ୍ଥାନ ପାଇଲା ନାହିଁ ଶିକ୍ଷା ବିଭାଗକୁ ସୁଧାରିବାକୁ ହେଲେ ଶିକ୍ଷକ ମାନଙ୍କ ସମସ୍ୟାକୁ ପ୍ରଥମେ ସମାଧାନ କରାଯିବାର ଆବଶ୍ୟକତା ରହିଛି |
ମାତ୍ର ଦେଖାଯାଉଛି ଯେ ସମସ୍ୟା ସମାଧାନ ହେବା ପରିବର୍ତ୍ତେ ନୂଆ ନୂଆ ସମସ୍ୟା ସୃଷ୍ଟି କରି ଶିକ୍ଷକ ,ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀଙ୍କୁ ମାନସିକ ଯନ୍ତ୍ରଣା ଦିଆଯାଉଛି |ଓଷ୍ଟା ସଭାପତି ଅକ୍ଷୟ କୁମାର ମିଶ୍ର କହିଲେ ଯଦି ରାଜ୍ୟ ସରକାର ସମସ୍ୟାର ସମାଧାନ ପାଇଁ ଆଗେଇ ନ ଆସନ୍ତି ତାହେଲେ ଆନ୍ଦୋଳନ ବ୍ୟାପକ କରାଯିବ |
30 ତାରିକରେ ବିଧାନସଭାରେ ଶିକ୍ଷା ସମ୍ପର୍କିତ ଆଲୋଚିତ ହେବାକୁ ଥିବା ବେଳେ ସେହିଦିନ 50,000 ରୁ ଅଧିକ ଶିକ୍ଷକ ,ଶିକ୍ଷୟିତ୍ରୀ ,ଶିକ୍ଷା କର୍ମଚାରୀ ,ପୁରାତନ ଛାତ୍ର ,ଅଭିଭାବକ ଓ ପରିଚାଳନା କମିଟି ସଦସ୍ୟ ମାନଙ୍କୁ ନେଇ ଲୋୟର ପିଏମଜିରେ ପୁଣି ଥରେ ମହା ସମାବେଶ ଆୟୋଜନ କରାଯିବ |
ତାପରେ ଯଦି ଶିକ୍ଷକ ମାନଙ୍କ ସମସ୍ୟା ସମାଧାନ ନହୁଏ ରାଜ୍ୟର ସମସ୍ତ ବିଦ୍ୟାଳୟରେ ତାଲା ଝୁଲିବ ବୋଲି ଓଷ୍ଟା ପକ୍ଷରୁ ଘୋଷଣା କରାଯାଇଛି |ତେବେ ବର୍ତ୍ତମାନ ଆସିଥିବା ନିଷ୍ପତି ସ୍ପଷ୍ଟ ହୋଇ ଯାଇଛି ଯେ ଯଦି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦାବି ପୂରଣ ନହୁଏ ତେବେ ଆନ୍ଦୋଳନ ଜାରି ରହିବ ଏବଂ ସ୍କୁଲ ଛୁଟି ରହିବ ବୋଲି ଜଣା ପଡ଼ିଛି |