ଆଜିର ରାଶିଫଳ 2023 ସେପ୍ଟେମ୍ବର 29 ଶୁକ୍ରବାର ,କେମିତି କଟିବ ଆଜିର ଦିନ

ମେଷ ରାଶି -ବ୍ୟବସାୟରେ ଆୟ ବୃଦ୍ଧି ପାଇବ । କିଛି ନୂତନ ସାମଗ୍ରୀ କ୍ରୟ କରିପାରନ୍ତି । ପାରିବାରିକ ସମସ୍ୟାକୁ ଚିନ୍ତାରେ ରହିବେ । ସ୍ୱାସ୍ଥ୍ୟ ଭଲ ରହିବ ।

ବୃଷ ରାଶି -ଆଜି ଆପଣଙ୍କୁ ବ୍ୟବସାୟ ବାଣିଜ୍ୟରେ କ୍ଷତି ହୋଇପାରେ । ପରିବାର ସଦସ୍ୟ ବା ବନ୍ଧୁଙ୍କ ସହ ବିବାଦ ଦେଖାଦେଇପାରେ ଯେଉଁଥି ପାଇଁ ମନ ଅଶାନ୍ତ ରହିବ । ଆଜି ସତର୍କ ରୁହନ୍ତୁ । ଆଘାତ ମଧ୍ୟ ଲାଗିପାରେ ।

କର୍କଟ ରାଶି -ଆୟ ଭଲ ରହିବ । ବ୍ୟବସାୟରେ ମଧ୍ୟ ଉନ୍ନତି ହେବ । ନୂଆ ଜମି, ବାହନ କ୍ରୟ କରି ପାରନ୍ତି । ବନ୍ଧୁଙ୍କ ସାହାଯ୍ୟ ପାଇବେ । ମନ ଭଲ ରହିବ ।

ସିଂହ ରାଶି -ଆଜି ସାମାନ୍ୟ ପାରିବାରିକ ସମସ୍ୟା ଦେଖାଦେଇପାରେ । ଆୟ ତୁଳନାରେ ବ୍ୟୟ ବଢିଯାଇ ପାରେ । ଗୁପ୍ତଶତ୍ରୁ ବୃଦ୍ଧି ପାଇବେ । ଦୂରଯାତ୍ରା କରିବା ସମୟରେ ସତର୍କ ରୁହନ୍ତୁ । ମନ ଚଳଚଞ୍ଚଳ ରହିବ ।

କନ୍ୟା ରାଶି -ଆଜି ଆପଣଙ୍କୁ ବ୍ୟବସାୟରେ ସାମାନ୍ୟ କ୍ଷତି ସହିବା ପାଇଁ ପଡିପାରେ । ଶୁଭ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ପୂଜାର୍ଚ୍ଚନା କରନ୍ତୁ । ଆୟ ତୁଳନାରେ ବ୍ୟୟ ଅଧିକ ରହିବ ।

ତୁଳା ରାଶି -ପ୍ରେମିକା-ପ୍ରେମିକ ମାନଙ୍କୁ ପ୍ରେମ କ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ କ୍ଷେତ୍ରରେ ଲାଭବାନ ହେବେ । ରାଜନୀତିରେ ଅଗ୍ରଣୀ ଭୂମିକା ନେବେ । ଚାକିରିକୁ ନେଇ ମନ ଅସ୍ଥିର ରହିବ । ନିଜ କ୍ରୋଧକୁ ପାଇଁ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇପାରେ

ବିଛା ରାଶି -ସାମାଜିକ କାର୍ଯ୍ୟରେ ସମ୍ମାନିତ ହେବେ । ପରିବାରରେ ହସଖୁସିରେ ସମୟ ଅତିବାହିତ କରିବେ । ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରିପାରନ୍ତି । ମହିଳା ମାନଙ୍କୁ ସମ୍ମାନ ମିଳିବ । ବୈବାହିକ ଜୀବନ ସୁଖଦ ରହିବ

ଧନୁ ରାଶି -ଆଜି ନିଜ ପ୍ରିୟ ଲୋକଙ୍କ ସହିତ ଭଲ ସମୟ ବିତାଇବ । ସ୍ୱାସ୍ଥ୍ୟ ଭଲ ରହିବ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଅପରାହ୍ନରେ କୌଣସି ଶୁଭ ଖବର ମିଳିପାରେ । ବିଦ୍ୟାର୍ଥୀମାନେ ପଠାପଢାରେ କୃତିତ୍ୱ ଅର୍ଜନ କରିବେ

ମକର ରାଶି -କାମକାର୍ଯ୍ୟରେ ଆପଣ ବହୁତ ଲାଭ ପାଇପାରନ୍ତି । ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜ ସେବାରେ ମନ ବଳାଇବେ । ବ୍ୟବସାୟରେ ଲାଭ ମିଳିବାର ସମୟ । ଦୂରଯାତ୍ରା କରିବାର ଯୋଜନା କରିପାରନ୍ତି

କୁମ୍ଭ ରାଶି -କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଯିବ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ । ଧନଲାଭର ସମ୍ଭାବନା ରହିଛି । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହେବ । ଆଜି କିଛି ଦାନ-ପୁଣ୍ୟ କରନ୍ତୁ ମାନସିକ ଶାନ୍ତି ମିଳିବ

ମୀନ ରାଶି -ଅଟକି ରହିଥିବା କାର୍ଯ୍ୟ ସମାପ୍ତ କରିବାର ସମୟ । ରାଜନୈତିକ କ୍ଷେତ୍ରରେ ସମ୍ମାନିତ ହେବେ । ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ରହିବ ।ଦୀର୍ଘଦିନ ହେବା ଲାଗିରହିଥିବା ଜମିବାଡି ସମ୍ବନ୍ଧିୟ ସମସ୍ୟାରୁ ମୁକ୍ତି ପାଇବେ ।

Leave a Reply

Your email address will not be published. Required fields are marked *