ସାବଧାନ ଏବେ ଦେବୀ ନଦୀରେ ବୁଲୁଛି ମଣିଷଖିଆ କୁମ୍ଭୀର ,ଗୋଟିଏ ପରେ ଗୋଟିଏ କରି ଚାଲିଛି ଶିକାର ,ଜାଣନ୍ତୁ ସମ୍ପୂର୍ଣ୍ଣ ଖବର ….

ନମସ୍କାର ଦର୍ଶକବନ୍ଧୁ ମା ଆଖି ଆଗରେ ପୁଅକୁ ଟାଣି ନେଲା କୁମ୍ଭୀର ନଦୀ ଭିତରେ କଁଅଳ ଛୁଆକୁ ମାରିଦେଲା ଗାଁରେ ଖେଳିଗଲା ଶୋକର ଛାୟା ଜଗତସିଂହ ପୁର ଡିବିରି ଗ୍ରାମରେ କାନ୍ଦ ବୋବାଳି କାହାରି ମୁହଁରେ ଭାଷା ନାହିଁ ବାହୁନି ବାହୁନି କାନ୍ଦୁଛନ୍ତି ମୃ-ତ-କ ପରିବାର ଏବଂ ସମ୍ପର୍କୀୟ |ସକାଳୁ ସକାଳୁ ମା ଏବଂ ଭଉଣୀ ସହିତ ଶୌଚ ପାଇଁ ଡିବିରି ଗ୍ରାମର ଦେବୀ ନଦୀକୁ ଯାଇଥିଲେ ଦଶବର୍ଷର ବାଳକ ପ୍ରକାଶ ଶତପତି ହେଲେ କିଏ ଜାଣିଥିଲା ଯେ ସେ ଆଉ ଘରକୁ ଫେରିବେ ନାହିଁ |

ମା ଗାଧୋଇଥିବା ନଦୀରେ କିଛି ଦୂରକୁ ଶୌଚ ପାଇଁ ଯାଇଥିବା ପୁଅ ପ୍ରକାଶକୁ କୁମ୍ଭୀର ଝାମ୍ପି ନେଇଥିଲା ପୁଅର ଚିତ୍କାର ଶୁଣି ମା ଦୌଡ଼ି ଯାଇଥିବାରୁ ମା ର ଆଖି ଆଗରେ କୁମ୍ଭୀର ପୁଅକୁ ଟାଣି ନେଉଥିବା ବେଳେ ଉଦ୍ଧାର ପାଇଁ ଡାକ ପକାଇ ଥିଲେ ଏହା ପରେ ପୁରା ଗାଁ ପହଁଚି ଥିଲା ନଦୀ ପାଖରେ ବହୁତ ସମୟ ଧରି ଖୋଜା ଖୋଜି ପରେ ପ୍ରକାଶଙ୍କ କ୍ଷତ ବିକ୍ଷତ ମୃ-ତ ଦେହ ନଦୀ ଭିତରୁ ମିଳିଥିଲା ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି |

ମୃ-ତ ଦେହକୁ ରଖି ରାସ୍ତା ଉପରେ ଗାଁ ଲୋକ ରାସ୍ତା ରୋକ କରିଥିଲେ ରାସ୍ତା ରୋକ ପରେ ପ୍ରକାଶଙ୍କ ଜଣେ ପଡ଼ୋଶୀ କହିଛନ୍ତି ପୁଅର ମା ଗାଧେଇ ଆସିଥିଲା ତା ଭଉଣୀ ମଧ୍ୟ ଗାଧେଇ ଆସିଥିଲା ଆଉ ମୁଁ ମଧ୍ୟ ତାଙ୍କ ସାଙ୍ଗରେ ଗାଧେଇ ଆସିଥିଲି କିନ୍ତୁ ପୁଅ କହିଲା ମା ମତେ ଝାଡ଼ା ଲାଗିଲାନି ପୁଅଟି ଝାଡ଼ା ବସିବା ପରେ କୋଉଠି ଥିଲା ରାକ୍ଷସ କୁମ୍ଭୀର ଟିଏ ତାକୁ ଝାମ୍ପି ନେଇଗଲା |

ଆମେ ସମସ୍ତେ ହାଉଳି ଖାଇଲୁ ହେଲେ ମା ଟି ଯେତେ ଧରିବାକୁ ଚେଷ୍ଟା କଲା ହେଲେ କଣ କରିବ କୁମ୍ଭୀର ଟି ତାକୁ ଝିଙ୍କି ନେଇଗଲା ଏତିକି କହି ମାଉସୀ ଭୋ ଭୋ ହୋଇ କାନ୍ଦି ପକାଇଲେ |ପିଲାଟି ଗାଧେଇ ସାରିବା ପରେ ସ୍କୁଲ ଯାଇ ତା ସାଙ୍ଗ ପିଲାମାନଙ୍କ ସାଙ୍ଗରେ ଖେଳି ଥାଆନ୍ତା |

ହେଲେ ତା ଭାଗ୍ୟରେ ବିଧାତା ଏହା ଲେଖି ନଥିଲା |ଦର୍ଶକବନ୍ଧୁ ଏଭଳି ଗୋଟିଏ ଘଟଣା ନୁହେଁ ବ୍ରାହ୍ମଣୀ ,ବୈତରଣୀ ,ଚିତ୍ରୋତଳା ,ମହାନଦୀ ,ଗୋବରୀ ଏହି ଭଳି କେତେକ ନଦୀରେ ପ୍ରାୟ ବାରମ୍ବାର କୁମ୍ଭୀର ଘଟଣା ଦେଖିବାକୁ ମିଳୁଛି |

Leave a Reply

Your email address will not be published. Required fields are marked *