ପାଣିପାଗ ବିଭାଗ ଦେଲେ ବଡ ସୁଚନା, ଓଡ଼ିଶାକୁ ମାଡି ଆସୁଛି ବାତ୍ୟା ,ଦେଖନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଖବର ….ଏବର୍ଷ ଆଉ ତ୍ରାହି ନାହିଁ

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ପାଣିପାଗ ବିଭାଗ ତରଫରୁ ଆସିଲା କିଛି ବଡ଼ ଖବର ରାଜ୍ୟକୁ ପୁଣି ଫେରିବ ବର୍ଷା ଆଜିଠୁ ପୁଣି ଭିଯିବ ସାରା ଓଡିଶା ଉପାନ୍ତର ଉପକୂଳ ଯାଇ ଲାଗି ରହିବ ପ୍ରବଳ ବର୍ଷା ଆସନ୍ତା କାଲି ଯାହାକି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ ପରବର୍ତ୍ତୀ 24 ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେବ ପରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଅବପାତ ଏବଂ ପରେ ପରେ ଡିପ ଡିପ୍ରେସନର ରୂପ ମଧ୍ୟ ନେଇପାରେ ଏଭଳି କିଛି ପାଣିପାଗ ବିଭାଗ ଆକଳନ କରିଛି |

ତେବେ ଆସନ୍ତା 4 ଦିନ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ |ଆଜି ବିଜୁଳି ଘଡ଼ଘଡ଼ି ସହିତ ପ୍ରବଳ ବର୍ଷାକୁ ନେଇ 11 ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି ଅନ୍ୟପଟେ ଆସନ୍ତା କାଲିଠାରୁ ବଢିବ ବର୍ଷାର ପରିମାଣ ଯଦି ଏହି ଲଘୁଚାପଟି ବାତ୍ୟାର ରୂପ ନିଏ ତାହେଲେ ଏହା ସିଧା ଓଡ଼ିଶାରେ ପ୍ରଭାବ ପକାଇବ |ତେବେ ମିଳିଥିବା ସୂଚନା ଅନୁସାରେ ମିଆଁମାର ଅଞ୍ଚଳରେ ସକ୍ରିୟ ରହିଛି ଘୁର୍ଣ୍ଣିବଳୟ |

ଆସନ୍ତା କାଲି ଏହା ଉତ୍ତର ଆଣ୍ଡାମାନ ସାଗର ପାର୍ଶ୍ଵବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ପ୍ରବେଶ କରିବ ଫଳରେ ପରବର୍ତ୍ତୀ 48 ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଏକ ଲଘୁଚାପ କ୍ଷେତ୍ର ପରେ ଏହା ଘନୀଭୂତ ହୋଇ ଅବପାତର ରୂପ ନେଇପାରେ |ଆସନ୍ତା କାଲିଠାରୁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ଚାରିଦିନ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ |

ଆଜି ବିଜୁଳି ସହିତ ଘଡ଼ଘଡ଼ି ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ |ଆସନ୍ତା କାଲିଠାରୁ ବଢିବ ବର୍ଷାର ପରିମାଣ ସେଥିପାଇଁ 7 ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି ସେଥି 5 ମଧ୍ୟରୁ ଟି ଜିଲ୍ଲା ହେଉଛି ମୟୁରଭଞ୍ଜ ,ବାଲେଶ୍ୱର ,ଭଦ୍ରକ ,ନବରଙ୍ଗପୁର ,କୋରାପୁଟ ଓ ମାଲକାନଗିରି ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି |

30 ସେପ୍ଟେମ୍ବର ଏବଂ 1 ଅକ୍ଟୋବର ବେଳକୁ ବର୍ଷାର ସମ୍ଭାବନା ଅଧିକ ରହିବ 1 ତାରିକ ବେଳକୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ହୋଇପାରେ |ଉତ୍ତର ଉପକୂଳ ଏବଂ ପଶ୍ଚିମ ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ ଭୀଷଣ ବର୍ଷାକୁ ନେଇ ୱାର୍ଣ୍ଣିଙ୍ଗ ମଧ୍ୟ ଜାରି କରିଛି ପାଣିପାଗ ବିଭାଗ |

Leave a Reply

Your email address will not be published. Required fields are marked *