ଏବେ ଏବେ School ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ବଡ଼ ଖବର, ଅଭିଭାବକ ମାନେ ନ ମାନିଲେ ହେବେ ହଇରାଣ, ସରକାର ଜାରି କରିଲେ ନୂତନ ସୂଚନା…

ନମସ୍କାର ଦର୍ଶକବନ୍ଧୁ ଏବେ ସ୍କୁଲ ଛାତ୍ର ଛାତ୍ରୀଙ୍କ ମାନଙ୍କ ପାଇଁ ଆସିଲା ବଡ଼ ସୂଚନା ଯାହା ସମସ୍ତେ ଜାଣି ରଖିବା ଜରୁରୀ |ସ୍କୁଲରେ ମା ମାନଙ୍କୁ ଦିଆଯିବ ଏଫଏଲନ ତାଲିମ ଏଣିକି ସ୍କୁଲରେ ମା ମାନଙ୍କୁ ଦିଆଯିବ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଦକ୍ଷତା ବା ଏଫଏଲଏନ ତାଲିମ |ଏଫଏଲଏନ ଗ୍ରେଡ଼ ଥିବା ସମସ୍ତ ସରକାରୀ ସ୍କୁଲର ପ୍ରଥମ ,ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ପିଲାଙ୍କ ମା ମାନଙ୍କୁ ଏହି ତାଲିମ ଦିଆଯିବ ଏଥିପାଇଁ ପ୍ରତି ଦୁଇ ମାସରେ ଥରେ ମା ମାନେ ସ୍କୁଲକୁ ଆସିବେ |ପିଲାଙ୍କ ସ୍କୁଲକୁ ଯୋଗାଇ ଦିଆ ଯାଇଥିବା କାର୍ଯ୍ୟ ପୁସ୍ତିକା ,ଶିକ୍ଷଣ ସାମଗ୍ରୀ ଗୁଡ଼ିକ ସେମାନଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଦେଖାଇବେ

ଏଥିସହ ପିଲାମାନଙ୍କ କିପରି ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଦକ୍ଷତା ବୃଦ୍ଧିରେ ସେମାନେ ସହାୟକ ହେବେ ପ୍ରଶିକ୍ଷଣ ଦିଆଯିବ |ଦକ୍ଷତା ,ବିକାଶ ,ମିଶାଣ ,ଫେଡ଼ାଣ ସହ ବିଭିନ୍ନ ପ୍ରକାର ଫୁଲ ,ଫଳ ,ଋତୁ ଆଦି ସମ୍ପର୍କରେ ସେମାନେ ଜ୍ଞାନ ଆହରଣ କରିବେ |ମା ମାନେ ଏହି କାର୍ଯ୍ୟକ୍ରମକୁ ଆସିବା ନେଇ ସ୍କୁଲ କର୍ତ୍ତୃପକ୍ଷ ସୁନିଶ୍ଚିତ କରିବେ |ଏନେଇ ଓସେପା ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି |ମା ମାନଙ୍କ ଏହି ବୈଠକ ଅଗଷ୍ଟ ,ଅକ୍ଟୋବର ,ଜାନୁଆରୀ ଓ ମାର୍ଚ୍ଚ ମାସରେ ଶେଷ ହେବ |

2026-27 ସୁଦ୍ଧା ତୃତୀୟ ଶ୍ରେଣୀ ଶେଷ କରିଥିବା ସବୁ ପିଲା ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନର ସମସ୍ତ କୌଶଳ ହାସଲ କରିବେ |ଏହା ଦ୍ୱାରା ପିଲାଟି ପରବର୍ତ୍ତୀ ଶ୍ରେଣୀରେ ପାଠ ବୁଝିବା ସହଜ ହେବ |ଏହି ଦକ୍ଷତା ହାସଲ କରିବା ପାଇଁ ହେଲେ ସରକାରଙ୍କ ତରଫରୁ କାର୍ଯ୍ୟ ପୁସ୍ତିକା ,ଶିକ୍ଷକଙ୍କ ତରଫରୁ ସହାୟକ ପୁସ୍ତିକା ଓ ଶିକ୍ଷଣ ସାମଗ୍ରୀ ଆଦି ପ୍ରସ୍ତୁତ କରି ସ୍କୁଲରେ ବଣ୍ଟନ କରାଯାଇଛି |

କାର୍ଯ୍ୟ କ୍ରମରେ ପିଲାମାନଙ୍କ ସହିତ ଥିବା ସେମାନଙ୍କ ଅଭିଜ୍ଞତା ବିଷୟରେ 1 ରୁ 2 ମିନିଟ ମଧ୍ୟରେ ମା ମାନେ କହିବେ |ସେମାନଙ୍କୁ ସ୍କୁଲ ପକ୍ଷରୁ କାର୍ଯ୍ୟବଣ୍ଟନ କରାଯିବ ଖାଲି ମା ନୁହେଁ ବାପା ମାନଙ୍କୁ ମଧ୍ୟ କିଛି ଦାୟିତ୍ୱ ଦିଆଯିବ ସେମାନେ ନିଜ ପିଲାମାନଙ୍କୁ ଶସ୍ୟ ,ପୂଜା ପାର୍ବଣ ,ବୃତ୍ତି ଆଦି ବିଷୟରେ ଧାରଣା ଦେବେ ,ଗୋଡ଼ି କାଠି ଦ୍ୱାରା ଛୋଟ ଛୋଟ ଗଣନା ଶିକ୍ଷା ଦେବେ |

ଘରର ଅନ୍ୟ ସଦସ୍ୟ ମାନେ ମଧ୍ୟ ଭାଷାଗତ ଦକ୍ଷତା ବୃଦ୍ଧି ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିବେ ଏହି ବୈଠକ ଆସନ୍ତା ମାସରେ କରାଯିବ ସମସ୍ତ ଫୋଟ ଏବଂ ଭିଡିଓ କରି ଏକ ନିର୍ଦିଷ୍ଟ ଫର୍ମାଟରେ ଓସେପାକୁ ପଠେଇବେ ସ୍କୁଲ କର୍ତ୍ତୃପକ୍ଷ |

Leave a Reply

Your email address will not be published. Required fields are marked *