ଆଜିର ରାଶିଫଳ 2023 ସେପ୍ଟେମ୍ବର 28 ଗୁରୁବାର ,କେମିତି କଟିବ ଆଜିର ଦିନ

ମେଷ ରାଶି – ବ୍ୟବସାୟରେ ଲାଭ ମିଳିବ । ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି । ପୂଜାର୍ଚ୍ଚନାରେ ଅଧିକ ସମୟ ଅତିବାହିତ କରିବେ । ଦୂରଯାତ୍ରା କରିବାର ସୁଯୋଗ ରହିଛି । ଆର୍ଥିକ ସ୍ଥିତି ଭଲ ରହିବ ।ବିଦ୍ୟାର୍ଥୀ ମାନେ ଶିକ୍ଷା କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତ କରିବେ |

ବୃଷ ରାଶି -ମାତା-ପିତାଙ୍କ ସହିତ ସମୟ ବିତାନ୍ତୁ । ବାକି ଦେଇଥିବା ଅର୍ଥ ଫେରିପାଇବେ । ବ୍ୟବସାୟରେ ଲାଭ ପାଇବେ । ରାଜନୀତି କରୁଥିବା ବ୍ୟକ୍ତି ସମ୍ମାନ ପାଇବେ । କର୍ମକ୍ଷେତ୍ରରେ ଗୁପ୍ତ ଶତ୍ରୁ ବୃଦ୍ଧି ପାଇବେ । ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ଦିନଟିଏ । କୌଣସି କାରଣରୁ ମନ ଅଶାନ୍ତ ରହିବ ।

ମିଥୁନ ରାଶି -ଆର୍ଥିକ ଅବସ୍ଥା ସୁଧୁରିବ। ନିଜ ଲୋକଙ୍କ ସହିତ କୌଣସି ବିବାଦ କରନ୍ତୁ ନାହିଁ । ଏଥିନେଇ ମାନସିକ ଅଶାନ୍ତି ଦେଖାଦେଇ ପାରେ । କଳହ ଠାରୁ ନିଜକୁ ଦୂରେଇ ରଖନ୍ତୁ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାରୁ ମନ ଭଲ ରହିବ ନାହିଁ । ବ୍ୟବସାୟୀ ମାନେ ଲାଭବାନ ହେବେ ।

କର୍କଟ ରାଶି -ଆଜି ଏହି ରାଶିର କିଛି ବେରୋଜଗାର ଲୋକମାନଙ୍କ ପାଇଁ ଶୁଭ ଦିନଟିଏ । କାରଣ ଆଜି ସେମାନଙ୍କୁ ଚାକିରି ମିଳିପାରେ ଯାହାଦ୍ୱାରା ସେମାନଙ୍କର ଆର୍ଥିକ ଅବସ୍ଥା ସୁଧୁରିବ। ଛାତ୍ରଛାତ୍ରୀ ମାନେ ପାଠପଢାରେ ଉନ୍ନତି କରିବେ । ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ସିଂହ ରାଶି -କୌଣସି ନୂତନ ଯୋଜନା ଉପରେ କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବରେ ବିଚାର କରି ନିଅନ୍ତୁ । ଅଯଥା ସମୟ ନଷ୍ଟ କରନ୍ତୁ ନାହିଁ । କର୍ମକ୍ଷେତ୍ରରେ ସଫଳତା ପାଇବା ସହ ବନ୍ଧୁଙ୍କ ସହଯୋଗ ପାଇବେ । ବ୍ୟବସାୟରେ ଉନ୍ନତି ହେବା ସହ ଆକସ୍ମିକ ଧନ ଲାଭ ହେବାର ସମ୍ଭାବନା ରହିଛି ।

କନ୍ୟା ରାଶି -ଆଜିର ଦିନରେ ପରିବାର ସହିତ ଅଧିକ ସମୟ ବିତାଇବେ । ଚାକିିରି କ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟୀ ଲାଭବାନ ହେବେ । କାର୍ଯ୍ୟ ଦୃଷ୍ଟିକୋଣରୁ ଆଜି ଆପଣଙ୍କ କୌଣସି ଶୁଭ ଖବର ମିଳିପାରେ । ବ୍ୟବସାୟୀ ଆଜି ଦୁଇଗୁଣ ଲାଭ ପାଇପାରିବେ

ତୁଳା ରାଶି -ନିଜ ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ । ଆଜି ବ୍ୟବସାୟୀମାନେ ଲାଭରେ ରହିବେ । ନୂତନ ଘର, ସମ୍ପତ୍ତି ଇତ୍ୟାଦି କିଣିବାକୁ ଚିନ୍ତା କରିପାରନ୍ତି । ପାରିବାରିକ ସ୍ଥିତି ସ୍ୱାଭାବିକ ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ଦେଇଥିବା ଟଙ୍କା ଫେରି ପାଇବେ । ପୁରୁଣା ବନ୍ଧୁଙ୍କ ସହିତ ମିଳନ ହୋଇପାରେ ।

ବିଛା ରାଶି -ସାମାଜିକ କାର୍ଯ୍ୟରେ ସମ୍ମାନିତ ହେବେ । ପରିବାରରେ ହସଖୁସିରେ ସମୟ ଅତିବାହିତ କରିବେ । ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରିପାରନ୍ତି । ମହିଳା ମାନଙ୍କୁ ସମ୍ମାନ ମିଳିବ । ବୈବାହିକ ଜୀବନ ସୁଖଦ ରହିବ । ଆପଣଙ୍କର କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବାଧା ଉପୁଜିପାରେ ।

ଧନୁ ରାଶି -ଆଜି ନିଜ ପ୍ରିୟ ଲୋକଙ୍କ ସହିତ ଭଲ ସମୟ ବିତାଇବ । ସ୍ୱାସ୍ଥ୍ୟ ଭଲ ରହିବ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଅପରାହ୍ନରେ କୌଣସି ଶୁଭ ଖବର ମିଳିପାରେ । ବିଦ୍ୟାର୍ଥୀମାନେ ପଠାପଢାରେ କୃତିତ୍ୱ ଅର୍ଜନ କରିବେ । ଆଜି କୌଣସି ନୂଆ କାର୍ଯ୍ୟର ଶୁଭାରମ୍ଭ କରିପାରନ୍ତି ।

ମକର ରାଶି -କାମକାର୍ଯ୍ୟରେ ଆପଣ ବହୁତ ଲାଭ ପାଇପାରନ୍ତି । ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜ ସେବାରେ ମନ ବଳାଇବେ । ବ୍ୟବସାୟରେ ଲାଭ ମିଳିବାର ସମୟ । ଦୂରଯାତ୍ରା କରିବାର ଯୋଜନା କରିପାରନ୍ତି ।

କୁମ୍ଭ ରାଶି -କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଯିବ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ । ଧନଲାଭର ସମ୍ଭାବନା ରହିଛି । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହେବ । ଆଜି କିଛି ଦାନ-ପୁଣ୍ୟ କରନ୍ତୁ ମାନସିକ ଶାନ୍ତି ମିଳିବ । ଆପଣ କମ୍ ପରିଶ୍ରମରେ ସଫଳତା ପାଇବେ ।

ମୀନ ରାଶି -ଅଟକି ରହିଥିବା କାର୍ଯ୍ୟ ସମାପ୍ତ କରିବାର ସମୟ । ରାଜନୈତିକ କ୍ଷେତ୍ରରେ ସମ୍ମାନିତ ହେବେ । ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ରହିବ ।ବୁଡ଼ି ଯାଇଥିବା ଧନ ଫେରି ପାଇବେ |

Leave a Reply

Your email address will not be published. Required fields are marked *