ପୁଣି ଓଡିଶାକୁ ମାଡ଼ି ଆସୁଛି ଆଉ ଏକ ବଡ଼ ଲଘୁଚାପ ,ଏବେ ଏବେ ପାଣିପାଗ ବିଭାଗ ଦେଲା ବଡ଼ Update ,ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା |

ନମସ୍କାର ଦର୍ଶକବନ୍ଧୁ ରାଜ୍ୟରେ ଧୀରେ ଧୀରେ ବର୍ଷାର ପରିମାଣ କମୁଚି ତେବେ ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ କିଛି କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି |ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ନେଇ ସମ୍ଭାବନା ରହିଛି ସେହିପରି ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ହୋଇପାରେ କେତେକ ସ୍ଥାନରେ ଘଡ଼ଘଡ଼ି ସାଙ୍ଗକୁ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି |ତିନିରୁ ଚାରିଦନ ରାଜ୍ୟରେ ବର୍ଷାର ପରିମାଣ କମିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି |

ବାଲେଶ୍ୱର ,ଭଦ୍ରକ ,ଯାଜପୁର ,କେନ୍ଦ୍ରାପଡ଼ା ,କଟକ ,ଜଗତସିଂହ ପୁର ,ପୁରୀ ,ଖୋର୍ଦ୍ଧା ,ନୟାଗଡ଼ ,କନ୍ଧମାଳ ,ଅନୁଗୁଳ ,ଢେଙ୍କାନାଳ ,କେଉଁଝର ,ମୟୁରଭଞ୍ଜ ,ସୁନ୍ଦରଗଡ଼ ,ଝାରସୁଗୁଡ଼ା ,ଗଞ୍ଜାମ ,ଗଜପତି ,କୋରାପୁଟ ,ମାଲକାନଗିରି ,ନବରଙ୍ଗପୁର ଏବଂ ନୂଆପଡ଼ା ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି |ସେପ୍ଟେମ୍ବର ଶେଷରେ ହେବ ବଡ଼ ବର୍ଷା 29 ତାରିକରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି |

ଉତ୍ତର ଆଣ୍ଡମାନ ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଉପରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି |ଲଘୁଚାପ କେତେ ଘନୀଭୂତ ହେବ ସେନେଇ କିଛି ସ୍ପଷ୍ଟ ହୋଇ ନାହିଁ ଅବପାତ ଗଭୀର ଅବପାତ ନା ବାତ୍ୟାରେ ପରିଣତ ହେବ ଯଦି ଏହା ଅଧିକ ଘନୀଭୂତ ହେବ |

ତେବେ ଏହା କେଉଁଆଡ଼େ ଗତି କରିବ ତାହା ଏଯାଏଁ ସ୍ପଷ୍ଟ ହୋଇ ନାହିଁ ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଗତକାଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ପ୍ରତିକ୍ରିୟା ରଖିଥିଲେ |IMD ଡିଜି ସୂଚନା ଦେଇଛନ୍ତି ବାତ୍ୟା ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ନାହିଁ |

ବଙ୍ଗୋପସାଗରରେ ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ହୋଇପାରେ ଲଘୁଚାପ ପରେ ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି କିନ୍ତୁ ଏପର୍ଯ୍ୟନ୍ତ ବାତ୍ୟା ହେବ କି ନାହିଁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ହୋଇ ନାହିଁ |

Leave a Reply

Your email address will not be published. Required fields are marked *