ସୂର୍ଯ୍ୟକୁମାର ଯାଦବ ରଚିଲେ ଇତିହାସ ,ଭାଙ୍ଗିଲେ Kohli ଙ୍କ ରେକର୍ଡ ,ଏଥର ବିଶ୍ୱକପରେ ଆଉ ତ୍ରାହି ନାହିଁ BCCI କହିଲେ ଏପରି କଥା …ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ସୂର୍ଯ୍ୟକୁମାରଙ୍କ ବଡ଼ କାରନାମା ଭାଙ୍ଗିଲେ ବିରାଟ କୋହଲିଙ୍କ ରେକର୍ଡ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ରୁତତମ ବ୍ୟାଟିଙ୍ଗ କରି ଅର୍ଦ୍ଧ ଶତକ ହାସଲ କରିବାରେ ଏକ ନମ୍ବର ବ୍ୟାଟର ହୋଇ ପାରିଛନ୍ତି ରବିବାର ଇନ୍ଦୋରର ହଲକାଲ ଷ୍ଟାଡିୟମରେ ଖେଳା ଯାଇଥିବା ଦ୍ୱିତୀୟ ଦିନିକିଆରେ ସେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି |

ଶୁଭମନ ଗିଲ ଏବଂ ଶ୍ରେୟସ ଆୟରଙ୍କ ଶତକୀୟ ଇନିଂସ ପରେ କେଏଲ ରାହୁଲ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧ ଶତକୀୟ ଇନିଂସ ପରେ ଭାରତ ଭ୍ରମଣ ଶାଳୀ ଅଷ୍ଟ୍ରେଲିଆକୁ 400 ରନର ଲକ୍ଷ ଦେଇଥିଲା |ଶେଷ ଆଡ଼କୁ ସୂର୍ଯ୍ୟକୁମାର ଯାଦବ ବିସ୍ପୋରକ ବ୍ୟାଟିଙ୍ଗ କରିବାରୁ ଭାରତ 50 ଓଭରରେ ପାଞ୍ଚ ଉଇକେଟ ହରାଇ 399 ରନ କରିଥିଲା |

ଅଷ୍ଟ୍ରେଲିଆ ବିପକ୍ଷରେ ଏହା ଭାରତର ସର୍ବୋଚ୍ଚ ଦଳଗତ ସ୍କୋର ଭାରତୀୟ ଇନିଂସର 44 ତମ ଓଭରରେ ସୂର୍ଯ୍ୟକୁମାର ଯାଦବ ଆକର୍ଷଣୀୟ ବ୍ୟାଟିଙ୍ଗ କରିଥିଲେ ସେ କ୍ୟାମରନ ଗ୍ରୀନଙ୍କ ଓଭରରେ ଲଗାତାର ଚାରି ଛକା ମାରିଥିଲେ |ଇନ୍ଦୋର ଷ୍ଟାଡିୟମରେ ସୂର୍ଯ୍ୟ ଅପରାଜିତ 37 ବଲରେ 72 ରନର ଇନିଂସ ଖେଳିଥିଲେ

ଏଥି ସହିତ ସେ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି |କୋହଲିଙ୍କ ନାମରେ ଅର୍ଦ୍ଧ ଶତକ ହାସଲ କରି ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ରୁତତମ ଅର୍ଦ୍ଧ ଶତକ ହାସଲ କରିବାର ରେକର୍ଡ ହୋଇଛି ମାତ୍ର 27 ବଲରେ ଅର୍ଦ୍ଧ ଶତକ ହାସଲ କରିଥିବା ବେଳେ ସୂର୍ଯ୍ୟ କୁମାର 24 ବଲରେ ଏହି କାରନାମା କରିଛନ୍ତି |ଦିନିକିଆରେ ସୂର୍ଯ୍ୟକୁମାର ଯାଦବ ଭାରତ ପକ୍ଷରେ ତୃତୀୟ ଦ୍ରୁତତମ ଅର୍ଦ୍ଧ ଶତକ ହାସଲ କରିଛନ୍ତି

ଭାରତର ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିବା ରେକର୍ଡ ଅଜିତ ଅଗରକରଙ୍କ ନାମରେ ରହିଛି | ସେ 2000 ମସିହାରେ ଜିମ୍ବାୱେ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ ବୀରେନ୍ଦ୍ର ସେହବାଗ ,ରାହୁଲ ଦ୍ରାଭିଡ,ଯୁବରାଜ ସିଂହଙ୍କ ନାମରେ 22 ବଲରେ ଅର୍ଦ୍ଧଶତକ ହାସଲ କରିଥିବା ରେକର୍ଡ ରହିଛି |

Leave a Reply

Your email address will not be published. Required fields are marked *