ନମସ୍କାର ବନ୍ଧୁଗଣ ବର୍ତ୍ତମାନର ବଡ଼ ଖବର ପାଣିପାଗକୁ ନେଇ ସୂଚନା ଓଡିଶାକୁ ପୁଣି ବାତ୍ୟା ଭୟ ଅକ୍ଟୋବର ପ୍ରଥମ ସପ୍ତାହରେ ଆସିପାରେ ବାତ୍ୟା ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଅପଡେଟ |ତେବେ ଓଡିଶାକୁ ପୁଣି ବାତ୍ୟା ଭୟ ଅକ୍ଟୋବର ପ୍ରଥମ ସପ୍ତାହରେ ଆସିପାରେ ବାତ୍ୟା ଅକ୍ଟୋବରରେ ଓଡିଶାକୁ ରହିଛି ବାତ୍ୟା ଭୟ |ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ଆକଳନ କରାଯାଇଛି ଆଉ ଏହି ବାତ୍ୟାଟି ଓଡିଶା ମୁହାଁ ହେବ ବୋଲି କିଛି ମଡେଲରୁ ଏବେ ସ୍ପଷ୍ଟ ହୋଇଛି |
ତେବେ ଅନ୍ତର୍ଜାତୀୟ ସଂସ୍ଥା ପାଣିପାଗ ବିଜ୍ଞାନୀ ଜସନ ନିକଲସ ପୂର୍ବାନୁମାନ କରିଛନ୍ତି ଯେ ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି |ଯାହା ସମ୍ଭାବ୍ୟ ବାତ୍ୟାର ରୂପ ନେଇପାରେ |ପାଣିପାଗ ଆକଳନ ସଂସ୍ଥା ଏନସେଫି ଜି ଏଫଏସ ଓ ୟୁରୋପୀୟ ମଡେଲ ଅନୁସାରେ ସେପ୍ଟେମ୍ବର ଶେଷ ଆଡ଼କୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି |
ପାଖାପାଖି 28 ସେପ୍ଟେମ୍ବର ଆଡ଼କୁ ଅବପାତର ରୂପ ନେବା ସହ ଆନ୍ଦ୍ରପ୍ରଦେଶ ଏବଂ ଓଡିଶା ମୁହାଁ ହେବାର ସମ୍ଭାବନା ହୋଇଛି |ସେହିପରି 29 ତାରିକ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅବପାତ ସୃଷ୍ଟି ହେବ ଏହା ଆହୁରି ଅଧିକ ଘନୀଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟାର ରୂପ ନେବ |
ତେବେ 1999 ମହାବାତ୍ୟା ,2013 ଫାଇନିଲ ଆଦି ବାତ୍ୟା ଅକ୍ଟୋବର ମାସରେ ହୋଇଛି ତେଣୁ ଅକ୍ଟୋବର ମାସରେ ଆଉ ଏକ ବାତ୍ୟା ଆସିପାରେ ବୋଲି କୁହାଯାଉଛି |ଓଡିଶା ଉପରେ ବାତ୍ୟାର ପ୍ରଭାବ କଣ ରହିବ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ |