ରାଜ୍ୟରେ ପଢ଼ୁଥିବା ପ୍ରଥମ ଶ୍ରେଣୀଙ୍କ ଛାତ୍ର ଛାତ୍ରୀଙ୍କ ପାଇଁ ସରକାର କରିଲେ ଆଉ କିଛି ବଡ ଘୋଷଣା ଯାହାକୁ ଆପଣମାନେ ସମସ୍ତେ ଜାଣିରଖିବା ଜରୁରୀ | ଦେଖନ୍ତୁ ସରକାରଙ୍କ ତରଫରୁ ଏକ ଅପଡେଟ ଆସିଛି ପ୍ରଥମ ଶ୍ରେଣୀ ପିଲା ଏବେ ପଢିବେ ଶିକ୍ଷା ପ୍ରବେଶ |
ସ୍କୁଲ ଗଣଶିକ୍ଷା ବିଭାଗ ନେଇଛନ୍ତି ଏହି ନିଶ୍ଚପତି ତେବେ ଦର୍ଶକବନ୍ଧୁ ଆସନ୍ତୁ ଜାଣିବା ସମ୍ପୂର୍ଣ ଅପଡେଟ ବିଷୟରେ | ପ୍ରାଥମିକ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କୁ ଶିକ୍ଷା ପ୍ରବେଶ ଏବେ ବାଟକଢ଼ଇବ ଆଦ୍ୟ ଓ ଶୈଶବ ଶିକ୍ଷାସହ ପ୍ରାଥମିକ ଶିକ୍ଷାର ସମୟନ କରାଯିବ ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପଦକ୍ଷପ ନେଇଛନ୍ତି |
ଅଙ୍ଗନବାଡ଼ି ପରେ ଛାତ୍ର ଛାତ୍ରୀ ଯେତେବେଳେ ପ୍ରଥମ ଶ୍ରେଣୀରେ ନାମଲେଖାନ୍ତି ସେମାନେ ସେତେବେଳେ ପ୍ରାଥମିକ ସ୍କୁଲସହ ଖାବଖାକାଇ ପାରିନଥାନ୍ତି ଯାହାଫଳରେ ପିଲାମାନେ ଅନେକ ସମୟରେ ସ୍କୁଲରେ ଉପସ୍ଥିତ ରହିନଥାନ୍ତି | ସୂଚନା ଅନୁଯାଇ ବର୍ତ୍ତମାନ ପିଲାଙ୍କ ଭୟ ଦୂର କରିବାପାଇଁ ଏବଂ ଉତ୍ତମ ଭବିଷ୍ୟତ ଚିନ୍ତାକରି ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଅଭିନବ ପଦକ୍ଷପ ନେଇଛନ୍ତି |
ପ୍ରାଥମିକ ଶ୍ରେଣୀରୁ ପିଲାମାନଙ୍କ ମୌଳିକ ଭାଷା ଓ ସଂଖ୍ୟାଗ୍ୟାନ ବିକାଶ ପ୍ରତି ଗୁରୁତ୍ୱର ଦିଆଯିବ | ଏବେ ପ୍ରଥମ ଶ୍ରେଣୀରେ ନାମଲେଖାଉଥିବା ଛାତ୍ର ଛାତ୍ରୀ ଶିକ୍ଷାପ୍ରବେଶ ପ୍ରୁସ୍ତକଅଧୟନ କରିବେ | ଏହି ପ୍ରୁସ୍ତକ ପଢ଼ିବା ଦ୍ୱାରା ପିଲାମାନଙ୍କ ବୁଦ୍ଧିରେ ବିକାଶ ହେବାସହ ସେମାନଙ୍କୁ ପାଠପଢା ପ୍ରତି ଆକୃଷ୍ଟ କରିବ |
ଶିକ୍ଷାପ୍ରବେଷ୍ଟି ACRC ଢାଞ୍ଚାରେ ପ୍ରସ୍ତତ ହୋଇଛି ଏହି ପ୍ରୁସ୍ତକକୁ ପ୍ରଥମ ଶ୍ରେଣୀର ପ୍ରତେକ ଛାତ୍ର ଛାତ୍ରୀଙ୍କୁ ବଣ୍ଟାଯିବ | ଅଙ୍ଗନୱାଡି ପରେ ପ୍ରାଥମିକ ଶ୍ରେଣୀରେ ପିଲାଙ୍କୁ କେଉଁ ବିଷୟରେ ପଢ଼ା ଯିବ ପିଲାଙ୍କ ବିକାଶ ପାଇଁ ଶିକ୍ଷକ ମାନେ କେଉଁ ବିଷୟ ପ୍ରତି ଅଧିକ ଗୁରୁତ୍ୱ ଦେବେ ସେ ସମ୍ପର୍କରେ ମଧ୍ୟ ଏହି ପ୍ରୁସ୍ତକରେ ଲେଖାଯାଇଛି | ଏହି ପୁସ୍ତକକୁ ଡ଼ିଓ ମାନଙ୍କ ଜରିଆରେ ସମସ୍ତ ଛାତ୍ର ଛାତ୍ରୀ ଓ ସ୍କୁଲ କତୃପକ୍ଷଙ୍କୁ ପଠାଯାଉଛି |