ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଦେବେ ଅଗ୍ନି ପରୀକ୍ଷା ,କରିପାରନ୍ତି ଛକା ଚୌକାର ବର୍ଷା ,ଏପରି କହିଲେ Rahul ଦ୍ରାଭିଡ଼….

ନମସ୍କାର ଦର୍ଶକବନ୍ଧୁ ସେପ୍ଟେମ୍ବର 22 ରେ ଭାରତ ଅଷ୍ଟ୍ରେଲିଆ ଦିନିକିଆ ସିରିଜ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ସୂର୍ଯ୍ୟଙ୍କ ପାଇଁ ଅଗ୍ନି ପରୀକ୍ଷା ଭଲ ପ୍ରଦର୍ଶନ ନକଲେ ବିଶ୍ୱକପରେ ବାଦ ପଡ଼ିବେ ସୂର୍ଯ୍ୟ |ଆଜି ଭାରତ ଅଷ୍ଟେଲିଆ ମଧ୍ୟରେ ତିନୋଟି ଦିନିକିଆ ସିରିଜ ଆରମ୍ଭ ହୋଇଛି ତେବେ ଅକ୍ଟୋବର 5 ତାରିକରେ ବିଶ୍ୱକପ ଆରମ୍ଭ ହେବାକୁ ଥିବା ବେଳେ ଭାରତ ପାଇଁ ଏହି ସିରିଜ ବିଶେଷ ମହତ୍ତ୍ୱ ରହିଛି କିଛି ଖେଳାଳିଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛି ଏହି ସିରିଜ |

ବିଶେଷ କରି ଏକ ନମ୍ବର ଟ୍ୱିଟ୍ୱେଣ୍ଟି ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ସମସ୍ତଙ୍କ ନଜର ରହିବ ସୂର୍ଯ୍ୟ ଟ୍ୱିଟ୍ୱେଣ୍ଟିରେ ଏକ ନମ୍ବରରେ ରହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେ ଦିନିକିଆରେ ସେଭଳି କିଛି କରିସ୍ମା ଦେଖାଇ ପାରି ନାହାଁନ୍ତି |ଖରାପ ପ୍ରଦର୍ଶନ ପରେ ମଧ୍ୟ ତାଙ୍କୁ ଟିମରେ ସ୍ଥାନ ମିଳିବା ସହିତ ବିଶ୍ୱକପ ସ୍କୁଏଡ଼ ରେ ମଧ୍ୟ ରଖାଯାଇଛି |

ତେଣୁ ଅଷ୍ଟ୍ରେଲିଆ ବିପକ୍ଷରେ ସୂର୍ଯ୍ୟ ଯଦି ଆଶାନୁକ୍ରମ ଭାବରେ ପ୍ରଦର୍ଶନ ନକରନ୍ତି ତେବେ ତାଙ୍କ ମୁଣ୍ଡ ଉପରେ ଭାରି ପଡ଼ିପାରେ |ଏଭଳି ପରିସ୍ଥିତିରେ ତାଙ୍କର ବିକଳ୍ପ ଖେଳାଳିଙ୍କୁ ବିଶ୍ୱକପରେ ସୁଯୋଗ ଦିଆଯାଇପାରେ |ନିକଟରେ ସମାପ୍ତ ହୋଇଥିବା ଏସିଆ କପରେ ବାଂଲାଦେଶ ବିପକ୍ଷରେ ସୂର୍ଯ୍ୟ ଅଧିକ ରନ ସଂଗ୍ରହ କରି ପାରିନଥିଲେ |

ଗତ 19 ଟି ଦିନିକିଆରେ ସୂର୍ଯ୍ୟ ଗୋଟିଏ ଅର୍ଦ୍ଧଶତକ ମଧ୍ୟ ହାସଲ କରି ପାରିନାହାଁନ୍ତି |ସେ ମୋଟ ପଚିଶ ଟି ଇନିଂସରେ 24.40 ଆଭରେଜରେ 537 ରନ ସଂଗ୍ରହ କରିଛନ୍ତି ସେଥି ମଧ୍ୟରୁ ଦୁଇଟି ଅର୍ଦ୍ଧ ଶତକ ରହିଛି |ସମାଲୋଚକଙ୍କ ମୁହଁ ବନ୍ଦ କରିବାକୁ ହେଲେ ସୂର୍ଯ୍ୟଙ୍କୁ ଅଷ୍ଟ୍ରେଲିଆ ବିଅପକ୍ଷ କଙ୍ଗାରୁ ମ୍ୟାଚରେ ବଡ଼ ସ୍କୋର କରିବାକୁ ପଡ଼ିବ |

Leave a Reply

Your email address will not be published. Required fields are marked *